ଓଡିଶା

odisha

ETV Bharat / state

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ, ମହିଳାଙ୍କ ପାଇଁ 50% ରିହାତି - SPECIAL BUS FOR MAHAKUMBH

ରାଜ୍ୟର 4ଟି ସହରରୁ ପ୍ରୟାଗରାଜକୁ ଆରମ୍ଭ ହେଲା ବସ୍‌ ସେବା । ଓଡ଼ିଶାର ଲୋକେ କୁମ୍ଭ ମେଳା ଦେଖିବାକୁ ଏହି ସେବା ଆରମ୍ଭ ହୋଇଛି ।

MAHAKUMBH MELA
MAHAKUMBH MELA (ETV Bharat Odisha)

By ETV Bharat Odisha Team

Published : Jan 12, 2025, 3:08 PM IST

Updated : Jan 12, 2025, 3:44 PM IST

ଭୁବନେଶ୍ବର/ପୁରୀ: ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ୨୦୨୫ରେ ସାମିଲ ହେବାକୁ ଓଡ଼ିଶାରୁ ଅଯୋଧ୍ୟାକୁ ଆରମ୍ଭ ହେଲା ବସ୍‌ ସେବା । ୪ଟି ଅତ୍ୟାଧୁନିକ ବସ୍‌କୁ ପତାକା ଦେଖାଇ ଭିଡିଓ କନଫରେସିଂ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବସ୍‌ ସେବା ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଥିବା ବେଳେ ଓଡ଼ିଶାରୁ ଏହି ବସ୍‌ ସେବା ଆରମ୍ଭ ହୋଇଛି । ବାରଣାସୀ ଏବଂ ପ୍ରୟାଗରାଜ ହୋଇ ଆଯୋଧ୍ୟାରେ ପହଞ୍ଚିବ ଏହି ବସ ।

କୁମ୍ଭମେଳାରେ ସାମିଲ ହେବାକୁ ଓଡ଼ିଶାରୁ ବାହାରିଲେ 200 ଯାତ୍ରୀ:

SPECIAL BUS FOR MAHAKUMBH MELA (ETV BHARAT ODISHA)

ଆଜି ପ୍ରଥମ ଦିବସରେ 200 ରୁ ଅଧିକ ଯାତ୍ରୀ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ ବସ୍‌ । ଆଜିଠୁ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ତୀର୍ଥଯାତ୍ରାରେ ସେମାନେ ଅଶେଷ ପୂଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆବଶ୍ୟକ ହେଲେ ଅଧିକ ବସ୍‌ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଭୁବନେଶ୍ବର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ 4ଟି ଯାକ ବସ୍‌ର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍‌ ଶୁଭାରମ୍ଭ କରିଥିଲେ ।

ବସ୍‌ରେ ଯାତ୍ରୀଙ୍କ ପାଇଁ କଣ ରହିଛି ସୁବିଧା ?

SPECIAL BUS FOR MAHAKUMBH MELA (ETV BHARAT ODISHA)

ଗୋଟିଏ ବସ୍‌ରେ 46 ଜଣ ଯାତ୍ରୀ ବସିବାର କ୍ଷମତା ରହିଛି । ବସରେ ଲାଇଟ ଭେଇକିଲ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ମଧ୍ୟ ରହିଛି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 4ଟି ବସ୍‌ର ଚଳାଚଳ କରାଯାଉଛି । ଆବଶ୍ୟକ ହେଲେ ଆହୁରି ଅଧିକ ବସ୍‌ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା । ବସ୍‌ ଗୁଡିକର ରହଣି ସ୍ଥାନରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବସ୍‌ରେ ଶୋଇକି ଯାତ୍ରା କରିପାରିବେ ଯାତ୍ରୀ । ଯାତ୍ରୀଙ୍କ ଆରାମ ଦାୟକ ଯାତ୍ରା ପାଇଁ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ-ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭ ମେଳା, ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ରାଜଧାନୀ - ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ

