ରାୟଗଡ଼ା: ୨ଟି ଅପରାଧିକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । କଡା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ବିଚାର କରି ଡାକୁ ମାଝୀ ହତ୍ୟା ମାମଲା ଓ ମରିଚଗୁଡ଼ାର ପ୍ରାସ୍କା ସିମନ ମଝୀଙ୍କ ଘରେ ବିସ୍ଫୋରଣ ଘଟଣାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ ନେଇ ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଗୁଣପୁର ଏଡିଜେ କୋର୍ଟ ।
ଡାକୁ ମାଝୀ ହତ୍ୟା ମାମଲା ସବ୍ୟସାଚୀ ନିର୍ଦ୍ଦୋଷ:
ସୂଚନା ଅନୁସାରେ, ୧୩.୦୮. ୨୦୦୪ ମସିହାରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ ଡାକୁ ମାଝୀଙ୍କୁ ହତ୍ୟା କରାଯାଇଥିଲା । ଡାକୁ ମାଝୀ ବ୍ଲକରୁ କାମ ସାରି ବାଇକରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ମୁଖା ପିନ୍ଧା ନକ୍ସଲ ତାଙ୍କୁ ଗୁଳି କରିଥିଲେ । ପରେ ସେଠାରେ ଡାକୁ ମାଝୀ ତଳେ ପଡିଯିବା ପରେ ନକ୍ସଲମାନେ ଡାକୁ ମାଝୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଡାକୁ ମାଝୀଙ୍କ ବାଇକରେ ଆସୁଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ଗୁଳି ବାଜିଥିଲା । ଘଟଣା ସ୍ଥଳରେ ଡାକୁ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଜଣ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ହତ୍ୟାକାଣ୍ଡ ନେଇ ସବ୍ୟସାଚୀଙ୍କ ନାମରେ ମାମଲା ବିଚାରଣା ଚାଲିଥିଲା । ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ କରିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ନେଇ ରାୟ ପ୍ରକାଶ ପାଇଛି । ପୂର୍ବରୁ ଏହି ମାମଲାରେ ୫ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ମରିଚଗୁଡା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ ସବ୍ୟସାଚୀ: