ଓଡିଶା

odisha

ETV Bharat / state

ମେଜର ବାନ୍ଧବୀ ନିର୍ଯାତନା ମାମଲାର ନ୍ୟାୟିକ ତଦନ୍ତ ଦାବି କଲେ ନବୀନ ପଟ୍ଟନାୟକ, ଜବାବ ରଖିଲା ବିଜେପି - Assault of Army Major fiance case - ASSAULT OF ARMY MAJOR FIANCE CASE

Naveen Demands Judicial Probe: ଆର୍ମି ମେଜର ଓ ବାନ୍ଧବୀଙ୍କୁ ଅସଦାଚରଣ ମାମଲାକୁ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । SIT ସମେତ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ । ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଏବଂ ଶାସକ ବିଜେପି । ଅଧିକ ପଢନ୍ତୁ

Assault of Army Major fiance case
Assault of Army Major fiance case (ETV Bharat Odisha)

By ETV Bharat Odisha Team

Published : Sep 20, 2024, 2:16 PM IST

Updated : Sep 20, 2024, 6:24 PM IST

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିଥିବା ବେଳେ, କଂଗ୍ରେସ ମଧ୍ୟ ଆଇନଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ଶାସକ ଦଳ ବିଜେପି ।

ନବୀନଙ୍କ ନିନ୍ଦା:

"ମେଜର-ପୋଲିସ ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହା ଏକ ଚିନ୍ତାଜନକ ଘଟଣା । ଭରତପୁର ଥାନା ଘଟଣାର ହେଉ ନ୍ୟାୟିକ ତଦନ୍ତ ।" ଏହା ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ କହିଛନ୍ତି, "ନିକଟତରେ ରାଜ୍ୟରେ ଯାହା ଘଟିଛି ତାହା ଆମେ ସମସ୍ତେ ଜାଣିଛେ । ଭାରତୀୟ ସେନାର ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଏକ ଦୁଃଖ ଘଟଣା ଭୁବନେଶ୍ୱରର ଏକ ଥାନାରେ ହୋଇଛି । ଏହା ବହୁତ ଉଦବେଗଜନକ ଘଟଣା । ମହିଳାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଛି । ଘଟଣାରେ ଆମେ ନ୍ୟାୟିକ ତଦନ୍ତ ଦାବି କରୁଛୁ । ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।"

Naveen Patnaik Demands Judicial Probe In Assault Of Army Major Fianc Case (ETV Bharat Odisha)

ଭରତପୁର ଆଦର୍ଶ ଥାନାରେ ସିସିଟିଭି ନଥିବା ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି, "ରାଜ୍ୟରେ ଶହେ ଦିନର ସରକାର ଅଛି । ସେମାନେ ଏହା ସବୁ ଦେଖିବା କଥା । ମୋ ସରକାରରେ ମୁଁ ଓ ଗୃହ ମନ୍ତ୍ରୀ ଅଭିଯୋଗକାରୀଙ୍କୁ ଫୋନ କରି ଆଲୋଚନା ହେଉଥିଲୁ ।"

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା (ETV Bharat Odisha)
ଭରତପୁର ଘଟଣାରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି (ETV Bharat Odisha)
ଏହା ବି ପଢନ୍ତୁ-ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି - Army Officer Assault case

ଭରତପୁର ଘଟଣାର ହେଉ ନ୍ୟାୟିକ ତଦନ୍ତ: ନବୀନ

ଭାରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଦୃଢ଼ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋର୍ଟ ତତ୍ୱାବଧାନରେ SIT ତଦନ୍ତ ଦାବୀ ସହ ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛନ୍ତି ନବୀନ ପଟ୍ଟନାୟକ ।

କଂଗ୍ରେସ ନେତ୍ରୀ ସୋନାଲି ସହୁଙ୍କ ପ୍ରେସ ମିଟ୍ (ETV Bharat Odisha)
ଏହା ବି ପଢନ୍ତୁ- ଆର୍ମି ମେଜର ଓ ବାନ୍ଧବୀଙ୍କୁ ମାଡ ମାମଲା, ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ - Army Major Assault Case

