ଢେଙ୍କାନାଳ: ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ । ଢେଙ୍କାନାଳ ଜିଲ୍ଲାର ଏକ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି ସାମଗ୍ରୀ ଲୁଟ କଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ଇଲେଟ୍ରୋନିକ ସାମଗ୍ରୀ ସାଙ୍ଗକୁ ତିରିଶ ହଜାର ଟଙ୍କା ଚୋରି ହୋଇଛି । ଆନୁମାନିକ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତରେ ହୋଇଛି ଚୋରି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ପଞ୍ଚାୟତ ତାଲା ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ପଶିଥିବା ଅନୁମାନ କରାଯାଉଛି । ସେଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି । ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଊର୍ଦ୍ଧ୍ବ ବୋଲି କହିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଚୋରି ହୋଇଥିବା ସାମଗ୍ରୀରେ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା LED ଟିଭି, ଇନ୍ଭଟର, ଇନ୍ଭଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ ସାମଗ୍ରୀ ରହିଛି । ତା‘ ଛଡ଼ା ଭତ୍ତା ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନା ପାଇଁ ଥିବା ପ୍ରାୟ ୩୦ହଜାର ଟଙ୍କା ଚୋରି ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି