ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ମୋ ବସଷ୍ଟାଣ୍ଡରେ ସାମିଲ ହେଲା ଢେଙ୍କାନାଳ, ଉଦଘାଟନ କଲେ ପୂର୍ତ୍ତମନ୍ତ୍ରୀ

Dhenkanal Bus Stand Inauguration: ୧୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଢେଙ୍କାନାଳ ବସ୍‌ଷ୍ଚାଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 13, 2024, 4:41 PM IST

Dhenkanal Bus Stand Inauguration
Dhenkanal Bus Stand Inauguration

Dhenkanal Bus Stand Inauguration

ଢେଙ୍କାନାଳ:ମୁଖ୍ୟମନ୍ତ୍ରୀଙ୍କ ମୋ ବସଷ୍ଟାଣ୍ଡରେ ସାମିଲ ହେଲା ଢେଙ୍କାନାଳ । ୧୧କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳର ନବ ନିର୍ମିତ ବସଷ୍ଟାଣ୍ଡକୁ ଉଦଘାଟନ କଲେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ମୋ ବସଷ୍ଟାଣ୍ଡ ଯାତ୍ରୀମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇଦେଵ ବୋଲି ପ୍ରକାଶ କରିଛନ୍ତି ଖଣି ମନ୍ତ୍ରୀ ଓ ବିଧାୟକ ।



ରାଜ୍ୟରେ ଯାତ୍ରୀ ପରିବହନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ ମୋ ବସଷ୍ଟାଣ୍ଡ ଯୋଜନାରେ ସାମିଲ ହେଲା ଢେଙ୍କାନାଳ । ଆଜି ଅପରାହ୍ନରେ ଓଡିଶା ରାଜ୍ୟ ପରିବହନ ନିଗମର ୧୧କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ମୋ ବସଷ୍ଟାଣ୍ଡ ଆଜି ଉଦଘାଟନ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପ ନଗରପାଳ ପ୍ରକାଶ କୁଅଁର ପ୍ରମୁଖ ଯୋଗଦେଇ ଥିଲେ । ରାଜ୍ୟରେ ଲଷ୍ମୀ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ପରିବହନ ପାଇଁ ଲଷ୍ମୀ ବସ ସେବା ପରିବହନ ଦିଗରେ ନୂତନ ଦିଶା ଯୋଗାଇ ଦେଇଛି ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟର ୧୩ ଜିଲ୍ଲାର ୨୦ ନବନିର୍ମିତ ବସଷ୍ଟାଣ୍ଡ ଲୋକାର୍ପିତ, ଯୋଗାଯୋଗ ବିକାଶର ଆଧାର କହିଲେ ମୁଖ୍ୟମନ୍ତ୍ରୀ

ଅପରପକ୍ଷରେ ପ୍ରତି ପଞ୍ଚାୟତରେ ଲଷ୍ମୀ ବସଷ୍ଟାଣ୍ଡ ସାଙ୍ଗକୁ ରାଜ୍ୟରେ ମୋ ବସଷ୍ଟାଣ୍ଡ ଯୋଜନାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ମୋ ବସଷ୍ଟାଣ୍ଡ ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ଏହି ମୋ ବସଷ୍ଟାଣ୍ଡ ଯାତ୍ରୀମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇଦେଵ ବୋଲି ପ୍ରକାଶ କରିଛନ୍ତି ଖଣି ମନ୍ତ୍ରୀ ଓ ବିଧାୟକ । ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ପାନୀୟଜଳ, ବିଶ୍ରାମଗାର ଆଦି ଅନେକ ସୁବିଧା ସୁଯୋଗ ଯୋଗାଇଦେବ l ଯାତ୍ରୀମାନଙ୍କୁ ଏହାର ସୁବିଧା ମିଳୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l ଏହି ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଓ ପ୍ରଶାସନିକ ଅଧିକାରୀ, ଓଡିଶା ରାଜ୍ୟ ପରିବହନ ନିଗମର ଅଧିକାରୀମାନେ ଉଦଘାଟନୀ ଉତ୍ସବରେ ସାମିଲ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details