ଭୁବନେଶ୍ବର: ଦୀପାବଳିରେ ରାଜଧାନୀରେ ବଡ ଅଘଟଣ । ଗତକାଲି (ଗୁରୁବାର) ରାତିରେ ଏକ-ନମ୍ବର ହାଟ ଭୂତଳ ମାର୍କେଟରେ ବଡଧରଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏକାଧିକ ଦୋକାନ ଜଳିଯାଇଛି । ସୌଭ୍ୟଗ୍ୟବଶତଃ କେହି ମୃତାହତ ହୋଇଥିବାର ଖବର ନାହିଁ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।
- ବିଳମ୍ବିତ ରାତିରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ:-
ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂରୁ ୧-ନମ୍ବର ହାଟକୁ ସଂଯୋଗ କରୁଥିବା ଭୂତଳ ବଜାରରେ ନିଆଁ ଲାଗିଯାଇଥିଲା । କୌଣସି କାରଣରୁ ନିଆଁ ଲାଗିବା ପରେ ବ୍ୟାପୀ ଯାଇଥିଲା । ଫଳରେ ଏକାଧିକ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ ଥିବା ଲକ୍ଷାଧିକ ଟଙ୍କାର ଶାଢ଼ୀ ଓ ଅନ୍ୟ ସାମଗ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି । ରାତି ପ୍ରାୟ ସାଢେ 11ଟା ବେଳେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଥିଲା । ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ନିଆଁକୁ ଆୟତ୍ତ କରିବାରେ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା । ଭୂତଳ ବଜାର ହୋଇଥିବା କାରଣରୁ ନିଆଁ ଲିଭା କାର୍ଯ୍ୟ ମଧ୍ୟ ବିଳମ୍ବ ଓ କଷ୍ଟସାଧ୍ୟ ହୋଇଥିଲା ।
ଦୀପାବଳି ରାତିରେ ଭୁବନେଶ୍ବରରେ ଜଳିଗଲା ଏକାଧିକ ଦୋକାନ, ମାର୍କେଟ ବିଲଡିଂରେ ଲାଗିଲା ନିଆଁ (ETV Bharat Odisha) ଏହା ମଧ୍ୟ ପଢନ୍ତୁ....ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ ପରିବାରର ୧୦ ବଖରା ଘର
ଏହା ମଧ୍ୟ ପଢନ୍ତୁ :- ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର
- କାରଣ ଅସ୍ପଷ୍ଟ, ତଦନ୍ତ ଆରମ୍ଭ :-
ତେବେ ପାରିପାର୍ଶ୍ବିକ ସ୍ଥିତିରୁ ସଟ-ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଅନୁମାନ କରୁଛି ଅଗ୍ନିଶମ । ଗତକାଲି ଦୀପାବଳି ଥିବାରୁ ବାଣ ଫୁଟାଜନିତ କାରଣକୁ ମଧ୍ୟ ସନ୍ଦେହ କରାଯାଉଛି । ମାତ୍ର ଏପର୍ଯ୍ୟନ୍ତ କୌଣସି ଦିଗକୁ ନେଇ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମାର୍କେଟ ବିଲ୍ଡିଂ ପରି ରାଜଧାନୀର ଅତି ବ୍ୟସ୍ତବହୁଳ ସ୍ଥାନରେ ଅଗ୍ନିକାଣ୍ଡରେ କେହି ମୃତାହତ ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଗତକାଲି ଦୀପାବଳି ଅବସରରେ ପୁରୀରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ (ETV Bharat Odisha) ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ବର