ଓଡିଶା

odisha

ETV Bharat / state

ବଙ୍ଗୋପସାଗରରେ ଲଘୁଚାପ: ୨୬ ଓ ୨୭ରେ ପ୍ରବଳ ବର୍ଷା, ଓଡ଼ିଶାରେ କେମିତି ରହିବ ପ୍ରଭାବ ? - IMD ODISHA WEATHER FORECAST

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । କିଛି ଘଣ୍ଟା ପରେ ଲଘୁଚାପରେ ପରିଣତ ହେବ । ୨୬ ଓ ୨୭ ତାରିଖ ପ୍ରବଳ ବର୍ଷା ।

IMD On Odisha Weather
IMD On Odisha Weather (ETV Bharat Odisha)

By ETV Bharat Odisha Team

Published : Nov 21, 2024, 4:10 PM IST

ଭୁବନେଶ୍ବର:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଆସନ୍ତା ୨୩ ତାରିଖରେ ଲଘୁଚାପରେ ପରିଣତ ହେବ । ପ୍ରଭାବରେ ଦକ୍ଷିଣ ଭାରତର କିଛି ରାଜ୍ୟ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୨୬ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ତାଲିମନାଡ଼ୁ ଓ ଆନ୍ଧ୍ରପ୍ରଦେଶକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି କେରଳକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ୨୭ ତାରିଖରେ ମଧ୍ୟ ଏହି ୩ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି କରାଯାଇଛି । ତେବେ ୨୭ ତାରିଖରେ ଆନ୍ଧ୍ରପ୍ରଦେଶରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।

୪ ଜିଲ୍ଲାରେ କୁହୁଡ଼ି:

IMD On Odisha Weather (ETV Bharat Odisha)

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ତଳମୁହାଁ ରାତି ତାପମାତ୍ରା । ୫ ଡିଗ୍ରୀ ଯାଏଁ ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ବା ତଳମୁହାଁ ହୋଇଛି ତାପମାତ୍ରା । ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଶୀତର ପ୍ରକୋପ ବଢ଼ୁଥିବାରୁ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି । ଆଗାମୀ ୪ରୁ ୫ ଦିନ ପଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ପାଗ ମୁଖ୍ୟତ ଶୁଖିଲା ରହିବ । ଗୋଟେ ଦୁଇଟି ସ୍ଥାନରେ ତାପମାତ୍ରା ବଢ଼ିପାରେ । କୁହୁଡି କିଛି କିଛି ସ୍ଥାନରେ ଦେଖା ଯିବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୨୩ ସୁଦ୍ଧା ଲଘୁଚାପ

ଏହା ମଧ୍ୟ ପଢ଼ନ୍ତୁ...୨୧ରେ ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ, ଓଡ଼ିଶାରେ କଣ ରହିବ ପ୍ରଭାବ ?

ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବରରୁ ବଢ଼ିବ ଶୀତର ପ୍ରକୋପ, ୩ ଦିନ ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ

କେଉଁଠି ସର୍ବାଧିକ, କେଉଁଠି ସର୍ମନୀମ୍ନ ତାପମାତ୍ର:

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୦ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ପାହାଡିଆ ଅଞ୍ଚଳ ଜି ଉଦୟଗିରିରେ ସର୍ବନିମ୍ନ ୭.୪ ତାପମାତ୍ରା ରେକର୍ଡ ହୋଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ସର୍ବାଧିକ ତାପପାତ୍ରା ୩୧.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୭ ରହିଥିବା ବେଳେ ସର୍ବାଧିକ ତାମମାତ୍ରା ୩୦.୦ ଡିଗ୍ରୀ ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୮ ଡିଗ୍ରୀ ହୋଇଥିବା ବେଳେ ସର୍ବାଧିକ ତାମମାତ୍ରା ୨୭.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡିରେ ୧୧.୦, କୋରାପୁଟ ୧୧.୫ ଓ ଭବାନୀପାଟଣାରେ ୧୨.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details