ଓଡିଶା

odisha

ETV Bharat / state

IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle - ODISHA IPS RESHUFFLE

Major IPS Reshuffle: IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସଞ୍ଜୀବ ପଣ୍ଡାଙ୍କ ବଦଳି ପରେ ନୂଆ ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ । କାହାକୁ କେଉଁ ବିଭାଗକୁ ବଦଳି ହେଲା, ଜାଣନ୍ତୁ

IPS Reshuffle
IPS Reshuffle (ETV Bharat Odisha)

By ETV Bharat Odisha Team

Published : Sep 29, 2024, 8:40 PM IST

Updated : Sep 29, 2024, 10:26 PM IST

ଭୁବନେଶ୍ବର:IPS ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ନୂଆ ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ । ଜେଲ ଡିଜି ଭାବେ ଦାୟିତ୍ବ ନେବେ ଏକେ ରାୟ । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ୧୯୯୩ ବ୍ୟାଚ୍ ଆଇପିଏସ ଅଫିସର ଆରପି କୋଚେ । କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର । ଅରୁଣ କୁମାର ରାୟ ହେଲେ ଜେଲ ଡିଜି । BPSPA ନିର୍ଦ୍ଦେଶକ ହେଲେ ସଞ୍ଜୀବ ପଣ୍ଡା । ସଞ୍ଜୀବ ପୂର୍ବରୁ ପୋଲିସ କମିଶନର ଥିବାବେଳେ ଏବେ ତାଙ୍କୁ ବିଜୁ ପଟ୍ଟନାୟକ ପୋଲିସ ତାଲିମ କେନ୍ଦ୍ରକୁ ବଦଳି କରାଯାଇଛି । ସେହିପରି ପୂର୍ବରୁ ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ଥିବାବେଳେ ବର୍ତ୍ତମାନ ଏହି ଦାୟିତ୍ବରେ ରହିବେ ଭିନୟତୋଷ ମିଶ୍ର । ସେପଟେ ଏହି ଅଦଳବଦଳ ଓ ରାଜନୀତି ସମ୍ପର୍କରେ ନିଜର ଅନୁଭୂତି ବଖାଣିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

କାହାକୁ କେଉଁ ଦାୟିତ୍ବ?

IPS Reshuffle (ETV Bharat Odisha)

1993 ବ୍ୟାଚ IPS ଭିନୟତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ବ ମିଳିଛି । ଯିଏକି ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ରହିଥିଲେ । 1994ବ୍ୟାଚ IPS ଆରପି କୋଚେଙ୍କୁ ଇଣ୍ଟେଲିଜେନସ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । 1995 ବ୍ୟାଚ୍ ଅଫିସର ରାଧାକ୍ରିଷ୍ଣ ଶର୍ମାଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଛି । ପୂର୍ବତନ ପୋଲିସ କମିସନର ତଥା ଇଣ୍ଟେଲିଜେନସ ଡାଇରେକ୍ଟର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ ଆଧୁନିକୀକରଣକୁ ବଦଳି କରାଯାଇଛି । ସେହିପରି ସନ୍ତୋଷ ବାଲାଙ୍କୁ ସିଏମଡି ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଓ ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ଓ ଏସଏଫଏସଏଲ ଦାୟିତ୍ବ ଦିଆଯାଇଛି । 1996 ବ୍ୟାଚ୍ ଅଫିସର ଅରୁଣ ବୋଥ୍ରାଙ୍କୁ ମଧ୍ୟ ବଦଳି କରି ରେଳ ସୁରକ୍ଷା ଓ ତଟ ସୁରକ୍ଷା ଏଡିଜି ଭାବେ ବଦଳି କରାଯାଇଛି ।

ଅଗ୍ନିଶମ ଆଇଜି ଓ ଦକ୍ଷିଣାଞ୍ଚଳ ଡିଆଇଜି କିଏ ?

