ଓଡିଶା

odisha

ETV Bharat / state

ପ୍ରଥମ ଥର ରେଳ ଦେଖିବ ମାଲକାନଗିରି: ବିଜୁଙ୍କ ସ୍ବପ୍ନକୁ ପୂରଣ କରିବ ବିଜେପି ! - Malkangiri to get First Railway - MALKANGIRI TO GET FIRST RAILWAY

Malkangiri to get First Railway Line: କେନ୍ଦ୍ର ସରକାର ୮ଟି ବଡ଼ ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହାରି ଭିତରେ ରହିଛି ବହୁପ୍ରତିକ୍ଷୀତ ମାଲକାନଗିରି-ପାଣ୍ଡୁରାଙ୍ଗାପୁରମ ରେଳ ପ୍ରକଳ୍ପ । ଯାହାକି ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଅଧିକ ପଢନ୍ତୁ

JEYPORE AND MALKANGIRI NEW RAIL LINE
MALKANGIRI TO PANDURANGAPURAM NEW RAIL LINE (ETV Bharat Odisha)

By ETV Bharat Odisha Team

Published : Aug 11, 2024, 6:33 PM IST

ମାଲକାନଗିରି:ପୂରଣ ହେବାକୁ ଯାଉଛି ଦୀର୍ଘ ବର୍ଷର ସ୍ବପ୍ନ । ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲା ଦେଖିବ ଟ୍ରେନ । ମାଲକାନଗିରି ଠାରୁ ପାଣ୍ଡୁରାଙ୍ଗାପୁରମ ୧୭୩.୬୧ କିଲୋମିଟର ରେଳ ଲାଇନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଗତ ଦୁଇ ଦିନ ତଳେ କେନ୍ଦ୍ରରେ ମୋଟ ୮ଟି ବଡ଼ ରେଳ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏନେଇ ଉପାନ୍ତ ମାଲକାନଗିରି ଜିଲ୍ଲାବାସୀ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଏନେଇ ୪ହଜାର ୧୦୯ କୋଟି ଟଙ୍କା ବଜେଟ ରଖାଯାଇଛି । ପୂର୍ବରୁ ମଧ୍ୟ ଜୟପୁର-ମାଲକାନଗିରି ରେଳ ଲାଇନ ପାଇଁ ତତ୍ପରତା ଦେଖାଇଥିବା କେନ୍ଦ୍ର କିନ୍ତୁ ଜମି ଅଧିଗ୍ରହଣ କରିବାରେ ବିଫଳତା ଦେଖାଇଥିଲେ ୨୪ ବର୍ଷ ଶାସନରେ ରହିଥିବା ବିଜେଡ଼ି ସରକାର । ଯେଉଁଥିପାଇଁ ଅଟକି ରହିଛି ଜିଲ୍ଲାବାସୀଙ୍କର ରେଳ ଲାଇନ ସ୍ବପ୍ନ ।

MALKANGIRI TO PANDURANGAPURAM NEW RAIL LINE (ETV Bharat Odisha)

କ'ଣ କହିଲେ କେନ୍ଦ୍ର ରେଳମନ୍ତ୍ରୀ:

ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ X ପୋଷ୍ଟରେ କହିଛନ୍ତି,"୮ଟି ମଧ୍ୟରୁ ୬ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ରହିଛି । ଯାହାକି ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ବିକାଶର ମାଧ୍ୟମ ପାଲଟିବ । ଏହାସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ମଧ୍ୟ ଯୋଡ଼ିବ ।"କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ରହିଛି, ଏଣୁ ଏହି ପ୍ରକଳ୍ପ ବହୁତ୍ ଶୀଘ୍ର ତ୍ବରାନ୍ବିତ ହେବ ବୋଲି ଆଶା ବାନ୍ଧିଛନ୍ତି ଜିଲ୍ଲାବାସୀ ।

କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ:
ଅନ୍ୟପଟେ ନବରଙ୍ଗପୁର୍ ସାଂସଦ ବଳଭଦ୍ର ମାଝୀ ଏହାକୁ ନେଇ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି," ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତବେଳେ ମେ ୬ରେ ନିର୍ବାଚନ ପ୍ରଚାରରେ ଆସିଥିଲେ ସେହି ସମୟରେ ଲୋକଙ୍କୁ କହିଥିଲେ ଯେ ଏତେ ଖରାରେ ନବରଙ୍ଗପୁର୍, କୋରାପୁଟ୍ ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକୋମାନେ ଯେମିତି ତପସ୍ୟା କରିଛନ୍ତି ତାଙ୍କର ମୁଁ ଋଣ ବିକାଶ ମାଧ୍ୟମରେ ଶୁଝିବି । ତାହାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ମୋଦିଜୀ ।" ଯାହାର ଏକ ଭିଡ଼ିଓ ନିଜ ଫେସବୁକ ଆକାଉଣ୍ଟରେ ସେୟାର୍ କରିଛନ୍ତି ।

