ଭୁବନେଶ୍ୱର:'ମୋ ବସ୍' ଚାଳକଙ୍କ ବେପରୁଆ ଗାଡି ଚାଳନା ନେଇ ଆସୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ । ଅନେକ ମୃତାହତ ହେଉଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ମୋ ବସରେ ସ୍ପିଡ୍ ଲିମିଟ ରହିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେହିପରି 'ମୋ ବସ' ସହରରେ 40 ଓ ସହର ବାହାରେ ଘଣ୍ଟା ପ୍ରତି 50 କିମି ବେଗରେ ଗତି କରିବ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କେବେ ଆରମ୍ଭ ହୋଇଥିଲା 'ମୋ ବସ୍' ସେବା?
ସାଧାରଣ ପରିବହନ ବ୍ୟବସ୍ଥାରେ 'ମୋ ବସ' ସେବା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଛି । ରାଜ୍ୟର ବିଭିନ୍ନ ସହରରେ 'ମୋ ବସ' ସେବା ଜାରି ରହିଛି । ବିଭିନ୍ନ ସହରାଞ୍ଚଳର ଅନେକ ଲୋକ 'ମୋ ବସ' ସେବା ଉପରେ ନିର୍ଭର କରନ୍ତି । ଆଜିକୁ ଠିକ 6 ବର୍ଷ ପୂର୍ବେ 2018 ମସିହା ନଭେମ୍ବର 6 ତାରିଖରେ 'ମୋ ବସ' ସେବା ଆରମ୍ଭ ହୋଇଥିଲା । ପ୍ରାଥମିକଭାବେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ 'ମୋ ବସ' ସେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ବିଗତ ବର୍ଷରେ 'ମୋ ବସ' ସେବା ଅନେକ ସଫଳତା ହାସଲ ହାସଲ କରିଛି । ଜାତୀୟ ସ୍ତରରେ ଏହା ପୁରସ୍କାର ମଧ୍ୟ ପ୍ରାପ୍ତ କରିଛି ।
'ମୋ ବସ୍' ଦୁର୍ଘଟଣା:
ସଫଳତା ସହ ଅନେକ କୁଖ୍ୟାତି ମୋ ବସ ସେବା ସହ ଯୋଡି ହୋଇଛି । ଦ୍ରୁତଗତି ଓ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ମୋ ବସ । ଦ୍ରୁତଗତି ଯୋଗୁଁ ଖୋର୍ଦ୍ଧାରେ ରାସ୍ତାକଡ଼ କେନାଲରେ ପଡିଥିଲା 'ମୋ ବସ' । ଫଳରେ 15ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିପରି କଟକ ଓ ଭୁବନେଶ୍ୱରରେ ଦୁର୍ଘଟଣା ଘଟାଇ ଜୀବନ ନେଇଛି 'ମୋ ବସ' । ଦ୍ରୁତଗତି ଓ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ 'ମୋ ବସ' ବିଫଳତା ଗୋଟାଇବାରେ ଲାଗିଛି 'ମୋ ବସ' ସେବା । ଏନେଇ ବଦନାମ ହେବା ପରେ ଚେତିଛନ୍ତି ରାଜ୍ୟ ସରକାର । ପଦକ୍ଷେପ ନେଇଛି ନଗର ଉନ୍ନୟନ ବିଭାଗ । ମୋ ବସରେ ସ୍ପିଡ୍ ଲିମିଟ ରହିବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନଗର ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ: