ଓଡିଶା

odisha

ETV Bharat / state

ଘରେ ଶୋଇଥିଲେ ମା’ ଛୁଆ, ଜମିବାଡି ବିବାଦରୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ - Miscreants set house on fire

Miscreants set house on fire: ଜମିବାଡି ବିବାଦ ନେଲା ଉଗ୍ରରୂପ । ରାତିରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଙ୍କାକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୨ ଛୁଆ ଓ ମାଆ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଙ୍କାକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୨ ଛୁଆ ଓ ମାଆ

By ETV Bharat Odisha Team

Published : Apr 24, 2024, 5:48 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଙ୍କାକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୨ ଛୁଆ ଓ ମାଆ

ନିଆଳି: ଶତ୍ରୁତାକୁ କେନ୍ଦ୍ରକରି ଲଙ୍କାକାଣ୍ଡ । ଅମାନୁଷିକ ଓ ନୃଶଂସତାର ଚରମ ସୀମା ପାର୍ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୃର୍ବୁତ୍ତମାନେ ନିଆଁ ଲଗାଇଲେ ଚାଳ ଘରେ ଅଳ୍ପକେ ବର୍ତ୍ତିଲେ ମାଆ ଓ ଦୁଇ ପିଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ମାଧବ ପଞ୍ଚାୟତ ସ୍ଥିତ ରଘୁନାଥପୁର ଗ୍ରାମରେ ।‌ ଖବର ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ସୂଚନାଯୋଗ୍ୟ, ରଘୁନାଥପୁରର ନର୍ମଦା ମାହୁନ୍ତଙ୍କ ପଡୋଶୀଙ୍କ ସହିତ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତ ଦୁଇ ଦିନ ତଳେ ନର୍ମଦାଙ୍କୁ ପଡୋଶୀ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାକୁ ନେଇ ନର୍ମଦା ନିଆଳି ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ନର୍ମଦା ଓ ଦୁଇ ପିଲାଙ୍କୁ ନେଇ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୃର୍ବୁତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପ୍ରାଣ ବିକଳରେ ମାଟି କାନ୍ଥ ଭାଙ୍ଗି ପଡୋଶୀଙ୍କ ସହାୟତାରେ ଘରୁ ବାହାରିଥିଲେ ସେ ।

ଏହାପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ନିଆଳି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ ଚାରି ବଖରା ଚାଳଘର ସମେତ ଘରର ସମସ୍ତ ଲକ୍ଷାଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣାରେ ନର୍ମଦାଙ୍କୁ ନ୍ୟାୟ ପ୍ରଦାନ ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଖବର ପାଇ ନିଆଳି ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ ...ଜଙ୍ଗଲ ନିଆଁ ରୋକିବେ ଓଡ୍ରାଫ୍ ଟିମ, ୭ଟି ଡିଭିଜନରେ ହେବେ ନିୟୋଜିତ - ODRAF Team Deployed

ଏହା ମଧ୍ୟ ପଢନ୍ତୁ ....ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ଗୋଟିଏ ପରିବାର, ସହାୟତାର ହାତ ବଢାଇଲେ ବିଜେପି ପ୍ରାର୍ଥୀ - Fire Breaks Out In Boudh

ସେପଟେ ପ୍ରବଳ ଖରା ଯୋଗୁଁ ନର୍ମଦା ଓ ତାଙ୍କ ପିଲା ଛୁଆ ଚଳିଆ ପାଇଁ ବହୁ କଷ୍ଟକର ହୋଇଯାଇଛି । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ କହିଛନ୍ତି ନର୍ମଦା । ନର୍ମଦାଙ୍କ ସ୍ବାମୀ ଗତ ଦୁଇ ବର୍ଷ ହେଲା ତାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିବାବେଳେ ସେ ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଜୀବନ ଆତିବାହିତ କରୁଛନ୍ତି । ତେବେ କିଏ ଏବଂ କାହିଁକି ନିଆଁ ଲଗାଇଲା, ତାହା ସ୍ପଷ୍ଟ ଭାବେ ଜଣାପଡି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details