ଓଡିଶା

odisha

By ETV Bharat Odisha Team

Published : Jan 30, 2024, 9:44 AM IST

ETV Bharat / state

ବିଶ୍ବ ରେକର୍ଡ କରିବେ ଛାତ୍ରଛାତ୍ରୀ ! ଏକ ଘଣ୍ଟାରେ ଫେସବୁକରେ ଅପଲୋଡ୍ ହେବ ଏକ ଲକ୍ଷ ହାତ ଲେଖା

World Odia Language Conference: ଫେବ୍ରୁଆରୀ 3 ରୁ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ 'ବିଶ୍ବ ଓଡିଆ ଭାଷା ସମ୍ମିଳନୀ' । ଏହି ଅବସରରେ ଏକ ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛି 'ମୋ ସ୍କୁଲ ଅଭିଯାନ' । ଫେସବୁକରେ ଏକ ଲକ୍ଷ ହାତ ଲେଖା ଚିଠି ଅପଲୋଡ କରିବାର ଯୋଜନା ପ୍ରସ୍ତୁତ କରିଛି 'ମୋ ସ୍କୁଲ ଅଭିଯାନ' । ଅଧିକ ପଢନ୍ତୁ

World Odia Language Conference
ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ

ଭୁବନେଶ୍ବର: ବିଶ୍ବ ରେକର୍ଡ କରିବେ ଛାତ୍ରଛାତ୍ରୀ ! ଏକ ଘଣ୍ଟାରେ ଅପଲୋଡ୍ ହେବ ଏକ ଲକ୍ଷ ହାତ ଲେଖା ଚିଠି । ପ୍ରଥମ 'ବିଶ୍ୱ ଓଡିଆ ଭାଷା ସମ୍ମିଳନୀ' ଅବସରରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି 'ମୋ ସ୍କୁଲ ଅଭିଯାନ' । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୋଜନା ଅନୁଯାୟୀ, ‘ମୋ ସ୍କୁଲ ଅଭିଯାନ' ନାମରେ ଏକ ଫେସବୁକ୍ ପେଜ୍ ପ୍ରସ୍ତୁତ କରିବା ପରେ ଏକ ଇଭେଣ୍ଟ ସୃଷ୍ଟି କରାଯିବ । ସେଥିରେ ଛାତ୍ରଛାତ୍ରୀମାନେ ନିଜ ହାତଲେଖା ନୋଟ୍ ପୋଷ୍ଟ କରିବେ । ଛାତ୍ରଛାତ୍ରୀଙ୍କୁ ଭାଷା ସାହିତ୍ୟ ପ୍ରତି ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ' ଅବସରରେ ଏହି ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଫେବ୍ରୁଆରୀ 3 ରୁ 5 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ 'ବିଶ୍ବ ଓଡିଆ ଭାଷା ସମ୍ମିଳନୀ' । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଭାଷା ସାହିତ୍ୟ ପ୍ରତି ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର 'ମୋ ସ୍କୁଲ ଅଭିଯାନ' । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ପିଲାଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଯୋଜନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଓଡ଼ିଆ ଶ୍ରେଣୀ କକ୍ଷର ଭାଷା ନୁହେଁ, ଏହା ଓଡ଼ିଆ ଅସ୍ମିତାର ଭାଷା: ଘସିପୁରା ବିଧାୟକ

ମୋ ସ୍କୁଲ ଅଭିଯାନ ପ୍ରଥମ 'ବିଶ୍ୱ ଓଡିଆ ଭାଷା ସମ୍ମିଳନୀ' ଅବସରରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ‘ମୋ ସ୍କୁଲ ଅଭିଯାନ' ନାମରେ ଏକ ଫେସବୁକ୍ ପେଜ୍ ପ୍ରସ୍ତୁତ କରିବା ପରେ ଏକ ଇଭେଣ୍ଟ ସୃଷ୍ଟି କରାଯିବ । ଏହାର ଲିଙ୍କ୍ ମଧ୍ୟ ସେୟାର କରାଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପେଜକୁ ଯାଇ ନିଜ ନିଜ ଫେସବୁକ୍ ଆଇଡିରୁ ଜଣେ ଜଣେ ଛାତ୍ରଛାତ୍ରୀ ହାତଲେଖା ନୋଟ୍ ଅପଲୋଡ୍ କରିବେ । ଜଣେ ଗୋଟିଏ ଆଇଡିରୁ କେବଳ ଗୋଟିଏ ଫଟୋ ହଁ ଅପଲୋଡ଼ କରିବେ । ଏହା ଫେବ୍ରୁଆରୀ ୨ ତାରିଖ ଦିନ ୧୨ ଟାରୁ ମଧ୍ୟାହ୍ନ ୧ଟା ମଧ୍ୟରେ ଏହି ଫଟୋ ଅପଲୋଡ୍ କରିବେ ଛାତ୍ର ଛାତ୍ରୀ ।

ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ହାତ ଲେଖା ନୋଟ ପ୍ରସ୍ତୁତ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କ ନାମ ଏବଂ ବିଦ୍ୟାଳୟର ନାମ ରହିବ । ଏହାସହ “ଧନ୍ୟବାଦ ମୋ ସ୍କୁଲ, ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଓଡ଼ିଆ ଭାଷାରେ 'ମୋ କଥା ମୋ କାହାଣୀ ଲେଖି ମୁଁ ଗର୍ବିତ' ବୋଲି ଏହା ଲେଖି ମୋ ସ୍କୁଲ ଅଭିଯାନ ପକ୍ଷରୁ ଦିଆଯାଇଥିବା ଫେସବୁକ ଲିଙ୍କରେ ପୋଷ୍ଟ କରିବେ ଛାତ୍ର ଛାତ୍ରୀ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଏବଂ ସାହିତ୍ୟ ପ୍ରତି ଆଗ୍ରହ ବଢାଇବା ।

କିଛି ଦିନ ପୂର୍ବେ ରାଜ୍ୟର ସମସ୍ତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ସ୍କୁଲସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳନ କରାଯାଇଥିଲା । ଏହାକୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମସ୍ତ ଅତିଥି ଏହି ଉତ୍ସବକୁ ଖୁବ୍ ପସନ୍ଦ କରିଥିଲେ ।


ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details