ଓଡିଶା

odisha

ETV Bharat / state

ଔଷଧୀୟ ବୃକ୍ଷ ବିହନ ସଂରକ୍ଷଣ ପାଇଁ ପ୍ରୟାସ, ଦେଓମାଳିରେ ଖୋଲିଲା ସଂରକ୍ଷଣ କେନ୍ଦ୍ର - MEDICINAL SEED CONSERVATION CENTER

ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି ଆରମ୍ଭ କଲେ ଔଷଧୀୟ ବୃକ୍ଷ ବିହନ ସଂରକ୍ଷଣ କେନ୍ଦ୍ର ।

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର
ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

By ETV Bharat Odisha Team

Published : Nov 28, 2024, 8:15 PM IST

Updated : Nov 28, 2024, 8:45 PM IST

କୋରାପୁଟ:ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏନେଇ କୋରାପୁଟ ଦେଓମାଳି ପାଦଦେଶରେ ଖୋଲିଲା ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର । ଜିଲ୍ଲା ପ୍ରଶାସନ ସହାୟତାରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦଳେଇପୁଟ ପଞ୍ଚାୟତର ତେନ୍ତୁଳିଗୁଡା ଗ୍ରାମରେ ଖୋଲିଛି ଏହି ବିହନ ସଂରକ୍ଷଣ କେନ୍ଦ୍ର ।

ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର ଶୁଭାରମ୍ଭ:

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

ଆୟୁର୍ବେଦିକ ଚିକିତ୍ସକ ତଥା ସଂରକ୍ଷକ ହରି ପାଙ୍ଗିଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ତେନ୍ତୁଳିଗୁଡା ଠାରେ ଗୁପ୍ତେଶ୍ଵର ଚେରମୁଳି ଔଷଧ ଓ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ରରେ ନୂତନ ଭାବେ ଆରମ୍ଭ ହୋଇଛି ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗର ପ୍ରଫେସର ଶରତ କୁମାର ପାଳିତା ଏବଂ ଡ ଦେବବ୍ରତ ପଣ୍ଡା ସାମିଲ ହୋଇଥିଲେ ।

ହରି ପାଙ୍ଗିଙ୍କ ଅନନ୍ୟ ପ୍ରୟାସ:

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗି ଜଳବାୟୁ ପରିବର୍ତ୍ତନ ତଥା ଜୈବ ବିବିଧତା ବିଷୟରେ କାର୍ଯ୍ୟ କରୁଛନ୍ତି । କୋରାପୁଟ ଅଞ୍ଚଳର ପାରମ୍ପରିକ ଔଷଧୀୟ ବୃକ୍ଷ ଓ ତାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ଗବେଷଣା ଜାରି ରଖିଛନ୍ତି । ଗତ କିଛିଦିନ ପୂର୍ବେ ସେ ଆମେରିକାର ଓରେଗାଓଁ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ପାରମ୍ପରିକ ବୈଦ୍ୟ ଭାବେ ତାଙ୍କ ଉପସ୍ଥାପନାରେ କୋରାପୁଟର ଦେଓମାଳୀ ପର୍ବତରେ ଭରି ରହିଥିବା ଔଷଧୀୟ ସମ୍ପଦର ବର୍ଣ୍ଣନା କରି ଅନେକ ପ୍ରଶଂସା ସାଉଁଟି ଥିଲେ । ସେ ବର୍ତ୍ତମାନ କୋରାପୁଟ ଜିଲ୍ଲାର ଔଷଧୀୟ ବୃକ୍ଷର ସନ୍ଧାନ କରି ସେଗୁଡିକର ବିହନ ସଂରକ୍ଷଣ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ

ଏହା ମଧ୍ୟ ପଢନ୍ତୁ ...ମସ୍ତିଷ୍କ ପାଇଁ ମହୌଷଧୀ ଏହି ନୀଳ ରଙ୍ଗର ଫୁଲ

ଏହା ମଧ୍ୟ ପଢନ୍ତୁ ...ପିଅନ୍ତୁ ଭେଣ୍ଡି ପାଣି : ପାଖ ପଶିବନି ବଡ଼ ରୋଗ ! - Benefits Of Ladies Finger Water

ଏକ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବିହନ ସଂରକ୍ଷଣ ଲକ୍ଷ୍ୟ:

ପାରମ୍ପରିକ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କେନ୍ଦ୍ର (ETV Bharat Odisha)

ଏକ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ବୃକ୍ଷର ବିହନ ସଂରକ୍ଷଣ କରିବାର ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେମିଲିଗୁଡା ବ୍ଲକର ଡଲିଆମ୍ବରେ ପ୍ରତିଷ୍ଠା ହୋଇଥିବା ତାଙ୍କ ଗବେଷଣା କେନ୍ଦ୍ରରେ ଏ ପର୍ଯ୍ୟନ୍ତ 430 ପ୍ରକାରର ପାରମ୍ପରିକ ବିହନକୁ ସଂରକ୍ଷଣ କରିଛନ୍ତି ସେ । ଏନେଇ ପ୍ରଫେସର ଶରତ କୁମାର ପାଳିତା କହିଛନ୍ତି," ବିଶ୍ୱରେ ବିଭିନ୍ନ ଅନୁଷ୍ଠାନ ପାରମ୍ପରିକ ଔଷଧୀୟ ବୃକ୍ଷର ସୁରକ୍ଷା ଓ ପ୍ରାଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ବେଳେ ହରି ପାଙ୍ଗି ଏହି ଉଦ୍ୟମ ଏକ ନୂତନ ଦିଗ ପ୍ରଦାନ କରିବ। "


ଇଟିଭି ଭାରତ, କୋରାପୁଟ

Last Updated : Nov 28, 2024, 8:45 PM IST

ABOUT THE AUTHOR

...view details