ଓଡିଶା

odisha

ETV Bharat / state

ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, 15 ଦିନରେ କେନ୍ଦ୍ରାପଡ଼ାରୁ 6 ମୃତ - Lightning Strike - LIGHTNING STRIKE

Lightning strikes: ବ୍ରଜାଘାତ ନେଲା ଦୁଇ ଜୀବନ । କେନ୍ଦ୍ରାପଡା ଜିଲ୍ଲାରେ ମୁଗ ଉପାଡିବାକୁ ଯାଇ ବଜ୍ରାଘାତରେ ମା’ ପୁଅଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Lightning strikes
Lightning strikes

By ETV Bharat Odisha Team

Published : Apr 27, 2024, 10:41 PM IST

କେନ୍ଦ୍ରାପଡା: ବଜ୍ରାଘାତ ନେଲା ଆଉ ଦୁଇ ଜୀବନ । ବର୍ଷା ହେଲା ମାତ୍ରେ ଆକାଶରୁ ଖସୁଛି ମୃତ୍ୟୁ ! ଲୋକଙ୍କୁ ଘାରୁଛି ବଜ୍ରାଘାତ ଭୟ । ଆଜି କେନ୍ଦ୍ରାପଡା ଜିଲ୍ଲାରେ ବଜ୍ରଘାତରେ ମା’ ଏବଂ ପୁଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତକ ଦୁଇଜଣ ହେଲେ କେନ୍ଦ୍ରାପଡା ଡେରାବିଶ୍ ଥାନା ଅନ୍ତର୍ଗତ ଖମୋଳ ପଞ୍ଚାୟତ ଜହ୍ନିମୂଳ ଗାଁର ୱାର୍ଡ ସଭ୍ୟ ୨୬ ବର୍ଷୀୟ ରବୀନ୍ଦ୍ର ବାରିକ ଓରଫ କାଳିଆ ଓ ତାଙ୍କ ୫୦ ବର୍ଷୀୟ ମା’ ଶଶୀରେଖା ବାରିକ ।

ସୂଚନା ଅନୁଯାୟୀ, ରାଜ୍ୟର କିଛି ସ୍ଥାନରେ ଜାରି ରହିଛି ଝଡବର୍ଷା । ତେବେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାରେ ସାମାନ୍ୟ ଝଡବର୍ଷା ହୋଇଥିବା ବେଳେ ବଜ୍ରପାତ ମଧ୍ୟ ହୋଇଥିଲା । ଅପରାହ୍ନରେ ଭାଗରେ ଆଣିଥିବା ବିଲକୁ ଶଶୀରେଖା ଏବଂ ତାଙ୍କ ପୁଅ ରବୀନ୍ଦ୍ର ମୁଗ ଉପାଡିବାକୁ ଯାଇଥିଲେ । ତେବେ ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଘୋଟି ଅଳ୍ପ ସମୟ ମଧ୍ୟରେ ପ୍ରବଳ ବଜ୍ରପାତ ହେବାରୁ ମା’ ପୁଅ ଉଭୟେ ସେଠାରୁ ଆସି ପାରିନଥିଲେ । ଫଳରେ ବଜ୍ରାଘାତରେ ମା’ ଶଶୀରେଖା ଏବଂ ପୁଅ ରବୀନ୍ଦ୍ରଙ୍କ ବିଲରେ ହିଁ ମୃତ୍ୟୁ ହୋଇଥିଲା। ଉଭୟଙ୍କୁ ବିଲରୁ ନଫେରିବା ଦେଖି ଶଶୀରେଖାଙ୍କ ସ୍ୱାମୀ ଦିବାକର ବାରିକ ବିଲକୁ ଯାଇ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଡାକି ଥିଲେ । ପରେ ଜହ୍ନିମୂଳ ଗାଁ ଲୋକେ ଉଭୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଡେରାବିଶ୍ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ କେନ୍ଦ୍ରାପଡାରେ ୪ ମୃତ - Lightning Strike

ସେହିଭଳି ଗତ 17 ତାରିଖ ଦିନ ଅପରାହ୍ନ ସମୟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ହଠାତ କାଳବୈଶାଖୀ ଝଡ ସହିତ ବର୍ଷା ଓ ବଜ୍ରପାତ ଆରମ୍ଭ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିବା ଏହି ତାଣ୍ଡବ ଲୀଳାରେ ବଙ୍ଗାରୀ ଗ୍ରାମର ଅଧିର କୁମାର ଜେନାଙ୍କ ପୁଅ ଆଶୁତୋଷ ଜେନା ବିଲରୁ ମୁଗ ବୋଝ ଆଣି ଆସୁଥିବା ସମୟରେ ବଜ୍ରପାତ ଘଟିଥିଲା । ଆଶୁତୋଷଙ୍କ ପକେଟରେ ମୋବାଇଲ ଫୋନ ଅନ୍ ଥିବାରୁ ଘଡଘଡି ମାରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details