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, "ଭରତପୁର ଥାନାରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଗଲା ତାକୁ ଦୃଢ଼ ନିନ୍ଦା କରୁଛି । ଏ ଘଟଣା ଲୋମହର୍ଷଣକାରୀ ଓ କଳ୍ପନାତିତ । ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶର ବିବେକକୁ ଦୋହଲାଇ ଦେଇଛି । ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖଦାୟକ । ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରୁଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରନ୍ତୁ ବୋଲି ଦାବି କରୁଛି ।"

ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ପ୍ରଶ୍ନ-

ଭରତପୁର ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣାରେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ । ଭରତପୁର ଘଟଣାରେ ପୂର୍ବତନ ପ୍ରସାଶକ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ମୋ ମୁଣ୍ଡ ତଳକୁ ହେଇଯାଉଛି ବୋଲି ସେ କହିଛନ୍ତି । ଏହା ସହିତ ବିଜୟ ପଟ୍ଟନାୟକ ପଚାରିଛନ୍ତି କି, ଆଉ କେତେ ତଥ୍ୟକୁ ଅପେକ୍ଷା ? କାହିଁକି ଅଭିଯୁକ୍ତ ପୋଲିସ ଅଫିସରଙ୍କୁ ଗିରଫ କରାଯାଇନି ? ରୋଡ ସାଇଡ ରୋମିଓ କେବେ ଗିରଫ ହେବେ ? ମହିଳାମାନେ ଭୁବନେଶ୍ୱରରେ କେତେ ଦୂର ସୁରକ୍ଷିତ ? ଗୋଟେ ବାପା ହିସାବରେ ମୁଁ ବହୁତ ଦୁଃଖିତ । ସରକାର କରୁଛନ୍ତି କଣ ? ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଅକ୍ଷମ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ଏହା ବି ପଢନ୍ତୁ- ଆର୍ମି ମେଜର ନିର୍ଯାତନା ମାମଲା: ରାଜରାସ୍ତାରେ ପୂର୍ବତନ ସେନା, IIC ସମେତ 5 ପୋଲିସ ସସପେଣ୍ଡ - 5 officers suspended

ଏହା ସହିତ ସେ ପୁଣି ପଚାରିଛନ୍ତି କି, ଏ ପର୍ଯ୍ୟନ୍ତ ଅଭିଯୁକ୍ତ ପୋଲିସ ମାନଙ୍କୁ କାହିଁକି ଗିରଫ କରାଯାଇନାହିଁ । ଯେଉଁ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ତାଙ୍କୁ କେଉଁ ଡାକ୍ତର ଡାକ୍ତରୀ ମଇନା କରି ରିପୋର୍ଟ ପ୍ରଦାନ କରିଥିଲା । ରୋଡ ରୋମିଓଙ୍କ ଉପରେ ଏ ପର୍ଯ୍ୟନ୍ତ କାହିଁକି ନିଆଯାଇନାହିଁ କାର୍ଯ୍ୟନୁଷ୍ଠାନ । ଘଟଣାରେ ଏତେ ବିଳମ୍ବ ପରେ କ୍ରାଇମବ୍ରାଞ୍ଚ୍ ତଦନ୍ତ ହେଉଛି ସତ ହେଲେ ଏ ପର୍ଯ୍ୟନ୍ତ ରୋଡ ରୋମିଓଙ୍କୁ କାହିଁକି ଗିରଫ କରାଯାଇନାହିଁ । ରାଜ୍ୟ ସରକାର ମହିଳା ସଶକ୍ତ ପାଇଁ ୫ ହାଜର ଟଙ୍କା ଲେଖାଏଁ ଦେଉଥିବା ବେଳେ ରାସ୍ତାରେ କାହିଁକି ମହିଳାଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ । ପୋଲିସ ଡିଜି ଓ ଗୃହ ବିଭାଗ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ ଥାନା ଭିତରେ ପୋଲିସ କାହିଁକି ନାଇଟ ପିନ୍ଧୁଛନ୍ତି କି କିଏ ହାପ ପ୍ୟାଣ୍ଟ୍ ପିନ୍ଦ୍ଧୁଛନ୍ତି ଏହା କେଉଁଦିନ ସୁଧୁରିବ।


କଣ ଥିଲା ଘଟଣା ?