IPS Reshuffle (ETV Bharat Odisha)

1996 ବ୍ୟାଚ୍ ଅଫିସର ଦୟାଲଗଙ୍ଗଓ୍ବରଙ୍କୁ ଏଡିଜି ହେଡକ୍ବାଟର ଭାବେ ଦାୟିତ୍ବ ଦିଆଯାଇଛି । 1996 ବ୍ୟାଚ୍ ଅଫିସର ରାଜେଶ କୁମାରଙ୍କୁ ଏଡିଜି ଷ୍ଟେଟ ଆର୍ମଡ ପୋଲିସ ଦାୟିତ୍ବ ଦିଆଯାଇଛି । 2001 ବ୍ୟାଚ ଏସ ସାୟନିଙ୍କୁ ବିପିଏସପିଏରୁ ଆଇଜିପି ସିଏଡବ୍ଲୁକୁ ବଦଳି କରାଯାଇଛି । 2003 ବ୍ୟାଚର IPS ସଞ୍ଜୟ କୁମାର କୋଶଳଙ୍କୁ ଆଇଜି ଭିଜିଲାନ୍ସ , 2004 ବ୍ୟାଚ IPS ଦୀପକ କୁମାର ଅଗ୍ନିଶମ ଆଇଜି, 2005 ବ୍ୟାଚ IPS ଜୟନାରାୟଣ ପଙ୍କଜଙ୍କୁ ଆଇଜି ଅପରେସନ ଭାବେ ଦାୟିତ୍ବ ମିଳିଛି , 2006 ବ୍ୟାଚ IPS ଅନୁପ ସାହୁଙ୍କୁ ଆଇଜି ଟ୍ରେନିଂ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ବଦଳି କରାଯାଇଛି । 2007 ଅବିନାଶ କୁମାରଙ୍କୁ ଡିଆଇଜି ଷ୍ଟେଟ ଆର୍ମଡ ପୋଲିସ, 2007ବ୍ୟାଚର ସାର୍ଥକ ସଢଙ୍ଗୀଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି, ବ୍ରହ୍ମପୁର ଓ 2007 ବ୍ୟାଚ ଆଇପିଏସ ନୀତି ଶେଖରଙ୍କୁ ଦକ୍ଷିଣ ପଶ୍ଚିମ ଡିଆଇଜି ଭାବେ ବଦଳି ହୋଇଛି ।

Arun Bothra (ETV Bharat Odisha)

'ଡିଆଇଜି କ୍ରାଇମବ୍ରାଞ୍ଚ ଆର ପ୍ରକାଶ'

2008 IPS ଆର ପ୍ରକାଶଙ୍କୁ ଡିଆଇଜି କ୍ରାଇମବ୍ରାଞ୍ଚ , 2008 IPS ସତ୍ୟଜିତ ନାୟକଙ୍କୁ ପୂର୍ବାଞ୍ଚଳ ଆଇଜି ବାଲେଶ୍ବରକୁ ବଦଳି କରାଯାଇଛି । ସେପଟେ 2008 IPS ଅଖିଳେଶ୍ବର ସିଂ ଡିଆଇଜି ଅପରେସନ ଭାବେ ଦାୟିତ୍ବ ନେଇଛନ୍ତି । ସେ ସେଣ୍ଟ୍ରାଲ ଡେପୁଟେସନରୁ ଫେରିବା ପରେ ଯୋଗଦେବେ । 2010 ବ୍ୟାଚ୍ ଅଫିସର ପାରୁଳ ଗୁପ୍ତାଙ୍କୁ ଡିଆଇଜି କମ୍ପ୍ୟୁଟର ଭାବେ ବଦଳି‌ ହୋଇଛି । ସେ ସେଣ୍ଟ୍ରାଲରୁ ଡେପୁଟେସନରୁ ଫେରିଛନ୍ତି ।

ଏହା ବି ପଢନ୍ତୁ...OAS ସ୍ତରରେ ଅଦଳବଦଳ: BMCର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ - Reshuffle in OAS Cadre

ଏହା ବି ପଢନ୍ତୁ...ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା - Anti defection Law

