ଖୋର୍ଦ୍ଧା:ପୂର୍ବତନ ସମିତି ସଭ୍ୟଙ୍କର ସନ୍ଦେହ ଜନକ ମୃତ୍ୟୁ। ତେବେ ଘଟଣାଟି ଖୋର୍ଦ୍ଧା ଜିଲ୍ଲା କଡବ ଗ୍ରାମରେ ଘଟିଛି । ମୃତକ ଜଣକ ହେଉଛନ୍ତି କଡବ ଗ୍ରାମର ପୂର୍ବତନ ସମିତିସଭ୍ୟ ନରହରି ସେଠୀ । ତେବେ ନରହରି ଗତକାଲି ତାଙ୍କ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ହେଲେ ତାଙ୍କୁ ସେଠାରୁ ମୃତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ ନରହରିଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କର ସ୍ତ୍ରୀ । ଏହା ସହିତ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡବ ଗ୍ରାମର ନରହରି ସେଠୀ ପୂର୍ବତନ ସମିତି ସଭ୍ୟ ତାଙ୍କର ୧୯୯୧ ମସିହା ବ୍ୟାଚର ବନ୍ଧୁ ମାନଙ୍କ ସହ ଗତକାଲି ରବିବାର କୋତଲାଙ୍ଗ ସିନ୍ଦୁରମୁଣ୍ଡୀ ମନ୍ଦିରରେ ଭୋଜି କରିବାକୁ ଯାଇଥିଲେ । ତେବେ ଭୋଜି ସରିବା ପରେ ନରହରି ଏକୁଟିଆ ବାଇକରେ ଫେରୁଥିଲେ । ଫେରିବା ବାଟର କୋତଲାଙ୍ଗ ଚଟୁଆ ରାସ୍ତାରେ ସେ ବାଇକ ସହ ସେ ତଳେ ପଡିଥିବା ସେଠାରୁ ଫେରୁଥିବା ମନ୍ଦିର ପୂଜକ ଦେଖି ଭୋଜି କରୁଥିବା ସାଙ୍ଗ ମାନଙ୍କୁ ଖବର ଦେଇଥିଲେ । ଖବର ପାଇ ସାଙ୍ଗ ମାନେ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ନରହରିଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।