ଓଡିଶା

odisha

ETV Bharat / state

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା - MIGRATORY BIRDS ARRIVE ON WINTER

ଚିଲିକା, ଭିତରକନିକା ଓ ହୀରାକୁଦ ଆଦି ସ୍ଥାନରେ ଦେଖାଗଲେଣି ବିଦେଶୀ ପକ୍ଷୀ । ସୁରକ୍ଷାକୁ ବନ ବିଭାଗର ପ୍ରାଥମିକତା । ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଗଣନା କରିବାକୁ ଲକ୍ଷ୍ୟ ।

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର ଶେଷରେ ଆରମ୍ଭ ହେବ ଗଣନା
ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର ଶେଷରେ ଆରମ୍ଭ ହେବ ଗଣନା (ETV Bharat odisha)

By ETV Bharat Odisha Team

Published : Nov 18, 2024, 7:21 AM IST

ଭୁବନେଶ୍ବର:ପକ୍ଷୀବିହାରଚିଲିକା ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଆସିବା ଆରମ୍ଭ କଲେଣି ବିଦେଶୀ ପକ୍ଷୀ । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ବିଭିନ୍ନ ଦେଶରୁ ହଜାର ହଜାର କିଲୋମିଟର ଦୂରରୁ ବିଭିନ୍ନ ପ୍ରଜାତିର ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଚିଲିକାକୁ ଆସିଥାଆନ୍ତି । ତେବେ କେବଳ ଚିଲିକା ନୁହେଁ, ହୀରାକୁଦ, ଭିତରକନିକା ଆଦି ଅଞ୍ଚଳକୁ ପୂର୍ବ ବର୍ଷଗୁଡିକ ପରି ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଲାଣି । ଭ୍ରମଣକାରୀ ପକ୍ଷୀଙ୍କ ଓ ସେମାନଙ୍କ ଶାବକଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଏକାଧିକ ପଦକ୍ଷେପ ଗ୍ରହଣ କରୁଛି । ତେବେ ଆସନ୍ତାମାସ (ଡିସେମ୍ବର)ରୁ ଶେଷରୁ ଜାନୁଆରୀ ପ୍ରାରମ୍ଭ ମଧ୍ୟରେ ରାଜ୍ୟରେ ପକ୍ଷୀ ଗଣନା କରିବାକୁ ବନ ବିଭାଗ ସ୍ଥିର କରିଛି ।

  • ଖୁବଶୀଘ୍ର ହେବ ପକ୍ଷୀ ଗଣନା:

ଏନେଇ ସିସିଏଫ୍ ବିକାଶ ରଞ୍ଜନ ଦାଶ କହିଛନ୍ତି, ଚିଲିକାକୁ ଆସିଥିବା ବିଦେଶ ପକ୍ଷୀଙ୍କ ଖୁବଶୀଘ୍ର ଗଣନା ଆରମ୍ଭ ହେବ । ଡିସେମ୍ବର ଶେଷ ଏଵଂ ଜାନୁଆରୀ ଆରମ୍ଭ ମଧ୍ୟରେ ଚିଲିକାରେ ପକ୍ଷୀ ଗଣନା ହେବ । କେତେ ସଂଖ୍ୟାରେ ଓ କେତେ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି ସେନେଇ ସର୍ଭେ କରାଯିବ । ଚିଲିକାକୁ ପକ୍ଷୀ ଆସିବା ପରେ ପକ୍ଷୀଙ୍କ ସୁରକ୍ଷାରେ ବନ ବିଭାଗ ପଦକ୍ଷେପ ଗ୍ରହଣ କରିଛି ।ସେମାନଙ୍କ ସୁରକ୍ଷା, ଶିକାରୀଙ୍କ ଉପରେ ନଜର ଏବଂ ଚିଲିକାର ମୁଖ୍ୟ ଅଞ୍ଚଳଗୁଡିକରେ ରହିଥିବା ସ୍ଥାନ ଉପରେ ବନ ବିଭାଗର ନଜର ରହିଛି ।"

ଆସିଲେଣି ବିଦେଶୀ ପକ୍ଷୀ (ETV Bharat Odisha)


ତେବେ ନଜର ପକାନ୍ତୁ ରାଜ୍ୟକୁ ବିଗତ ବର୍ଷଗୁଡିକରେ କେତେ ଆସିଛନ୍ତି ବିଦେଶୀ ପକ୍ଷୀ

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର ଶେଷରେ ଆରମ୍ଭ ହେବ ଗଣନା (ETV Bharat odisha)


