ଓଡିଶା

odisha

ETV Bharat / state

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ - MILLETS PRODUCTION IN ANGUL

ଏଥର ୫ଟି ବ୍ଲକରେ ପ୍ରାୟ ୩,୨୫୦ ହେକ୍ଟରରୁ ଅଧିକ ଜମିରେ ହୋଇଛି ମାଣ୍ଡିଆ ଚାଷ । ଏବର୍ଷ 5 ହଜାର କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିବାକୁ ଲକ୍ଷ୍ୟ ।

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ
ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ (ETV Bharat Odisha)

By ETV Bharat Odisha Team

Published : Nov 11, 2024, 3:23 PM IST

Updated : Nov 12, 2024, 7:15 AM IST

ଅନୁଗୋଳ: ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଗ୍ରହ । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଚାଷୀମାନେ ଏବେ ପୁଣି ଥରେ ମାଣ୍ଡିଆ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହାଛଡା ଢ଼ିପ ଓ ଅଣଜଳସେଚିତ ଜମିରେ ଏହି ଚାଷ କରାଯାଇ ପାରିବା ଓ ପର୍ଯ୍ୟାପ୍ତ ସରକାରୀ ସହାୟତା,ସହଯୋଗ ମିଳିବା ମଧ୍ୟ ଏହି ଚାଷର ଚାହିଦା ବଢିବାର ଅନ୍ୟ ଏକ ପ୍ରମୁଖ କାରଣ । ତେଣୁ ଚଳିତବର୍ଷ ଜିଲ୍ଲାର ୫ଟି ବ୍ଲକରେ ପ୍ରାୟ ୩,୨୫୦ ହେକ୍ଟରରୁ ଅଧିକ ଜମିରେ ମାଣ୍ଡିଆ ଚାଷ କରାଯାଇଛି ।

ଜିଲ୍ଲାର ଏକାଧିକ ବ୍ଲକରେ କିଛି ଦଶନ୍ଧି ପୂର୍ବରୁ ବହୁଳ ପରିମାଣରେ ମାଣ୍ଡିଆ ଚାଷ ହେଉଥିଲା । ସେତେବେଳେ ଦାରିଦ୍ର୍ୟତା ଏବଂ ଖାଦ୍ୟାଭାବ ସମୟରେ ମାଣ୍ଡିଆକୁ ଏକ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରାଯାଉଥିଲା । ଧୀରେ ଧୀରେ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିଲା । ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ କରି ଚାଷୀମାନେ ଅଧିକ ଲାଭ ପାଇଲେ । କାଳକ୍ରମେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ିଲେ ଅନେକ ଚାଷୀ । ହେଲେ ଏବେ ପ୍ରଦୂଷିତ ପୃଥିବୀର ବିଷବଳୟ ଭିତରେ ମଣିଷକୁ ବଞ୍ଚିବାକୁ ପଡୁଛି । ପୋଷଣର ଅଭାବ, ଅନ୍ୟ ଖାଦ୍ୟ ଶସ୍ୟର ଉତ୍ପାଦନ ହ୍ରାସ, ଦରବୃଦ୍ଧି ପରି ବିଭିନ୍ନ କାରଣରୁ ଏବେ ପୁଣି ଥରେ ମାଣ୍ଡିଆ ଚାଷ ପ୍ରତି ଆଗ୍ରହ ବଳାଇଲେଣି ଚାଷୀ ।

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା (ETV Bharat Odisha)
  • ମିଳୁଛି ପ୍ରୋତ୍ସାହନ, ବଢୁଛି ଚାଷୀଙ୍କ ଆଗ୍ରହ

ଏବେ ସରକାରୀ ଓ ବେସରକାରୀ ସ୍ତରରେ ମାଣ୍ଡିଆ ଚାଷକୁ ବ୍ୟାପକ ଗୁରୁତ୍ୱ ଦିଆଯାଉଛି । ତେଣୁ ଗତ ୩-୪ ବର୍ଷ ହେଲା ଜିଲ୍ଲାରେ ପୁଣି ଥରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି । କିଶୋରନଗର, ଆଠମଲ୍ଲିକ, ଛେଣ୍ଡିପଦା, ପାଲଲହଡା ଏବଂ ଅନୁଗୋଳ ବ୍ଲକର ଜଙ୍ଗଲଘେରା ଉଚ୍ଚ ଜମିରେ ମାଣ୍ଡିଆ ଚାଷ କରାଯାଉଛି । ଚଳିତବର୍ଷ ଏହି ସବୁ ବ୍ଲକଗୁଡିକରେ ପ୍ରାୟ ୩,୨୫୦ ହେକ୍ଟର ଜମିରେ ପ୍ରାୟ ୪ହଜାର ଚାଷୀ ମାଣ୍ଡିଆ ଚାଷ କରିଛନ୍ତି ।

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ (ETV Bharat Odisha)
  • ଏଥର ୫ ହଜାର କୁଇଣ୍ଟାଲ ଉତ୍ପାଦନ ଲକ୍ଷ୍ୟ