ଗତ ଶନିବାର (ସେପ୍ଟେମ୍ବର 15) ରାତିରେ ଏହି ଘଟଣା ଘଟିଥିଲା । ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଡିଜିପି ୱାଇ ବି ଖୁରାନିଆ 5 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ତତ୍କାଳୀନ ଆଇଆଇସି ଦୀନକୃଷ୍ଣ୍ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଅ ସାଗରିକା ରଥ, କନେଷ୍ଟବଳ ବଳରାମ ହାଁସଦା । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ଏହା ବି ପଢନ୍ତୁ- ପ୍ରଥମଥର ମୁହଁ ଖୋଲିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି ବଖାଣିଲେ କାଳରାତିର କାହାଣୀ - Bharatpur Army Officer Assault case

ଡିଜିପିଙ୍କୁ NCWଙ୍କ ରିପୋର୍ଟ ତଲବ-

ଭୁବନେଶ୍ବରରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଆକ୍ରମଣ ମାମଲା । ଘଟଣାକୁ ନିଜଆଡୁ ବିଚାରକୁ ନେଲେ NCW ।ଡିଜିପିଙ୍କୁ ଜାତୀୟ ମହିଳା କମିଶନଙ୍କ ରିପୋର୍ଟ ତଲବ । ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜଣାଅ ପଚାରିଛନ୍ତି NCW ।ଏପଟେ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ । ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ସ୍ଥିତି ଜଣାଇବାକୁ ନିର୍ଦେଶ । ପୋଲିସ ଆକ୍ରମଣର ଶିକାର ହୋଇଥିଲେ ମହିଳା ।

"୧୦୦ ଦିନର ସରକାରକୁ ପାଠ ପଢାଉଛନ୍ତି"

ମହିଳା ଅପରାଧ କ୍ଷେତ୍ରରେ ସରକାର ଶୂନ୍ୟ ସହିଷ୍ଣୁତା ନୀତି ଆପଣାଉଛିନ୍ତି ଆମ ସରକାର କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଭରତପୁର ଥାନାରେ ମହିଳା ଙ୍କୁ ଅସଦାଚରଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ବିରୋଧୀ ଦଳ ନେତା ଏନେଇ ନ୍ୟାୟିକ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରି ଦୋଷୀଙ୍କ ବିରୋଧରେ କଡ଼ା । କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେପଟେ ଭରତପୁର ଥାନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ସରକାର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