ବିଦେଶୀ ପକ୍ଷୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଚିଲିକା:-


୨୦୨୪ - ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ
୨୦୨୩ - ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ
୨୦୨୧-୨୨- ୧୦୭ ପ୍ରଜାତିର ୧୦.୭୪ ଲକ୍ଷ
୨୦୨୦-୨୧ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ
୨୦୧୯-୨୦- ୧୦୯ ପ୍ରଜାତିର ୧୦.୭୧ ଲକ୍ଷ
୨୦୧୮-୧୯- ୧୦୫ ପ୍ରଜାତିର ୧୦.୨୧ ଲକ୍ଷ
୨୦୧୭-୧୮- ୯୫ ପ୍ରଜାତିର ୮.୬୮ ଲକ୍ଷ
୨୦୧୬-୧୭ -୧୦୦ ପ୍ରଜାତିର ୯.୨୪ ଲକ୍ଷ

  • ଭିତରକନିକାକୁ ଆସିଥିବା ପକ୍ଷୀଙ୍କ ସଂଖ୍ୟା

2023-24 - ୧୩୦୧୨୩ ଟି
2022-23 ରେ ୧୨୩୮୬୭ଟି
୨୦୨୧-୨୨-୧୪୪ ପ୍ରଜାତିର ୧.୩୮ ଲକ୍ଷ
୨୦୨୦-୨୧- ୧୨୧ ପ୍ରଜାତିର ୧.୩୬ ଲକ୍ଷ
୨୦୧୯-୨୦-୧୦୫ ପ୍ରଜାତିର ୧.୧୮ ଲକ୍ଷ

ଏହା ମଧ୍ୟ ପଢନ୍ତୁ:- ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା

ଏହା ମଧ୍ୟ ପଢନ୍ତୁ ...ଗହୀରମଥା ଏନ୍ତୁଡ଼ିଶାଳରୁ ବାହାରିଲେ ଅଲିଭ ରିଡଲେ ଛୁଆ - OLIVE RIDLEY TURTLE

ଏହା ମଧ୍ୟ ପଢନ୍ତୁ ...ଜଳବାୟୁ ପରିବର୍ତ୍ତନ ପ୍ରଭାବ ! ମାସେ ବିଳମ୍ବରେ ଅଲିଭ ରିଡଲେ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ - Olive Ridley mass nesting



ହୀରାକୁଦକୁ ମଧ୍ୟ ଆସିଥାନ୍ତି ବିଦେଶୀ ପକ୍ଷୀ:-

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର ଶେଷରେ ଆରମ୍ଭ ହେବ ଗଣନା (ETV Bharat odisha)

୨୦୨୧-୨୨- ୧୦୪ ପ୍ରଜାତିର ୨.୦୮ ଲକ୍ଷ ବିଦେଶୀ ପକ୍ଷୀ।
୨୦୨୦-୨୧- ୪୧ ପ୍ରଜାତିର ୧.୦୩ ଲକ୍ଷ
୨୦୧୯-୨୦- ୯୩ ପ୍ରଜାତିର ୦.୯୮

କେଉଁ ଅଞ୍ଚଳରୁ ଆସିଥାନ୍ତି ବିଦେଶୀ ପକ୍ଷୀ:-

ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର ଶେଷରେ ଆରମ୍ଭ ହେବ ଗଣନା (ETV Bharat odisha)


ଶୀତଋତୁରେ ସୁଦୂର ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଇରାନ, ଇରାକ, ମଙ୍ଗୋଲିଆ ଆଦି ଅଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି । ଏହା ସହ ପାଖାପାଖି ସାଇବେରିଆରୁ ଅଧିକ ପ୍ରଜାତିର ପକ୍ଷୀମାନେ ଚିଲିକାକୁ ପସନ୍ଦ କରିଥାନ୍ତି । ଏଠାକୁ ଆସି ଅଣ୍ଡା ଦେଇଥାନ୍ତି । ବିଶେଷ ଭାବରେ ଏହି ପକ୍ଷୀମାନେ ପ୍ରଜନନ, ସେମାନଙ୍କ ଶାବକମାନଙ୍କୁ ଖାଦ୍ୟ ଏବଂ ନିଜେ ବଞ୍ଚିବାକୁ ଏକ ସର୍ବୋତ୍ତମ ପରିବେଶ ଏବଂ ବାସସ୍ଥାନ ଖୋଜିବା ପାଇଁ ହଜାର ହଜାର ମାଇଲ ଆସି ଓଡିଶାର ଏକାଧିକ ସ୍ଥାନରେ ବସା ବାନ୍ଧିଥାଆନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details