ଏନେଇ ଜଣେ ମାଣ୍ଡିଆ ଚାଷୀ ରୋଜାଲିନ ସାହୁ କହିଛନ୍ତି, ‘ଏବେ ମଣ୍ଡିଆ ଚାଷ ପ୍ରତି ସେମାନଙ୍କୁ ରୋଜଗାର ଦେଇଛି । ତାଙ୍କ ଅଞ୍ଚଳର ବହୁ ଚାଷୀ ମଣ୍ଡିଆ ଚାଷ ପ୍ରତି ଆଗ୍ରହ କରିଛନ୍ତି ।’ ସେହିଭଳି ଅନ୍ୟ ଜଣେ ମହିଳା ମାଣ୍ଡିଆ ଗାୟତ୍ରୀ ସାହୁ କହିଛନ୍ତି,‘‘ ସେମାନେ ମଣ୍ଡିଆ ଚାଷରେ ଲାଭ ପାଉଛନ୍ତି, ମଣ୍ଡିରେ ଉଚିତ ମୂଲ୍ୟରେ ବିକ୍ରି କରୁଛନ୍ତି, ଯାହା ସମସ୍ତଙ୍କୁ ଲାଭ ଦେଉଛି ।’’ ସେଇଭଳି ଅନ୍ୟ ଜଣେ ମାଣ୍ଡିଆ ଚାଷୀ ମହେଶ ଧଳ କହିଛନ୍ତି,‘‘ଗତ ଚାରି ପାଞ୍ଚ ଭିତରେ ସେମାନେ ଏବେ ଭଲ ଲାଭ ମିଳୁଛି, ମଣ୍ଡିଆ ଏବେ ତାଙ୍କ ଅଞ୍ଚଳରେ ପରିଚୟ ଦେଇଛି ।’’ ଜିଲ୍ଲାର ପ୍ରାୟ ୪ହଜାର ଚାଷୀ ମାଣ୍ଡିଆ ଚାଷ କରିଛନ୍ତି । ଚଳିତ ବର୍ଷ ୫ ହଜାର କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଯାହାକି ଗତବର୍ଷ ପ୍ରାୟ ୩୫ଶହ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିଲା ।

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ (ETV Bharat odisha)
  • ଅଳ୍ପ ଖର୍ଚ୍ଚରେ ମାଣ୍ଡିଆ ଚାଷ ସମ୍ଭବ: ଚାଷୀ

ଜିଲାରେ ମଣ୍ଡିଆ ଚାଷକୁ ପ୍ରମୋସନ କରୁଥିବା ପ୍ରସନ୍ନ ବେହେରା କହିଛନ୍ତି,‘‘ ଯେଉଁଠି ଧାନ ଏବଂ ଅନ୍ୟ କୌଣସି ଫସଲ ହୁଏ ନାହିଁ ସେଭଳି ଜମିରେ ମାଣ୍ଡିଆ ଚାଷ ହୋଇପାରେ । କାରଣ ମାଣ୍ଡିଆ ଚାଷ ପାଇଁ ଅନ୍ୟ ଚାଷ ପରି ପର୍ଯ୍ୟାପ୍ତ ପାଣି, ସାର ଓ ଔଷଧ ଆବଶ୍ୟକ ପଡେ ନାହିଁ । ତେଣୁ ଚାଷୀ କମ ଖର୍ଚ୍ଚ ଓ ପରିଶ୍ରମରେ ଏହି ଚାଷ କରିବାରେ ସକ୍ଷମ ହୋଇପାରେ । ସରକାରଙ୍କ ତରଫରୁ ଚାଷୀଙ୍କୁ ଉନ୍ନତମାନର ବିହନ ଯୋଗାଇ ଦିଆଯାଏ । ବିଭିନ୍ନ ସମୟରେ ଆବଶ୍ୟକ ଜ୍ଞାନକୌଶଳ ମଧ୍ୟ ଯୋଗାଇ ଦିଆଯାଉଛି । ଅମଳ ପରେ ଚାଷୀଙ୍କୁ ଫସଲ ବିକ୍ରି କରିବାର କୌଣସି ଅସୁବିଧା ମଧ୍ୟ ହେଉନାହିଁ ।’’

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ମିଲେଟ ଚାଷ ପାଇଁ କୋରାପୁଟ ଦେଶରେ ସର୍ବୋତ୍କୃଷ୍ଠ ସ୍ଥାନ: ସୌମ୍ୟା ସ୍ବାମୀନାଥନ

ଏହା ମଧ୍ୟ ପଢ଼ନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ନିର୍ଣ୍ଣାୟକ ହେବେ ଓଡିଆ ଭୋଟର ! ଝାଡଖଣ୍ଡ ମୁହାଁ ମାଳ ମାଳ ଓଡିଆ ନେତା

  • ଗତବର୍ଷ ଅପେକ୍ଷା ବଢିଛି କେଜି ପିଚ୍ଛା ଦର: ଜିଲ୍ଲା କୃଷି ଅଧିକାରୀ

ମାଣ୍ଡିଆ ଚାଷ ନେଇ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମହାନ୍ତିକହିଛନ୍ତି," ସରକାରଙ୍କ ତରଫରୁ ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣା ଯାଉଛି । ଗତବର୍ଷ ଜିଲ୍ଲାରେ ୨୦ଟି ମଣ୍ଡି କରାଯାଇଥିଲା, କିନ୍ତୁ ଚଳିତବର୍ଷ ଅଧିକ ମଣ୍ଡି ବ୍ୟବସ୍ଥା କରାଯିବା ନେଇ କୃଷି ବିଭାଗ ସ୍ଥିର କରିଛି । ଗତ ବର୍ଷ ସରକାର ଚାଷୀଙ୍କଠାରୁ ମାଣ୍ଡିଆ କେଜି ପ୍ରତି ୩୮ଟଙ୍କାରେ କ୍ରୟ କରିଥିଲେ । ହେଲେ ଚଳିତବର୍ଷ ଏହାକୁ ବୃଦ୍ଧି କରି କିଗ୍ରା ପିଚ୍ଛା ୪୨ ଟଙ୍କା କରିଛନ୍ତି । ଏହାଦ୍ୱାରା ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ଆହୁରି ଆଗ୍ରହ ବଢିବା ସହ ସେମାନେ ଲାଭବାନ ହୋଇପାରିବେ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2024, 7:15 AM IST

ABOUT THE AUTHOR

...view details