"ମହିଳା ଅପରାଧ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନେତୀ ରହିଛି । କାହାକୁ ଛାଡ ହେବ ନାହିଁ । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି କାହା ମୁହଁ ଦେଖା ଯିବନ । ନବୀନ ବାବୁ ଯେଉଁ ବିଚାର ବିଭାଗିୟ ତଦନ୍ତ କଥା କହୁଛନ୍ତି । ପୂର୍ବରୁ କନ୍ଧମାଳ ଜୁଡ଼ିସିଆଲ ତଦନ୍ତର ରିପୋର୍ଟ କୁଆଡେ ଗଲା। ନବୀନ ବାବୁଙ୍କ ସମୟରେ 24 ଜୁଡ଼ିସିଆଲ ତଦନ୍ତ ହେଲା । କୌଣସି ରିପୋର୍ଟ ସାର୍ବଜନୀନ ହେଲା ନାହିଁ । ନାରୀ ନିର୍ଯାତନା କ୍ଷେତ୍ରରେ କମିଶନ ଦରକାର ନାହିଁ ଦୋଷୀ ଗିରଫ ହେବା ଦରକାର।ତଦନ୍ତ ଆଉ ଚାର୍ଜସିଟ ଠିକ ଦେବା ଦରକାର।ଦୋଷୀ ଦଣ୍ଡିତ ହେବା ଦରକାର।ନବୀନ ବାବୁ କୁହନ୍ତି ଆଇନର ଆଖି ନାହିଁ ଥିଲେ ଦେଖିଥାନ୍ତା। ଆଇନ ତା ବାଟରେ ଯିବ, ଅଭିଯୁକ୍ତ ଦଣ୍ଡିତ ହେବ।ଅପରାଧୀଙ୍କୁ ପୃଷ୍ଠପୋଷକତା ଦେଉଥିବା ଲୋକ ବି ଦଣ୍ଡିତ ହେବ। 24 ବର୍ଷ ସରକାର ଚାହିଁଥିଲେ ହିଂସା ମୁକ୍ତ ଓଡିଶା ଗଠନ କରିପାରିଥାନ୍ତା।ନବୀନ ବାବୁ ଆଦର୍ଶ ଥାନା କରିବାକୁ ଚେଷ୍ଟା କରୁଥିଲେ ହେଲେ ଆମ ସରକାର ଆଦର୍ଶ ପୋଲିସ ତିଆରି କରିବାକୁ ଚେଷ୍ଟା କରିବ।ନିଲମ୍ବନ ହୋଇଛନ୍ତି ତଦନ୍ତ ଚାଲିଛି।ଘଟଣା ସାଙ୍ଗରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ଥିଲେ କିମ୍ଭା ତଥ୍ୟ ଲୁଚାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ନବୀନ ବାବୁ ଯଦି ତାଙ୍କ ସମୟରେ କଥା ବୁଝୁଥାନ୍ତେ ତାହେଲେ ରାଜ୍ୟରେ ନାରୀ ନିର୍ଯାତନା ହେଇନଥାନ୍ତା।ଯେଉଁ ସମୟରେ କ୍ଷମତରେ ଥିଲେ ରଜଧର୍ମ ପାଳନ କଲେ ନାହିଁ । ବେବିନା, ପରୀ, ମାଧାବିଲତା ଘଟଣାରେ ତାଙ୍କ ଦଳର ଅନେକ ନେତାଙ୍କ ନାଁ ଉଠିଲା। ସେ ସମୟରେ ବି ରାଜଧର୍ମ ପାଳନ କଲେ ନାହିଁ।ଏବେ 100 ଦିନ ସରକାରକୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି," ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜ୍ୟରେ ମହିଳା ଅସୁରକ୍ଷିତ ଅଭିଯୋଗ ଆଣି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ-

ଆଦିବାସି ମୁଖ୍ୟମନ୍ତ୍ରୀ ଥାଇ ମଧ୍ଯ ଆଦିବାସି ମହିଳା ଓ ଝିଅ ସୁରକ୍ଷିତ ନୁହନ୍ତି l ୧୦୦ ଦିନ ସରକାର ନ ପୂରିନୁ ଭରତପୂର ଥାନାର ବର୍ବର କାଣ୍ଡ ପାଇଁ ସାରା ବିଶ୍ଵ ଦରବାରରେ ଅପମାନିତ ହୋଇଛି l ଶାରିରୀକ, ମାନସିକ ଓ ଯୌନ ନିର୍ଯାତନା ଜଣେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧାବୀଙ୍କୁ ଦିଆଗଲା ଯେତେବେଳେ କି ସେନା ଅଧିକାରୀ ଆମ ସୁରକ୍ଷା ପାଇଁ ଅହରହ ଖଟୁଛନ୍ତି l ଏପରି ଜାରି ରହିଲେ ମହିଳାମାନେ ନିଜ ସୁରକ୍ଷା ପାଇଁ ନିଯେ ଅସ୍ତ୍ର ଧରିବାକୁ ବାଧ୍ୟ ହେବେ l ଏ ଘଟଣା ପାଇଁ ସାରା ରାଜ୍ଯବସୀ ଦୁଃଖିତ l ଶପଥ ନେଲାବେଳେ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିବେ ବୋଲି ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ବାବୁ, କିନ୍ତୁ ବାସ୍ତବରେ ମୋହନ ସରକାର ମୌନ ସରକାର ପାଲଟିଛି ବୋଲି ପ୍ରେସମିଟରେ କହିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି ସହୁ ।

