ଓଡିଶା

odisha

ETV Bharat / state

ବାଘୁଣୀ ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଚମ୍ପଟ ! ମୁହଁ ଖୋଲୁନି ବନ ବିଭାଗ - TIGRESS ZEENAT

ଓଡ଼ିଶାରୁ ଝାଡଖଣ୍ଡ ଏବଂ ଏବେ ପଶ୍ଚିମବଙ୍ଗ । ଶିମିଳିପାଳରୁ ଫେରାର ହୋଇଯାଇଥିବା ବାଘୁଣୀ ଜୀନତ ପଞ୍ଚିମବଙ୍ଗ ଶିମୁଲପାଲ ଜଙ୍ଗଲ ମୁହାଁ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : 4 hours ago

ରାଇରଙ୍ଗପୁର(ମୟୂରଭଞ୍ଜ): ମହାରାଷ୍ଟ୍ରରୁ ଆସିବା ପରେ ଓଡ଼ିଶାରେ ମନ ଲାଗୁନି ବାଘୁଣୀ ଜୀନତର । ଶିମିଳିପାଳ ଅଭୟାରଣ୍ୟ ଛାଡିବା ପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡିଆଁ ମାରୁଛି । ଜଙ୍ଗଲ ପରେ ଜଙ୍ଗଲ ପରିବର୍ତ୍ତନ କରୁଛି ଜୀନତ । ଝାଡଖଣ୍ଡରୁ ଏବେ ସେ ପଶ୍ଚିମବଙ୍ଗ ଘଞ୍ଚ ଜଙ୍ଗଲକୁ ପଳାଇଯାଇଥିବା ପ୍ରଥମିକ ଭାବେ ସୂଚନା ମିଳିଛି ।

ଗତକାଲି (ଶୁକ୍ରବାର) ସକାଳ ସମୟରେ ଜୀନତକୁ ପଶ୍ଚିମବଙ୍ଗ ରାଜ୍ୟର ଝାଡଗ୍ରାମ ଅନ୍ତର୍ଗତ ବେଲପାହାଡି ରେଞ୍ଜରେ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଶିମୁଲପାଲ୍ ଜଙ୍ଗଲକୁ ଚାଲି ଯାଇଥିବାର ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ଅନ୍ୟ ପଟେ ଏ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ହସ୍ତଗତ ହୋଇନଥିବା କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା । ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମଧ୍ୟ ମିଳି ପାରିନାହିଁ ।

Tigress zeenat enters west bengal (ETV BHARAT ODISHA)

ଜୀନତ ପରେ ଯମୁନା ମାରିଲା ଡିଆଁ:

ବାଘୁଣୀ ଜୀନତକୁ ଝାଡ଼ଖଣ୍ଡ ରାଜ୍ୟରୁ ଶିମିଳିପାଳ ଅଭୟାରଣ୍ୟ ଫେରିବାକୁ ଉଦ୍ୟମ ଚାଲିଥିବା ବେଳେ ସେ ସବୁ ଭେଦ କରି ଏବେ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିଛି । ଯାହା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜୀନତକୁ ଝାଡ଼ଖଣ୍ଡରୁ ଶିମିଳିପାଳ ଫେରାଇ ଆଣିବା ପାଇଁ ବନ ବିଭାଗର ସମସ୍ତ ପ୍ରୟାସ ଫେଲ୍ ମାରିଛି । ସେପଟେ ଯମୁନା ମଧ୍ୟ ଶିମିଳିପାଳ ଅଭୟାରଣ୍ୟକୁ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ବନବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Tigress zeenat enters west bengal (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡରୁ ଜୀନତକୁ ଫେରାଇବା ଚିନ୍ତା, ବାଘୁଣୀ ଯମୁନା କେଉଁଠି? - TIGRESS ZEENAT AND JAMUNA

ଏହା ବି ପଢନ୍ତୁ...ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜୀନତ, ୪ ଗାଁରେ କୋକୁଆ ଭୟ, 163 ଧାରା ଲାଗୁ

ଏହା ବି ପଢନ୍ତୁ...ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ଏହା ବି ପଢନ୍ତୁ...ଏନକ୍ଲୋଜରରୁ ବାହାରି ଶିମିଳିପାଳର ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

Tigress zeenat enters west bengal (ETV BHARAT ODISHA)

ଜୀନତକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ବନ ବିଭାଗ:

ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରର ତଡବା-ଅନ୍ଧେରୀ ଜଙ୍ଗଲରୁ ଗତ ନଭେମ୍ବର 14ରେ ଶିମିଳିପାଳକୁ ଜୀନତକୁ ଅଣା ଯାଇଥିଲା । ଗତ 24 ତାରିଖ ରାତିରେ ଏନ୍ କ୍ଲୋଜରରୁ ବାଘୁଣୀକୁ ଜଙ୍ଗଲକୁ ଛାଡ଼ି ଦିଆ ଯାଇଥିଲା । ଏହାପରେ ଡିସେମ୍ବର 10 ତାରିଖ ଦିନ ଶିମିଳିପାଳ ଛାଡି ରାଇରଙ୍ଗପୁର ଓ ବିଶୋଇ ରେଞ୍ଜ ଦେଇ ଝାଡ଼ଖଣ୍ଡ ପଳେଇ ଯାଇଥିଲା ବାଘୁଣୀ ଜୀନତ । ସେଠାରେ ବାଘୁଣୀ ଜୀନତ୍ ଉପରେ ବନବିଭାଗ ନଜର ରଖିଥିବା ବେଳେ ଟ୍ରାଙ୍କୁଲାଇଜ କରିବାର ପ୍ରୟାସ କରା ଯାଇଥିଲା । ହେଲେ ସେଥିରେ ମଧ୍ୟ ବିଫଳ ହୋଇଥିଲା ବନବିଭାଗ।

Tigress zeenat enters west bengal (ETV BHARAT ODISHA)

ମୁହଁ ଖୋଲି ନାହାନ୍ତି ଶିମିଳିପାଳ କର୍ତ୍ତୃପକ୍ଷ:

ଶେଷ ଥର ପାଇଁ ଅର୍ଥାତ ଡିସେମ୍ବର ମାସ 17 ତାରିଖ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆ ନିକଟ ରାଜାବସା ଜଙ୍ଗଲ ରେ ଏକ ମଇଁଷି ଶିକାର କରି ଖାଇଥିଲା ଜୀନତ । ସେଠାରେ ହାତୀପଲକୁ ଭୟ କରି ପୁରୁଣାପାଣି-ମହୁଲବେଟ ଜଙ୍ଗଲକୁ ପଳେଇ ଥିଲା । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ର ଜଙ୍ଗଲ ଲାଗି ରହିଥିବାରୁ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲରେ ପ୍ରବେଶ କରି ଏବେ ଶିମୁଲପାଲର ଆଖପାଖ ଜଙ୍ଗଲରେ ଜୀନତ ରହିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଶିମିଳିପାଳ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ମୁଁହ ଖୋଲି ନାହାନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details