ଓଡିଶା

odisha

ETV Bharat / state

ସମ୍ବଲପୁର ଗସ୍ତରେ ରାଜ୍ୟ ସରକାରଙ୍କ ବିପକ୍ଷରେ ପଦେ ବି କହିଲେନି ମୋଦି: କଂଗ୍ରେସ - Congress News

Congress Targets BJD And BJP: ମୋଦିଙ୍କ ଗସ୍ତକୁ ଉଭୟ ବିଜେପି ଏବଂ ବିଜେଡ଼ିକୁ ଟାର୍ଗେଟ କରିଛି କଂଗ୍ରେସ । ଉଭୟ ଦଳର ଟିକେଟ ଅମିତ ସାହା ନିଷ୍ପତି ନେଉଥିବା କହିଲେ ପ୍ରଭାରୀ ଅଜୟ କୁମାର ।ଅଧିକ ପଢନ୍ତୁ

ମୋଦିଙ୍କ ସମ୍ବଲପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ
ମୋଦିଙ୍କ ସମ୍ବଲପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

By ETV Bharat Odisha Team

Published : Feb 4, 2024, 9:23 PM IST

ମୋଦିଙ୍କ ସମ୍ବଲପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ଭୁବନେଶ୍ୱର:ମୋଦିଙ୍କ ସମ୍ବଲପୁର ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଏହି ଗସ୍ତ ସମୟରେ ମୋଦି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କୌଣସି କଡ଼ା ଭାଷା ପ୍ରୟୋଗ କରିନଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡ଼ିକୁ ଟାର୍ଗେଟ କରିଛି । ଉଭୟ ଦଳର ଟିକେଟ କଥା ଅମିତ ଶାହ ନିଷ୍ପତ୍ତି ନେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି (ରବିବାର) ଏକ ସାମ୍ବାଦିକ ସମ୍ମଳନୀରେ ଖୁବ୍ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼ ଅଜୟ କୁମାର ।

ପ୍ରଭାରୀ ଅଜୟ କୁମାର କହିଛନ୍ତି," ବିଜେଡ଼ି ସୂତ୍ରରୁ ଖବର ଅଛି ଯେ ଆସନ୍ତା ନିର୍ବାଚନରେ ଅଶ୍ଵିନୀ ବୈଷ୍ଣବ କଟକରୁ ଲଢ଼ିବେ । ପୁରୀରୁ ଲଢ଼ିବେ ସମ୍ବିତ । ଏମାନେ ଡିଲ୍ କରି ଭୋଟ ଜିତିବେ । ସମ୍ବଲପୁର ଆସି ପ୍ରଧାନମନ୍ତ୍ରୀ ପଦେ ବି ରାଜ୍ୟ ସରକାରଙ୍କ ବିଷୟରେ କହିଲେନି । ରାଜ୍ୟ ସରକାର ବିରୋଧରେ ତାଙ୍କର ମୁହଁ ଖୋଲିଲା ନାହିଁ ।" ଏହା ସହ ସେ ପାଣ୍ଡିଆନ, ଅଶ୍ଵିନୀ ବୈଷ୍ଣବ ଓ ପ୍ରଭାକରନ ଭଳି ଲୋକେ ରାଜ୍ୟ ନିର୍ବାଚନରେ ଭୂମିକା ନେବେ ବୋଲି କହିଥିଲେ ।


ସେ ଆହୁରି ମଧ୍ୟ ପହିଛନ୍ତି," ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟରେ ସେଟିଂ ରହିଛି । ପ୍ରଧାନମନ୍ତ୍ରୀ ଗତକାଲି ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ବିରୋଧରେ କିଛି କହିଲେ ନାହିଁ । ଓଲଟା ନବୀନ ବାବୁ ତାଙ୍କ ମିତ୍ର ବୋଲି କହିଲେ । ଅନ୍ୟ ରାଜ୍ୟକୁ ଗଲେ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତ ଅନେକ କଥା କହୁଛନ୍ତି ମୋଦି । ଏଠି କହିକି କହିଲେ ନାହିଁ । ଏହାର ଅର୍ଥ ଦୁଇ ଦଳ ଗୋଟିଏ ଦଳ । ଉଭୟ ବିଜେପି ଏବଂ ବିଜେଡି ଦଳର ନିଷ୍ପତ୍ତି ଅମିତ ଶାହ ନେଉଛନ୍ତି । ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ ମଧ୍ୟ ସମସ୍ତ ରିପୋର୍ଟ ଅମିତ ଶାହଙ୍କୁ ଦେଉଛନ୍ତି । "

ଏହା ମଧ୍ୟ ପଢନ୍ତୁ ....ସମ୍ବଲପୁର ମୋଦି ଗସ୍ତ, ବିଜେଡି-ବିଜେପିର ହନିମୁନ: କଂଗ୍ରେସ ପ୍ରଭାରୀ


ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିଲେ । ମୋଦି ଆଇଆଇଏମର ନବନିର୍ମିତ କ୍ୟାମ୍ପସକୁ ଉଦଘାଟନ କରିବା ସହ ରେମେଡ ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ଶାସକ ବିଜେଡ଼ି ଏବଂ ନବୀନଙ୍କ ପ୍ରତି କୌଣସି ସମାଲୋଚନାମୂଳକ ବୟାନ ଦେଇନଥିଲେ । ଏମିତିକି ରାଜ୍ୟ ସରକାର କିମ୍ବା ବିଜେଡି ବିଷୟରେ ପଦଟିଏ ବି କହିନଥିଲେ । ମୋଦି କଂଗ୍ରେସ ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details