ଓଡିଶା

odisha

ETV Bharat / state

ଦୁଇଟି କାର୍ ମୁହାଁମୁହିଁ ଧକ୍କା; ଚାଲିଗଲା ମାଆ-ଝିଅଙ୍କ ଜୀବନ, ଭାଉଜ ଗୁରୁତର

Angul Road accident: ଅନୁଗୋଳ ଜିଲ୍ଲା ଖଣ୍ଡହତା ନିକଟରେ 2ଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ, ଜଣେ ଗୁରୁତର । ଅଧିକ ପଢନ୍ତୁ

Angul Road accident
ଦୁଇ ଗାଡି ମୁହଁମୁହିଁ ଧକ୍କା

By ETV Bharat Odisha Team

Published : Feb 9, 2024, 8:56 AM IST

ଦୁଇ ଗାଡି ମୁହଁମୁହିଁ ଧକ୍କା

ଅନୁଗୋଳ:ଦୁର୍ଘଟଣା ନେଲା ମାଆ-ଝିଅଙ୍କ ଜୀବନ । ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଅନ୍ୟପଟେ କାରରେ ଥିବା ଆଉ 2 ଜଣ ଫେରାର ହୋଇଯାଇଛନ୍ତି । ମୃତକମାନେ ସମ୍ପର୍କରେ ମାଆ ଓ ଝିଅ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇଟି ଯାକ ଗାଡି ଦ୍ରୁତଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଅନୁଗୋଳରୁ ଭୁବନେଶ୍ୱର ଯାଇଥିବା ମୁଖ୍ୟ ରାସ୍ତାର ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ କାର୍ ଆଠଗଡ ଆଡକୁ ଯାଉଥିବା ବେଳେ ହଠାତ୍ ଖଣ୍ଡହତା ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ କାର ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ କ୍ରେଟା କାରଟି ଓଲଟି ପଡିଥିଲା ।

ଏହାମଧ୍ୟ ପଢନ୍ତୁ...ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯିବାବେଳେ ଦୁର୍ଘଟଣା: ଗାୟକ ମୃତ, 4 ଗୁରୁତର

ଘଟଣାସ୍ଥଳରେ ଭୟଙ୍କର ଶବ୍ଦ ହେବାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ଲୋକମାନେ ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ହସ୍ପିଟାଲରେ 2 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ମୃତକମାନେ ଅନୁଗୋଳ ଜିଲ୍ଲାର ସଂଯୁକ୍ତା ପ୍ରଧାନ ଓ ଦୁର୍ଗାବତୀ ପ୍ରଧାନ ହୋଇଥିବା ଜଣାପଡିଛି । ସଂଯୁକ୍ତା ପ୍ରଧାନ ଓ ଦୁର୍ଗାବତୀ ପ୍ରଧାନ ସମ୍ପର୍କରେ ମାଆ ଝିଅ ହୋଇଥିବା ବେଳେ ସଂଯୁକ୍ତା ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ଭାବରେ କାର୍ଯ୍ୟ କରନ୍ତି । ସଂଯୁକ୍ତା ପ୍ରଧାନ ତାଙ୍କ ମାଆ ଓ ଭାଉଜଙ୍କ ସହ ଆଠଗଡ ଆଡକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଅନ୍ୟପଟେ ଅନ୍ୟ କାରରେ ଥିବା ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ ଅନୁଗୋଳ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ପୋଲିସ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାର ଦୁଇଟି ଦ୍ରୁତଗତିରେ ଯାଉଥିଲେ ଏବଂ ସେଠାରେ ଏକ ବଙ୍କାଣି ଥିଲେ ସୁଦ୍ଧା କେହି ନିଜର ଗାଡିର ବେଗ କମାଇ ନଥିଲେ । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details