ଓଡିଶା

odisha

Mao Camp: ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ଡମ୍ପରୁ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ - Maoist Dump Busted

By ETV Bharat Odisha Team

Published : Aug 31, 2024, 2:05 PM IST

Mao Dump Busted In Malkangiri: ମାଲକାନଗିରି ଲାଲଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ବୋଡିଗେଟା BSF କ୍ୟାମ୍ପ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ ଡମ୍ପ ଠାବ ହୋଇଥିବାବେଳେ ବହୁ ପରିମାଣର ବିସ୍ଫୋରକ ଜବତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Mao Dump Busted In Malkangiri
Mao Dump Busted In Malkangiri (ETV Bharat Odisha)

ମାଲକାନଗିରି: ମାଓ ଡମ୍ପ ଠାବ କଲା ବିଏସଏଫ(BSF) ଯବାନ । ମାଲକାନଗିରି କାଲିମେଳା ଥାନା ଅନ୍ତର୍ଗତ ଭେଜଙ୍ଗୱାଡା ଜଙ୍ଗଲରୁ ବିଏସଏଫ (BSF) ଯବାନମାନେ ମାଓ କ୍ୟାମ୍ପ ଏବଂ ଡମ୍ପ ଠାବ କରିଛନ୍ତି । ବୋଡିଗେଟା BSF କ୍ୟାମ୍ପ ତରଫରୁ ସର୍ଚ୍ଚ ଅପରେସନ ସମୟରେ ଏହି ମାଓ ଡମ୍ପ ଠାବ କରାଯାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ ।

Mao Dump Busted In Malkangiri (ETV Bharat Odisha)

ମାଓ ସାମଗ୍ରୀ ଜବତ:

କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଦୟଲଗୁନ୍ଥି ସ୍ଥିତ ଜଙ୍ଗଲରେ ଠାବ ହୋଇଛି ମାଓ ଡମ୍ପ । ଏହାସହ ୩ଟି ଟିଫିନ ବୋମା, ଜିଲାଟିନ, ବିଦ୍ୟୁତ ତାର, ମାଓ ପୋଷାକ, ମାଓ ପୁସ୍ତକ ଭଳି ୧୭ରୁ ଊର୍ଦ୍ଧ୍ବ ସାମଗ୍ରୀ ଜବତ କରାଯାଇଛି । ସୂଚନାଯୋଗ୍ୟ, ଭେଜଙ୍ଗୱାଡା ସଂରକ୍ଷିତ ଜଙ୍ଗଲ ନକ୍ସଲଙ୍କ ଗଡ଼ ଥିଲା। ଏଠାରେ ନକ୍ସଲ ବହୁ ଡମ୍ପ କରି ମାଓ ସାମଗ୍ରୀ ଓ ବିସ୍ଫୋରକ ଲୁଚାଇ ରଖିଛନ୍ତି। ପୂର୍ବରୁ ମଧ୍ୟ ବହୁବାର ଏହି ଜଙ୍ଗଲରୁ BSF ଯବାନମାନେ ମାଓ ଡମ୍ପ ଠାବ କରିଛନ୍ତି । ମାଓବାଦୀମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରକ ଓ ମାଓ ସାମଗ୍ରୀ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । BSF ପକ୍ଷରୁ ମାଓ ଦମନ ଓ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ।

Mao Dump Busted In Malkangiri (ETV Bharat Odisha)

BSF ଆଇଜିଙ୍କ ମାଲକାନଗିରି ଏବଂ କୋରାପୁଟ ଗସ୍ତ:
ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାକୁ 4 ଦିନିଆ ଗସ୍ତରେ ଆସିଥିଲେ ବିଏସଏଫ ଆଇଜି ରୁରୁଜ ଅଗ୍ରୱାଲ । ମାଓ ଦମନ ଏବଂ ସୁରକ୍ଷା ସ୍ଥିତିର ସମୀକ୍ଷା କରି ସେ ଫେରିଯାଇଛନ୍ତି । ଏହାସହ ଆଇଜି (ଅପରେସନ) ସଞ୍ଜୟ ଯାଦବ ଏବଂ ଡିଆଇଜି ସତ୍ୟବାନ ଖାନଚି (ମାଲକାନଗିରି/କୋରାପୁଟ ବିଏସଏଫ ସେକ୍ଟର ମୁଖ୍ୟାଳୟ) ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସ୍ଵାଭିମାନ ଅଞ୍ଚଳର ଗୋରା ସେତୁ ବିଏସଏଫ କ୍ୟାମ୍ପରେ ଓହ୍ଲାଇଥିଲେ । ସେଠାରେ ଅନ୍ୟ ବିଏସଏଫ ଅଧିକାରୀ ଏବଂ ସୁରକ୍ଷା ବଳଙ୍କ ସହ ଜିଲ୍ଲାରେ ମାଓ ଗତିବିଧି, ସୁରକ୍ଷା ସ୍ଥିତି ଏବଂ ମାଓ ଦମନ ନେଇ ସ୍ଵତନ୍ତ୍ର ରଣନୀତିର ସମୀକ୍ଷା କରିଥିଲେ । ଯବାନଙ୍କ ମନୋବଳ ବଢ଼ାଇବା ସହ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତ୍ୟାଗ ଏବଂ ନିଷ୍ଠାର ସହ ନିଜ ଦାୟିତ୍ଵ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି ଆଇଜି ।

Mao Dump Busted In Malkangiri (v)

ଏହା ବି ପଢନ୍ତୁ...ମାଓ କ୍ୟାମ୍ପରେ ଜାତିବାଦ ନେଇ ପାତରଅନ୍ତର ! ମହିଳା ମାଓବାଦୀଙ୍କ ସମେତ ଆତ୍ମସମର୍ପଣ କଲେ ୨ ମାଓବାଦୀ - HARDCORE MAOISTS SURRENDERED

ଯବାନଙ୍କ ପ୍ରଶଂସା:

୨୦୧୦ ମସିହାରେ ମାଲକାନଗିରି ଜିଲ୍ଲାରେ ବିଏସଏଫ ମୁତୟନ ହେବା ପରେ ମାଓ ହିଂସା ଯଥେଷ୍ଟ ହ୍ରାସ ପାଇଥିବା କହିଥିଲେ ଆଇଜି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରଠାରୁ ମାଲକାନଗିରି ସୀମାନ୍ତ ଓଡ଼ିଶା–ଛତିଶଗଡ଼ ଏବଂ ଓଡ଼ିଶା–ଆନ୍ଧ୍ର ସୀମାରେ ମାଓବାଦୀ ହିଂସାକାଣ୍ଡ ରୋକିବାରେ ବିଏସଏଫ ସମ୍ପୂର୍ଣ୍ଣ ସଫଳ ହୋଇଥିବା ପ୍ରକାଶ କରିଛନ୍ତି ଅଗ୍ରୱାଲ । ଯୋଡ଼ାମ୍ବ, ହନ୍ତାଳଗୁଡ଼ା, ଯନ୍ତାପାଇ ଏବଂ ବଡ଼ପଡ଼ା କ୍ୟାମ୍ପ ମଧ୍ଯ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ସମସ୍ତ ଅଧିକାରୀ।

Mao Dump Busted In Malkangiri (ETV Bharat Odisha)

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details