ଓଡିଶା

odisha

ETV Bharat / state

ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା - Loot in Dhenkanal - LOOT IN DHENKANAL

Loot in Dhenkanal: ଢେଙ୍କାନାଳରେ ଲୁଟେରାଙ୍କ ଆତଙ୍କରାଜ । ଗୋରୁ ବେପାରୀଙ୍କ ଉପରକୁ ଗୁଳି ଓ ବୋମାମାଡ କରି ପ୍ରାୟ ୧୪ ଲକ୍ଷ ଟଙ୍କା ଓ ଗୋଟିଏ ବୋଲେରୋ ଲୁଟି ନେଲେ ଲୁଟେରା । ଅଧିକ ପଢନ୍ତୁ

ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା
ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା

By ETV Bharat Odisha Team

Published : Apr 5, 2024, 2:13 PM IST

ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା

ଢେଙ୍କାନାଳ:ହାଟରେ ଫୁଟିଲା ବୋମା । ଗୋରୁ ବେପାରୀଙ୍କ ଉପରେ ବୋମାମାଡ କରି ପାଖାପାଖି ୧୪ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଆଜି (ଶୁକ୍ରବାର) ସକାଳେଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ଏପରି ବଡ ଧରଣର ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ହାଟରେ ଗୋରୁ କିଣିବାକୁ ଆସିଥିବା ବେପାରୀଙ୍କୁ ଗୁଳିମାଡ ଓ ବୋମାମାଡ କରି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ସହ ଗୋଟିଏ ବୋଲେରୋ ଗାଡି ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି । ଏହି ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କ ସମ୍ପର୍କରେ ଏ ଯାଏଁ କିଛି ସୂଚନା ମିଳିନି ।

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ୍ ବଢିବାରେ ଲାଗିଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ୬ ଜଣ ଲୋକ ଗୋରୁ କିଣିବା ପାଇଁ ଜିରାଳା ସାପ୍ତାହିକ ହାଟକୁ ଏକ ବୋଲେରୋ ଯୋଗେ ଆସିଥିଲେ । ଏତିକି ବେଳେ ୫ ଜଣ ଦୁର୍ବୃତ୍ତ ୩ଟି ବାଇକ ଓ ସ୍କୁଟିରେ ସେଠି ପହଞ୍ଚି ଥିଲେ । ସେମାନେ ବୋଲେରୋ ବସିଥିବା ଡ୍ରାଇଭର ଓ ବ୍ୟବସାୟୀଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଗୁଳି ଗାଡିରେ ବାଜିଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନଥିଲା । ଏହାପରେ ଦୁର୍ବୃତ୍ତମାନେ ଗାଡି ଉପରକୁ ବୋମାମାଡ କରିଥିଲେ । ଫଳରେ ହାଟରେ ଆତଙ୍କ ଖେଳି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଢେଙ୍କାନାଳରେ ଲୁଟେରାଙ୍କ ଉତ୍ପାତ, ଡେଲିଭରୀ ଭ୍ୟାନକୁ ବୋମାମାଡ କରି ଟଙ୍କା ବ୍ୟାଗ୍ ଲୁଟ୍ - Loot In Dhenkanal

ଏହି ସୁଯୋଗରେ ଦୁର୍ବୃତ୍ତମାନେ ବୋଲେରୋରେ ଥିବା ଟଙ୍କା ବ୍ୟାଗ ସହ ଗାଡିକୁ ନେଇ ଫେରାର୍ ମାରିଥିଲେ । ସେହି ବ୍ୟାଗରେ ପ୍ରାୟ ୧୪ ଲକ୍ଷ ଟଙ୍କା ଥିବା ଅନୁମାନ କରାଯାଉଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆଲୋଡନ ଖେଳାଇଛି । ଏମିତି ହାଟ ଭିତରେ ଲୁଟେରାଙ୍କ ଆତଙ୍କରାଜ ଦେଖି ସମସ୍ତେ ନିଜ ଧନଜୀବନ ସୁରକ୍ଷା ନେଇ ଭୟଭୀତ ହୋଇପଡିଛନ୍ତି । ଲୁଟେରାମାନଙ୍କୁ ଧରିବା ପାଇଁ କାମାକ୍ଷାନଗର ପୋଲିସ ଛାନଭିନ୍ ଆରମ୍ଭ କରିଛି । ତେବେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଲୁଟ୍ ଖବର ବାରମ୍ବାର ସାମ୍ନାକୁ ଆସୁଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details