ଭୁବନେଶ୍ୱର:ଓଡ଼ିଶାରେ ଲଭ୍ ଜିହାଦ ଅଭିଯୋଗ । ବିହାରର ଯୁବକ ଓଡ଼ିଶା ଯୁବତୀକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା ସହ ବ୍ଲାକମେଲିଂ କରୁଥିଲା । ଏପରି ଅଭିଯୋଗ ପରେ ଅଭିଯୁକ୍ତ ଜଣକ କାଶ୍ମୀରରୁ ଭୁବନେଶ୍ବର ଆସିଥିବାବେଳେ ତାକୁ ଗିରଫ କରିଛି ପୋଲିସ ।
କ'ଣ ଥିଲା ପୂରା ଘଟଣା ?
Love Jihad Case (ETV Bharat Odisha) ଅଭିଯୁକ୍ତ ଜଣକ ସମୀର ମନସୁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ସମୀରର ଘର ବିହାରରେ ହୋଇଥିବାବେଳେ ସେ ଜମ୍ମୁ କାଶ୍ମୀରରେ ଚାକିରି କରୁଥିଲା । ଜଗତସିଂହପୁର ଯୁବତୀଙ୍କ ସହ ସମୀରର ଅନଲାଇନ ଗେମିଂରୁ ସମ୍ପର୍କ ବଢିଥିଲା, ସୋସିଆଲ ମିଡିଆରେ ଭିଡିଓ କଲରେ ଉଭୟଙ୍କର ସାକ୍ଷାତ ହେଉଥିଲା । ସମ୍ପର୍କ ବଢିବା ପରେ ପରସ୍ପରକୁ ନମ୍ବର ଦେଇଥିଲେ । ସମୀର ନିଜକୁ ହିନ୍ଦୁ ପରିଚୟ ଦେଉଥିଲା ଆଉ ସମୀର ବୋଲି ନାଁ କହୁଥିଲା । ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ବଢିବା ପରେ ଦେଖା କରିବା ପାଇଁ ପୁରୀ ଆସିଥିଲା । ଆଉ ପୁରୀରେ ସମୀରର ସତ ଜାଣିବାକୁ ପାଇଥିଲେ ଯୁବତୀ । ସେ ହିନ୍ଦୁ ନୁହେଁ, ବରଂ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଯୁବତୀ ଜଣକ ଜାଣିବାକୁ ପାଇଥିଲେ । ସେତେବେଳେ ଯୁବତୀ ହୋଟେଲରେ ରହିବା ପାଇଁ ମନା କରିଥିଲେ ।
ଏନେଇ ପୀଡିତା କହିଛନ୍ତି, ‘ମୁଁ ଅନଲାଇନ ଗେମିଂ ଆପ୍ ଜରିଆରେ ପରିଚିତ ହୋଇଥିଲି । ଏହାପରେ ଫ୍ରେଣ୍ଡସିପ୍ ହୋଇଥିଲା । ଅନ୍ୟ ଧର୍ମର ଜାଣିବା ପରେ ବିବାହ ପାଇଁ ମନା କରିଥିଲି । ହେଲେ ସେ ବ୍ଲାକମେଲିଂ କରୁଥିଲେ ।"
ଏହା ବି ପଢନ୍ତୁ...ବୁଖାରି ନାଁରେ ମିଳିଲା ଲଭ ଜିହାଦ ପ୍ରମାଣ, ପାକିସ୍ତାନୀ ତାରିକ୍ ମାସୁଦର ଚେଲା ସନ୍ଦେହ
ଏହା ବି ପଢନ୍ତୁ...ମୁସଲିମ ଧର୍ମ ଗ୍ରହଣ କରିଥିବା ଘୋଷଣା କଲେ ହିନ୍ଦୁ ଯୁବକ, ମୁସଲିମ ଯୁବତୀଙ୍କ ସହ ଅବୈଧ ସମ୍ପର୍କ ଅଭିଯୋଗ ସହ ଥାନାରେ ପତ୍ନୀ
ଏହା ବି ପଢନ୍ତୁ...କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ
ଯୁବତୀଙ୍କୁ ବ୍ଲାକ ମେଲିଂ ଅଭିଯୋଗ:
ଅଭିଯୋଗ ଅନୁସାରେ, ସମୀର ଖାଦ୍ୟରେ ନିଶା ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲା । ପରେ ଯୁବତୀଙ୍କୁ ବିବାହ କରିବା ବାଧ୍ୟ କରିଥିଲା । ବିବାହ କରିବା ପାଇଁ ହେଲେ ଧର୍ମ ପରିବର୍ତ୍ତନ କରିବା ପାଇଁ ହେବ ବୋଲି କହିଥିଲା । ପୀଡ଼ିତା ମନା କରିବାରୁ ସୋସିଆଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଆ ଭାଇରାଲ କରିଥିଲା । ଯୁବତୀଙ୍କ ବାପାଙ୍କଠାରୁ ଭିଡିଓ ଡିଲିଟ ପାଇଁ ୫ ଲକ୍ଷ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଶେଷରେ ଯୁବକଙ୍କ ଅତ୍ୟାଚାର ସହି ନପାରି ମହିଳା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଆଉ ପୂରା ଘଟଣାକ୍ରମ ସମ୍ପର୍କରେ ସେ FIRରେ ଉଲ୍ଲେଖ କରିଥିଲେ ।
ଯୁବତୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରିବା ସହ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ମହିଳା ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ନେଇଛନ୍ତି । ପୂରା ଘଟଣା ଅନୁଧ୍ୟାନ କରିବା ପରେ 376/1, 385, 67(A), 66(E) ଆଦି ଦଫା ଲାଗିଛି । ଜୋନ 1, ଏସିପି ଏସ ଏନ ମୁଦୁଲି କହିଛନ୍ତି, "ଅଭିଯୋଗ ଆଧାରରେ ପ୍ରାଥମିକ ତଦନ୍ତ ହୋଇଛି । ଅଧିକ ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡିବ ।"
ଇଟିଭି ଭାରତ, ଭୁବନେଶ୍ୱର