ଓଡିଶା

odisha

ETV Bharat / state

ଷ୍ଟିଲସିଟିରେ ବଢୁଛି ମାଣ୍ଡିଆ କ୍ରେଜ: ଡିମାଣ୍ଡରେ ମିଲେଟ କୁକିଜ, ସ୍ବାବଲମ୍ବୀ ହେଉଛନ୍ତି ମହିଳା - Millet Cookies - MILLET COOKIES

SHG Millet Product: ଦିବ୍ୟଜ୍ୟୋତି SHGର ମହିଳାମାନେ ମାଣ୍ଡିଆରୁ ତିଆରି କରୁଛନ୍ତି କୁକିଜ ସହ ସ୍ନାକ୍ସ ଆଇଟମ । ବଜାରରେ ଏସବୁ କୁକିଜର ରହିଛି ଢେର ଚାହିଦା । ମହିଳାରେ ଏଥିରୁ ଭଲ ଦୁଇ ପଇସା ରୋଜଗାର କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି । ଆଗକୁ ପଢ଼ନ୍ତୁ,

Millet Product
Millet Product (ETV Bhart Odisha)

By ETV Bharat Odisha Team

Published : Jun 9, 2024, 10:14 PM IST

ରାଉରକେଲା: ଆଗ ଭଳି ମହିଳାମାନେ ଆଉ ଘରର ଚାରିକାନ୍ଥ ଭିତରେ ନାହାନ୍ତି । ଘରୁ ବାହାରି ସମାଜରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ଆଉ ମହିଳାଙ୍କ ସ୍ବାବଲମ୍ବୀ ଯାତ୍ରାରେ ରାହା ଦେଖାଇଛି ମାଣ୍ଡିଆ । ମାଣ୍ଡିଆରୁ ପ୍ରସ୍ତୁତ ହେଉଥିବା ବିସ୍କୁଟ, କୁକିଜ ବଜାରରେ ବିକ୍ରି ହେଉଛି । ଯାହାର ଚାହିଦା ମଧ୍ୟ ଢେର ରହିଛି । ମାଣ୍ଡିଆରୁ ଭଳିକି ଭଳି ଖାଦ୍ୟ ସାମଗ୍ରୀ ତିଆରି କରୁଛନ୍ତି 2009 ମସିହାରୁ ଆରମ୍ଭ ହୋଇଥିବା ଦିବ୍ୟଜ୍ୟୋତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଆଜି ତାଙ୍କ ମିଲେଟ କୁକିଜ ପାଇଁ ରାଉରକେଲା ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

Millet Product (ETV Bhart Odisha)

ମାଣ୍ଡିଆରୁ ତିଆରି ସ୍ନାକ୍ସର ଚାହିଦା ବଢ଼ିବା ସହ ବିଭିନ୍ନ ସ୍ଥାନରୁ ଏହାର ଅର୍ଡର ମଧ୍ୟ ଆସୁଛି । ତେବେ ମାଣ୍ଡିଆ, ବାଜରା, ଜୱାର, ସୁଆଁ, କୋଦ, କାଙ୍ଗୁ ଆଦିରେ ପ୍ରସ୍ତୁତ ହେଉଛି ଏହି ସବୁ ସ୍ୱାଦିଷ୍ଟ ସାମଗ୍ରୀ । ରାଉରକେଲା ସହରର ଦିବ୍ୟଜ୍ୟୋତି SHGର ମହିଳାମାନେ 2009 ମସିହାରେ ଆରମ୍ଭ ହୋଇଥିଲା । ସେମାନେ ପ୍ରଥମେ କେବଳ ମଇଦା ଏବଂ ଅଟା କୁକିଜ ପ୍ରସ୍ତୁତ କରୁଥିଲେ । ପରେ ମାଣ୍ଡିଆ ତିଆରି ସାମଗ୍ରୀର ଚାହିଦା ବଢ଼ିବା ପରେ ସେମାନେ ମିଶନ ଶକ୍ତିରୁ ଲୋନ ନେଇ ପ୍ରଥମ କରି ଆରମ୍ଭ କରିଥିଲେ ଏହି ମିଲେଟ କୁକିଜ । ତେବେ ଏ କୁକିଜ ଦେଖିବାକୁ ଯେତିକି ସୁନ୍ଦର ଖାଇବା ପାଇଁ ମଧ୍ୟ ସେତିକି ସ୍ବାଦିଷ୍ଟ । ତେବେ ଷ୍ଟେସନ ବଜାରରୁ ଆରମ୍ଭ କରି ତାଙ୍କ କୁକିଜ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅର୍ଡର ଆସୁଛି । ଯାହାକୁ ନେଇ ବେଶ ଖୁସି ମହିଳା ।

ଏହା ମଧ୍ୟ ପଢ଼ନ୍ତୁ.. ବାଲିଯାତ୍ରାରେ ମାଣ୍ଡିଆ କ୍ରେଜ, ଷ୍ଟଲ ଆଗରେ ଜମୁଛି ଭିଡ

କୁକିଜକୁ ତିଆରି କରି ରାଉରକେଲା ଦିବ୍ୟଜ୍ୟୋତି SHGର ମହିଳା ରାଉରକେଲା ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜିଲ୍ଲା ବାହାରକୁ ସପ୍ଲାଇ କରୁଛନ୍ତି । ଏହି କୁକିଜ ତିଆରି କରି ମହିଳା ମାନେ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ବର୍ତ୍ତମାନ ଏହି ଦିବ୍ୟଜ୍ୟୋତି SHGରେ ପ୍ରାୟ ୮୦ ଜଣ ମହିଳା ମାନେ ମିଶି କାର୍ଯ୍ୟ କରୁଛନ୍ତି । କୁକିଜ ପ୍ରସ୍ତୁତ କରି ମାସକୁ ପ୍ରତ୍ୟକ ମହିଳା ପ୍ରାୟ ୨୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଏପରିକି ଆଗକୁ ଆହୁରି ମିଲେଟ ସାମଗ୍ରୀ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ କରିଛନ୍ତି ମହିଳା ଗୋଷ୍ଠୀ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details