ଓଡିଶା

odisha

ETV Bharat / state

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, 'କେନ୍ଦୁଝରରୁ ଗଡ଼ିବ ଓଡ଼ିଶାର ବିକାଶ ରଥ'

"ଓଡ଼ିଶାର ବିକାଶ ଓ ପ୍ରଗତି କେନ୍ଦୁଝରରୁ ଆରମ୍ଭ ହେବ, ମା' କାଳୀଙ୍କ କୃପାରୁ କେନ୍ଦୁଝରର ପ୍ରଗତି ହେବ" ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

CM Mohan Charan Majhi
CM Mohan Charan Majhi (ETV Bharat Odisha)

By ETV Bharat Odisha Team

Published : Nov 1, 2024, 6:14 PM IST

Updated : Nov 1, 2024, 7:04 PM IST

କେନ୍ଦୁଝର:ସୁନାର ଜିଲ୍ଲା ପାଲଟିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମମାଟି କେନ୍ଦୁଝର ଜିଲ୍ଲା । "କେନ୍ଦୁଝରର ବିକାଶର ରାସ୍ତା ଖୋଲିବ । କେନ୍ଦୁଝର ଜିଲ୍ଲାରୁ ହିଁ ଆରମ୍ଭ ହେବ ଓଡ଼ିଶା ବିକାଶର ରଥ । ମା' କାଳୀଙ୍କ କୃପାରୁ କେନ୍ଦୁଝରର ପ୍ରଗତି ହେବ" ବୋଲି କେନ୍ଦୁଝର ଗସ୍ତର ଶେଷ ଦିନରେ ଆଜି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।

CM Mohan Charan Majhi (ETV Bharat Odisha)

କେନ୍ଦୁଝରରୁ ଓଡ଼ିଶାର ବିକାଶ ଆରମ୍ଭ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "କେନ୍ଦୁଝରର ସବୁଠାରୁ ବଡ଼ପର୍ବ କାଳୀପୂଜା । କେନ୍ଦୁଝରର ସର୍ବ ପୂରାତନ କାଳି ପଡ଼ିଆରେ ମା'ଙ୍କ ଦର୍ଶନ କଲି । ମା'ଙ୍କ ପାଖରେ କେନ୍ଦୁଝରବାସୀଙ୍କ ସୁଖ, ଶାନ୍ତି ସମୃଦ୍ଧି କାମନା କଲି । କେନ୍ଦୁଝରର କେମିତି ଉନ୍ନତି ହେବ ମା'ଙ୍କ ପାଖରେ ପ୍ରାର୍ଥନା କରିଛି । ମା' ମୋତେ ଆଶୀର୍ବାଦ କରିଛନ୍ତି, ଓଡ଼ିଶାର ଦାୟିତ୍ବ ଦେଇଛନ୍ତି । ତେଣୁ ଓଡ଼ିଶାର ବିକାଶ ଓ ପ୍ରଗତି କେନ୍ଦୁଝରରୁ ଆରମ୍ଭ ହେବ । କେନ୍ଦୁଝର ପାଇଁ ବିକାଶର ରାସ୍ତା ଖୋଲି ଯାଇଛି । ବିଧାନସଭାରେ କେନ୍ଦୁଝର ପାଇଁ ଲଢେଇ କରୁଥିଲି ଓ ମା'ଙ୍କ ନିକଟରେ ପ୍ରାର୍ଥନା କରୁଥିଲି । ଆଜି ମା' ମୋତେ ଓଡ଼ିଶାର ଓ କେନ୍ଦୁଝର ଦାୟିତ୍ବ ଦେଇଛନ୍ତି । ମା'ଙ୍କ ଆଶୀର୍ବାଦରୁ ବିକାଶ ହେବ । କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ମୋର ଯେଉଁ ଇଚ୍ଛା ଥିଲା ମା' କାଳୀ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାହା ପୂରଣ ହେବ ।"

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ହେବା ପରେ ରାଇକଳାରେ ମୋହନ ମାଝୀଙ୍କ ପ୍ରଥମ ଦୀପାବଳି, ଆଜି ଗୋବର୍ଦ୍ଧନ ପୂଜା ପରେ କାଳୀ ମଣ୍ଡପ ପରିଦର୍ଶନ

ଏହା ମଧ୍ୟ ପଢନ୍ତୁ:- ଜନ୍ମମାଟି ରାଇକଳାରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ: ବାଣ ଫୁଟାଇଲେ,ବାଜା ବଜାଇଲେ

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀ ଫୁଟପାଥରୁ ଦୀପ କିଣିଲେ ମୁଖ୍ୟମନ୍ତ୍ରୀ, ପୁରୁଣା ସ୍ମୃତିକୁ କଲେ ତାଜା


ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ:

ଦ୍ୱିତୀୟ ଦିନରେ ସକାଳୁ ମୁଖ୍ୟମନ୍ତ୍ରୀ ନିଜ ରାଇକଳା ସ୍ଥିତ ଗ୍ରାମକୁ ଯାଇ ଘରୋଇ ପାରମ୍ପରିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ଦୀର୍ଘ ସମୟ ପୂଜାର୍ଚ୍ଚନା କରିବା ପରେ ଗ୍ରାମବାସୀ ଓ ପରିବାର ସହ ପ୍ରସାଦ ସେବନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ସହର ସ୍ଥିତ କାଳୀ ମନ୍ଦିର ଓ ମେଢ଼ ଦର୍ଶନ କରିଥିଲେ । କେନ୍ଦୁଝର ସହରର ସର୍ବ ପୁରାତନ ନେତ୍ରାକାଳୀ ଓ କାଳୀ ତୀର୍ଥ କାଳୀ ମେଢ଼ ଦର୍ଶନ ଓ ପୂଜା କରିବା ସହ ମୀନା ବଜାର ବୁଲିଥିଲେ । ମା'ଙ୍କ ଦର୍ଶନ ପରେ ରାଇସୁଆଁ ଏୟାର ଷ୍ଟ୍ରିପରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ଅଭିମୁଖେ ଉଡାଣ ଭରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Nov 1, 2024, 7:04 PM IST

ABOUT THE AUTHOR

...view details