ଏହା ବି ପଢନ୍ତୁ...୨ IPSଙ୍କ ପାଇଁ ଅଡୁଆ ହେବ କି ସର୍ଭିସ ରୁଲ୍ ? ଆଶିଷ ସିଂ ଓ ଡିଏସ କୁଟେଙ୍କୁ ଆସିଲା ନିର୍ଦ୍ଦେଶ; ଜାଣନ୍ତୁ କଣ ରହିଛି ସଙ୍ଗୀନ ଅଭିଯୋଗ - IPS officers Ashish Singh DS Kutey

ଏହା ବି ପଢନ୍ତୁ...IAS ସ୍ତରରେ ବଡ଼ ଅଦଳବଦଳ: ୧୯ ନୂଆ ଜିଲ୍ଲାପାଳ, ନବୀନ ଅମଳରେ କୋଣଠେସା, ମୋହନ ଦେଲେ ଗୁରୁ ଦାୟିତ୍ୱ - IAS reshuffle in Odisha

ବଦଳିଲେ ଭୁବନେଶ୍ବର ଡିସିପି:

Prateek Singh (ETV Bharat Odisha)

ସେହିପରି ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ବଦଳି ହୋଇଛି । ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ବ ଦିଆଯାଇଛି । ଭୁବନେଶ୍ବରର ନୂଆ ଡିସିପି ହୋଇଛନ୍ତି ପିନାକ ମିଶ୍ର । ସେହିପରି ଜଗମୋହନ ମୀନା କଟକ ଡିସିପି ହୋଇଛନ୍ତି । ସାଗରିକା ନାଥ ଖୋର୍ଦ୍ଧା ଏସପି, ସନ୍ଦୀପ ସମ୍ପତ ଭଦ୍ରକ ଏସପି,ରାହୁଲ ଜୈନ ଅନୁଗୋଳ ଏସପି, ଅନୁପମ ଜେମ୍ସ ଭିଜିଲାନ୍ସ ଏସପି, ଭିନୀତ ଅଗ୍ରୱାଲ ପୁରୀ ଏସପି ହୋଇଛନ୍ତି । ରାଜପ୍ରସାଦ ବାଲେଶ୍ବର ଏସପି, ଶୁଭେନ୍ଦୁ ପାତ୍ର, ଗଞ୍ଜାମ ଏସପି, ଅଭିନବ ସୋନକର ଢେଙ୍କାନାଳ ଏସପି, ବରୁଣ ଗୁଣ୍ଠପାଲି ମୟୂରଭଞ୍ଜ ଏସପି ଏବଂ ସ୍ବାତୀ ଏସ କୁମାର ରାୟଗଡ଼ା ଏସପି ହୋଇଛନ୍ତି । ରୋହିତ ବର୍ମାଙ୍କୁ କୋରାପୁଟ ଏସପି, ହରିଶ ବିଶିଙ୍କୁ କନ୍ଧମାଳ ରାମପ୍ରସାଦ ସାହୁଙ୍କୁ ସୋନପୁର, ମିହିର ପଣ୍ଡାଙ୍କୁ ନବରଙ୍ଗପୁର ଏସପି, ଯତୀନ୍ଦ୍ର ପଣ୍ଡାଙ୍କୁ ଗଜପତି ଏସପି ଦାୟିତ୍ବ ଦିଆଯାଇଛି । ଏସ ସୁଶ୍ରୀ ନୟାଗଡ଼ ଏସପି, ନାଗରାଜ ଦେବରାକୋଣ୍ଡା ବୌଦ୍ଧ ଏସପି ଓ ୟଶପ୍ରତାପ ଶ୍ରୀମାଲ ଯାଜପୁରଙ୍କ ଏସପି ଭବାନୀ ଶଙ୍କର ଉଦଗାତାଙ୍କୁ ଜଗତସିଂହପୁର ଏସପି, ନିତେଶ ଓ୍ବାଧଓ୍ବାନିଙ୍କୁ ରାଉରକେଲା ଏସପି ଭାବେ ବଦଳି ହୋଇଛି ।

ଇଟିଭି ଭାରତ,ଭୁବନେଶ୍ବର

Last Updated : Sep 29, 2024, 10:26 PM IST

ABOUT THE AUTHOR

...view details