ଢେଙ୍କାନାଳ: ସୁଧ ଟଙ୍କାକୁ ନେଇ ଜଘନ୍ୟ କାଣ୍ଡ । ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଭାବେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପଶି ବରସାହିର ଏକାଦଶୀ ମହାଳିକ ଜଣେ ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ଏକାଦଶୀ ଘର କାମ ପାଇଁ ସେହି ଗ୍ରାମର ସଇଆଁ ପାତ୍ରଙ୍କ ଠାରୁ ସୁଧ ଆକାର ୧୫ ହଜାର ଟଙ୍କା ଉଧାର ଆଣିଥିଲେ । ଏହାସହ ପରେ ଏହି ଧାର ଟଙ୍କାକୁ ସୁଝି ଦେଇଥିଲେ । କିନ୍ତୁ ସୁଧ ବାବଦରେ ଦେଢ ଲକ୍ଷ ଟଙ୍କା ମାଗୁଥିଲା ସଇଁଆ । ମାତ୍ର ସୁଧ ବାବଦକୁ ଏତେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା । ସେପଟେ ଗତକାଲି (ରବିବାର)ରାତ୍ରି ସମୟରେ ଗାଁର ଅଷ୍ଟ ପ୍ରହରୀ ପାଇଁ ଗାଁ ପୋଖରୀକୁ କଳସ ପାଣି ଆଣିବାକୁ ଯାଇଥିଲେ ଏକାଦଶୀ । ମାତ୍ର ଯିବା ବାଟରେ ଉପରସାହି ଠାରେ ଏକାଦଶୀଙ୍କୁ ଟଙ୍କା ତୁରନ୍ତ ଦେବା ପାଇଁ ଜିଦ ଧରିଥିଲା ସଇଆଁ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣିଥରେ ଝଗଡ଼ା ହୋଇଥିଲା ।