ଭରତପୁର ଘଟଣାରେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି-

ଭରତପୁର ଘଟଣାରେ ରାଜନୀତି ଜୋରଦାର ହେବାରେ ଲାଗିଛି । ଘଟଣାକୁ ଗଣ୍ଠି କରିଛି ବିଜେଡି । ଘଟଣାରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଜେପି ସରକାର ଆସିବା ପରେ ପ୍ରଥମଥର ଲାଗି ଆନ୍ଦୋଳନକୁ ଓହ୍ଲାଇବ ଦଳ । ଦଳ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ । ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ଦେବ ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛି ଦଳ । ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ମୋହନ ସରକାର ଆସିବା ଦିନ ପୂର୍ବତନ ସେନା ଅଧିକାରୀ ତଥା ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ହେଲା । ପୁରୀ ରାଜଭବନରେ ଏହି ଘଟଣା ଘଟିଲା । ଏଏସଓଙ୍କ ପତ୍ନୀ ସମସ୍ତ କଥା ସରକାରଙ୍କ ଆଗରେ ରଖିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ହେଲା ନାହିଁ । ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା, ତେବେ ଆଜି ଭରତପୁର ଘଟଣା ସାମ୍ନାକୁ ଆସି ନଥାନ୍ତା ।"

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ସମସ୍ୟାରେ ପଡି ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ଥାନାକୁ ଗଲେ । କିନ୍ତୁ ତାଙ୍କୁ ନିର୍ଯାତନା ଦିଆଗଲା । ଯଦି ଜଣେ ସେନାର ମେଜର ଓ ଶିକ୍ଷିତ ମହିଳାଙ୍କ ସହିତ ରାଜଧାନୀର ଥାନା ଭିତରେ ଏମିତି ଘଟଣା ଘଟୁଛି । ତେବେ ଅନ୍ୟ ଥାନା ମାନଙ୍କରେ କଣ ହେଉଥିବ ତାହା ସନ୍ଦେହ । ବିଜେପି ସରକାର ୧୦୦ ଦିନ ମଧ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗ ରହିଛି କି ନାହିଁ ରାଜ୍ୟବାସୀଙ୍କୁ ଜଣାନ୍ତୁ ।"

ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଭରତପୁର ଥାନା ଭିତରେ ବିଜେଡି ସରକାର ସମୟରେ ସିସିଟିଭି ଇନଷ୍ଟଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ପୋଲିସ ପକ୍ଷରୁ କୁହାଯାଉଛି ସିସିଟିଭି ଇନଷ୍ଟଲ ହୋଇନଥିଲା । ଘଟଣାରୁ ଲାଗୁଛି ପୋଲିସ ଏହି ଘଟଣାଲୁ ଲିପାପୋତି କରିବାକୁ ଚେଷ୍ଟା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାକୁ ଘଣ୍ଟ ଘୋଡେଇ ବାକୁ ଚେଷ୍ଟା କରୁଛନ୍ତି । ତେଣୁ ଦଳ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ । ରାଜରାସ୍ତାରେ ଲଢେଇ କରିବ ବିଜେଡିର ମହିଳା ସଂଗଠନ । ରାଷ୍ଟ୍ରପତି ଜଣେ ଓଡ଼ିଆ ମହିଳା । ସମ୍ବେଦନଶୀଳ ବ୍ୟକ୍ତିତ୍ୱ । ତାଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବ ଦଳ ।"

Last Updated : Sep 20, 2024, 6:24 PM IST

ABOUT THE AUTHOR

...view details