ପୂରଣ ହେବ ମାଲକାନଗିରିବାସୀ ସ୍ବପ୍ମ:

ସେହିପରି ମାଲକାନଗିରିବାସୀ ପଦ୍ମନ ପାଙ୍ଗି ଏହାକୁ ସ୍ବାଗତ କରିବା ସହ ସେ କହିଛନ୍ତି,"୧୯୮୬ ମସିହା ଠାରୁ ଆମେ ଶୁଣି ଆସୁଛୁ ମାଲକାନଗିରିକୁ ରେଳ ଲାଇନ୍ ଆସିବ କିନ୍ତୁ ଆସିପାରିଲା ନାହିଁ । ୨୦୧୬ ମସିହାରେ ଜୟପୁରୁ ଠାରୁ ମାଲକାନଗିରି ରେଳ ଲାଇନକୁ ମଞ୍ଜୁରି ମିଳିଥିବାବେଳେ ଜାଗା ଅଧିଗ୍ରହଣ କରିନଥିଲେ ପୂର୍ବ ସରକାର । ଏଣୁ ଏହି ପ୍ରକଳ୍ପକୁ କେବଳ କାଗଜ କଲମରେ ନରଖି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଉ । "

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି; 6 ନୂଆ ରେଳ ପ୍ରକଳ୍ପକୁ ମିଳିଲା 15000 କୋଟି, ଜାଣନ୍ତୁ କେଉଁ ରେଳ ଲାଇନ ପାଇଁ କେତେ ? - Odisha New Rail Projects

'ବିଜୁ ବାବୁଙ୍କ ସ୍ବପ୍ନକୁ ବିଜେପି ପୂରଣ କରିବ':

ବୁଦ୍ଧିଜୀବୀ ଦୁର୍ଗା ପ୍ରସାଦ ତ୍ରିପାଠୀ କହିଛନ୍ତି," ମାଲକାନଗିରିବାସୀ ଓ ଆନ୍ଧ୍ର ପ୍ରଦେଶ ଲୋକଙ୍କ ପାଇଁ ଏହା ଏକ ଜୀବନ ରେଖା ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ସହ ଆନ୍ଧ୍ରରେ ଏନଡିଏ ମେଣ୍ଟ ସରକାର ରହିଛି । ଏଣୁ ଏହି କାର୍ଯ୍ୟଟି ଶୀଘ୍ର ସରିବାର ଆଶା କରାଯାଉଛି । ବିଜୁ ବାବୁଙ୍କର ୪୫ ବର୍ଷ ପୂର୍ବେ ଯେଉଁ ସ୍ବପ୍ନ ଥିଲା ଜୟପୁର ଠାରୁ ଭଦ୍ରାଚଲମ୍ ପର୍ଯ୍ୟନ୍ତ ରେଳ ଲାଇନକୁ ୨୪ ବର୍ଷ ଶାସନରେ ରହି ପୂର୍ବ ସରକାର କରିପାରିଥାନ୍ତେ । ହେଲେ ସେ ଆନ୍ତରିକତା ଦେଖାଇଲେ ନାହିଁ । ଆଜି ବିଜୁ ବାବୁଙ୍କର ସ୍ବପ୍ନକୁ ବିଜେପି ପୂରଣ କରିବାକୁ ଯାଉଛି ।"

୬ଟି ବଡ଼ ରେଳ ପ୍ରକଳ୍ପ:

ପ୍ରକାଶ ଯୋଗ୍ୟ, ଓଡ଼ିଶା ପାଇଁ ୬ଟି ରେଳ ପ୍ରକଳ୍ପ ମଧ୍ୟରେ ରହିଛି ଗୁଣପୁର-ଥିରୁବାଲି ୭୩ କିମି ନୂଆ ରେଳ ଲାଇନ, ଜୁନାଗଡ଼-ନବରଙ୍ଗପୁର ୧୧୬ କିମି ନୂଆ ରେଳ ଲାଇନ ଏବଂ ସବୁଠାରୁ ଲମ୍ବ ରେଳ ପ୍ରକଳ୍ପ ମାଲକାନଗିରି ଠାରୁ ପାଣ୍ଡୁରଙ୍ଗପୁରମ ଯାହାର ଲମ୍ବ ୧୭୩.୬୧ କିଲୋମିଟର ନୂଆ ରେଳ ଲାଇନ୍ ହେବ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details