ଏହା ମଧ୍ୟ ପଢନ୍ତୁ-ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣା, ଡ୍ରାଇଭର ସମେତ ୫ ଓଡ଼ିଆ ମୃତ - BUS ACCIDENT

'ଆବଶ୍ୟକ ହେଲେ ଆହୁରି ଅଧିକ ବସ୍‌ର ବ୍ୟବସ୍ଥା କରାଯିବ':

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ (ଜାନୁଆରୀ 13 ରୁ ଫେବୃଆରୀ 26) ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟୋଗରାଜକୁ ଆଗମନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ସେଥିପାଇଁ ଏହି ବସ୍ ସୁବିଧା କରାଗଲା । ଆଜି ପ୍ରଥମ ଦିନରେ ଓଡ଼ିଶାରୁ 200 ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ପ୍ରଥମ ପର୍ଯ୍ୟାୟରେ 4ଟି ବସର ଚଳାଚଳ କରାଯାଉଛି । ଆବଶ୍ୟକ ହେଲେ ଆହୁରି ଅଧିକ ବସ୍‌ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା ।

ଯାତ୍ରୀ ଏହି ନମ୍ବରରେ ସମସ୍ତ ତଥ୍ୟ ପାଇପାରିବେ:

SPECIAL BUS FOR MAHAKUMBH MELA (ETV BHARAT ODISHA)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ''ଯାତ୍ରୀ ମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି । ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ 1800 345 1122କୁ କଲ୍ କରିପାରିବେ କିମ୍ବା 78490 52205 ନମ୍ବରରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ । ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ OSRTCର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି । ''

SPECIAL BUS FOR MAHAKUMBH MELA (ETV BHARAT ODISHA)

ଏହି ଅବସରରେ ବ୍ରହ୍ମପୁରରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇ କହିଥିଲେ, ସଡକ ପରିବହନ କ୍ଷେତ୍ରରେ ଅଧିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ମାସ ବ୍ୟାପି ସଡକ ସୁରକ୍ଷା କାର୍ଯ୍ୟକ୍ରମ କରୁଛନ୍ତି । ଗାଡି ଚଳାଚଳ ବେଳେ ସମସ୍ତେ ବାହନ ଚଳାଚଳର ନିୟମ ମାନି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଥିଲେ ।

SPECIAL BUS FOR MAHAKUMBH MELA (ETV BHARAT ODISHA)

ଏହି କାର୍ଯ୍ୟକ୍ରମ ଅବସରରେ ଭବାନୀପାଟଣାରେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀଠାରେ ସାଂସଦ ସମ୍ବିତ ପାତ୍ର,ବିଧାୟିକା ଉପାସନା ମହାପାତ୍ର ଏବଂ ଲୋକସେବା ଭବନରେ ଏକାମ୍ର ବିଧାୟକ ବାବୁ ସିଂ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ଉପସ୍ଥିତ ଥିଲେ।

ଫେବୃଆରୀ 26 ଯାଏଁ ଚାଲିବ ମହାକୁମ୍ଭ ମେଳା:

SPECIAL BUS FOR MAHAKUMBH MELA (ETV BHARAT ODISHA)

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଏକ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ରାମ ଲାଲାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଚଳିତ ବର୍ଷ ଜାନୁଆରୀ 13 ତାରିଖରୁ ଫେବ୍ରୁଆରୀ 26 ପର୍ଯ୍ୟନ୍ତ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରତି 12 ବର୍ଷରେ ଥରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ । ଚଳିତ ବର୍ଷ ପ୍ରାୟ 40 କୋଟି ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

SPECIAL BUS FOR MAHAKUMBH MELA (ETV BHARAT ODISHA)

ଶ୍ରୀକ୍ଷେତ୍ରରୁ-ଅଯୋଧ୍ୟା-ବନାରସ-ପ୍ରୟାଗରାଜ ଯିବ ବସ:

ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ''ଏହି ସ୍ଵତନ୍ତ୍ର ବସ୍‌ ସେବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଶେଷ କୃତଜ୍ଞତା ପ୍ରକାଶ କରୁଛୁ । ଶ୍ରୀକ୍ଷେତ୍ର ଧାମରୁ ଦୁଇଟି ବସ୍‌ ଭକ୍ତଙ୍କୁ ନେଇ ଅଯୋଧ୍ୟା ରାମ ମନ୍ଦିର, ବନାରସ ବିଶ୍ବନାଥ ମନ୍ଦିର ଓ ପ୍ରୟାଗରାଜ୍ କୁମ୍ଭମେଳାକୁ ଯିବ । ଭକ୍ତ ମାନେ ଏହି ବସ୍‌ରେ ଯାଇ ପ୍ରଭୁ ରାମଙ୍କୁ ଦର୍ଶନ କରି ବନାରସରେ ପ୍ରଭୁ ବିଶ୍ଵନାଥଙ୍କୁ ଦର୍ଶନ ସହ କୁମ୍ଭମେଳାରେ ବୁଡ ପକାଇବେ । ଓଡ଼ିଶା ସରକାର ଧାର୍ମିକ ପର୍ଯ୍ୟଟନ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେଥି ପାଇଁ ବହୁତ୍ ବହୁତ୍ ସାଧୁ ବାଦ ଜଣାଉଛୁ । ଭକ୍ତ ମାନେ କିଭଳି ସୁରୁଖୁରୁରେ ଯାତ୍ରା କରିବେ ସେ ନେଇ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଛନ୍ତି । ଆମେ ମଧ୍ୟ ଭଲ ଯାତ୍ରା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ । ଯାତ୍ରୀଙ୍କ ଯାତ୍ରାରେ କୌଣସି ଯେପରି ଅସୁବିଧା ନହୁଏ ବସ ଯାଉଥିବା ରାଜ୍ୟ ଗୁଡିକର ସରକାରଙ୍କ ସହ ସବୁ ଆଲୋଚନା ହୋଇଛି। ''

SPECIAL BUS FOR MAHAKUMBH MELA (ETV BHARAT ODISHA)

ମହିଳାଙ୍କ ପାଇଁ 50 ପ୍ରତିଶତ ରିହାତି:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁକହିଛନ୍ତି, ''ପୁରୀ ଜଗନ୍ନାଥ୍ ଧାମ ଓ ପ୍ରୟାଗରାଜ ଦୁଇଟି ପ୍ରମୁଖ ତୀର୍ଥ କ୍ଷେତ୍ର । ଏହି ବସ ସେବାଦ୍ବାରା ଭକ୍ତ ମାନେ ସିଧା ଅଯୋଧ୍ୟା, ବନାରସ ଓ କୁମ୍ଭ ମେଳା ଯାଇପାରିବେ । ଦୁଇ ପ୍ରମୁଖ ତୀର୍ଥ ସ୍ଥଳୀକୁ ଏହି ବସ ସେବା ଏକ ବ୍ରିଜ ଭଳି କାର୍ଯ୍ୟ କରିବ। ଭକ୍ତ ମାନେ ବହୁତ୍ କମ ଦରରେ ଯାଇ ପାରିବେ । ମହିଳାଙ୍କ ପାଇଁ 50 ପ୍ରତିଶତ ରିହାତି ରହିଛି । ନିଶ୍ଚିତ ଭାବେ ସରକାରଙ୍କ ପକ୍ଷରୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।''

SPECIAL BUS FOR MAHAKUMBH MELA (ETV BHARAT ODISHA)

ଇଟିଭି ଭାରତ, ଭୁବନେଶ୍ବର ଓ ପୁରୀ

Last Updated : Jan 12, 2025, 3:44 PM IST

ABOUT THE AUTHOR

...view details