ଓଡିଶା

odisha

ETV Bharat / state

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

Man Convicted Life Imprisonment: ଗଣଦୁଷ୍କର୍ମ ପରେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ। ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ଦୋଷୀକୁ ଆଜୀବନ କାରାଦଣ୍ଡାଦେଶରେ ମଧ୍ୟ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 23, 2024, 10:42 PM IST

kendujhar
kendujhar

କେନ୍ଦୁଝର: ଗଣଦୁଷ୍କର୍ମ ପରେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ଜିଲ୍ଲା ଓ ଦୌରାଜଜ କେନ୍ଦୁଝର ଦୋଷୀକୁ ଆଜୀବନ କାରାଦଣ୍ଡାଦେଶରେ ମଧ୍ୟ ଦଣ୍ଡିତ କରିଛନ୍ତି ।

ଘଟଣା ଅନୁସାରେ ପଣ୍ଡାପଡା ଥାନା ବସନ୍ତପୁର ଗ୍ରାମର ଜଣେ ଯୁବତୀକୁ ବଲାଣୀପଶି ଗ୍ରାମର ସୁଶାନ୍ତ କୁମାର ନାଏକ (୨୩) ଭଲ ପାଇ ଆସୁଥିବା ବେଳେ ୨୦୨୧ ଅକ୍ଟୋବର ୨୩ ତାରିଖ ବିଳମ୍ବିତ ରାତିରେ ମୋବାଇଲ ଫୋନ ଯୋଗେ ଘରୁ ବାହାରକୁ ଆସିବା ପାଇଁ ଡାକିଥିଲା । ଯୁବତୀ ଜଣକ ବାଡି ପଛପାଖରେ ପହଞ୍ଚିବା ପରେ ପ୍ରେମିକ ସୁଶାନ୍ତ ପ୍ରଥମେ ତାକୁ ଦୁଷ୍କର୍ମ କରିବା ପରେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ସୁଶାନ୍ତର ଆଉ ୩ଜଣ ସାଙ୍ଗ ମଧ୍ୟ ସମ୍ପୃକ୍ତ ଯୁବତୀଜଣଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ବାହାରେ ଜଣାପଡିବା ଭୟରେ ଦୁଷ୍କର୍ମ ପରେ ଯୁବତୀ ଜଣଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଅଧିକ ପଢନ୍ତୁ- ନାବାଳିକାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଘଟଣା ପରଦିନ ଯୁବତୀର ବାପା ଏହାଜାଣିବା ପରେ ନିକଟସ୍ଥ ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାର ୩ଦିନପରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ସୁଶାନ୍ତ କୁମାର ନାଏକଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଶୁକ୍ରବାର ଏହି ମାମଲାରୁ ଚୂଡାନ୍ତ ଶୁଣାଣୀ କରି ମୋଟ ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ କେନ୍ଦୁଝର ଅଶୋକ କୁମାର ପଣ୍ଡା ପ୍ରେମିକ ସୁଶାନ୍ତକୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦାଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୫ହଜାର ଟଙ୍କା ଜୋରିମାନା ରାୟ ଦେଇଛନ୍ତି। ଜରିମାନା ଅନାଦେୟ ସ୍ଥଳେ ଅଧିକ ୧ମାସ ସଶ୍ରମ କାରାଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି । ତେବେ ପ୍ରମାଣ ଅଭାବରୁ ଅନ୍ୟ ୩ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସରକାରଙ୍କ ପକ୍ଷରୁ ପି.ପି. ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details