ଓଡିଶା

odisha

ETV Bharat / state

ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ ଭଗବାନ ଶ୍ରୀରାମଚନ୍ଦ୍ର: ସାଂସଦ ପ୍ରତାପ ଷଡଙ୍ଗୀ

MP Pratap Sarangi on Ram Mandir: ସାଂସଦ ଷଡଙ୍ଗୀ କହିଛନ୍ତି ରାବଣର ବଦ୍ଧ ପାଇଁ ଭଗବାନ ରାମଙ୍କ ଜନ୍ମ ଆବଶ୍ୟକତା ପଡିଲା । ଅତ୍ୟାଚାରୀ ରାବଣକୁ ବଦ୍ଧ ପାଇଁ ସେତେବେଳେ ଅନେକ ରଥୀ ମହାରଥୀ ଥିଲେ । ବାଲି, ସହସ୍ରାର୍ଜୁନ, ଭଗବାନ ପର୍ଶୁରାମ, ଅଙ୍ଗଦଙ୍କ ଭଳି ଯୋଦ୍ଧା ଥିଲେ । ଯାହାଙ୍କ ଆଗରେ ରାବଣର ଶକ୍ତି କିଛିନଥିଲା । କିନ୍ତୁ ସଂସାର ପୁନଃନିର୍ମାଣ ପାଇଁ ସ୍ବଂୟ ଭଗବାନଙ୍କୁ ରାମ ରୂପେ ଜନ୍ମନେବାକୁ ପଡିଲା । ଅଧିକ ପଢନ୍ତୁ

ସାଂସଦ ପ୍ରତାପ ଷଡଙ୍ଗୀ
ସାଂସଦ ପ୍ରତାପ ଷଡଙ୍ଗୀ

By ETV Bharat Odisha Team

Published : Feb 10, 2024, 6:04 PM IST

ଲୋକସଭା; ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିଲେ ଭଗବାନ ଶ୍ରୀରାମଚନ୍ଦ୍ର: ସାଂସଦ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ସରିଛି ଭବ୍ୟଦିବ୍ୟ ରାମ ମନ୍ଦିର । ଗତ ମାସ 22 ତାରିଖରେ ଗର୍ଭଗୃହରେ ଅଧିଷ୍ଠିତ ହୋଇସାରିଛନ୍ତି ଅଯୋଧ୍ୟା ରାଜକୁମାର ଭଗବାନ ରାମଲାଲା । ମନ୍ଦିରର ଅବଶିଷ୍ଟ ନିର୍ମାଣ କାମ ଆସନ୍ତା 15 ତାରିଖରୁ ପୁଣିଥରେ ଆରମ୍ଭ ହେବ । ସମାନ ସମୟରେ ଗର୍ଭଗୃହରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ, ନିର୍ମାଣ କାମ ମଧ୍ୟ ଚାଲିବ । ଏପଟେ ଆଜି ଐତିହାସିକ ରାମ ମନ୍ଦିର ନିର୍ମାଣ ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଲୋକସଭାରେ ହୋଇଛି ସ୍ବତନ୍ତ୍ର ଆଲୋଚନା । ସପ୍ତଦଶ ଲୋକସଭାର ଆଜି ହେଉଛି ଶେଷ ଦିବସ । ଏହି ଅବସରରେ ସଂସଦର ଧାରା 193 ଆଧାରରେ ନିମ୍ନ ସଦନରେ ରାମ ମନ୍ଦିରକୁ ନେଇ ହେଉଛି ଆଲୋଚନା । ଆଲୋଚନାରେ ଭାଗନେଇ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ପୁଣି ଥରେ ନିଜ ବାଗ୍ମୀ ଭାଷଣ ଭଳିରେ ଛାଡିଛନ୍ତି ସ୍ବତନ୍ତ୍ର ଛାପ । ପ୍ରତାପ ଷଡଙ୍ଗୀ ଆଜି ଲୋକସଭାରେ ରାମାୟଣକୁ ଏକ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରିଛନ୍ତି । ମର୍ଯ୍ୟାଦାପୁରୁଷୋତ୍ତମଙ୍କ ଲୀଳା ବର୍ଣ୍ଣନା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିଛନ୍ତି ।

ଅଧିକ ପଢନ୍ତୁ- ବାଲେଶ୍ବର ସାଂସଦ ଭାବେ ଶପଥ ନେଲେ ପ୍ରତାପ ଷଡଙ୍ଗୀ

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ରାବଣ ଏକ ଆତଙ୍କୀ ସଂଗଠନ ଥିଲା । ମୁନି ଋଷି, ମହାପୁରୁଷଙ୍କ ଉପରେ ଅତ୍ୟାଚାର କରୁଥିଲା । ମୁନି ଋଷିଙ୍କ ଯଜ୍ଞକୁଣ୍ଡ ଭାଙ୍ଗି ଦେଉଥିଲା । ବନବାସୀ, ଅବହେଳିତ, ଶୋଷିତଙ୍କୁ ଆହୁରି ଶୋଷଣ କରୁଥିଲା । ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଥିଲା । ରାବଣ ସେତବେଳେ ସମସ୍ତଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । ରାବଣର ଅତ୍ୟାଚାରରୁ କେହି ବର୍ତ୍ତିନଥିଲେ । କହିବାକୁ ଗଲେ ରାବଣ ଏକ ଗରିଲା ଯୁଦ୍ଧ ଚଳାଇଥିଲା । ସମାଜକୁ ଭାଗ ଭାଗ କରିଥିଲା । ବର୍ତ୍ତମାନର ସମାଜରେ ମଧ୍ୟ ସେଭଳି କିଛି ଘଟଣା ଘଟୁଛି । ଔରଙ୍ଗଜେବ ଭଳି ଅତ୍ୟାଚାରୀକୁ ଏହି ଦେଶରେ କେହି କେହି ମହାପୁରୁଷ ସହ ତୁଳନା କରିବାକୁ ପଛାଉନାହାଁନ୍ତି । ହେଲେ ଦେଶରେ ରାମଙ୍କ ରୂପରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି । ରାବଣ ଭଳି ଅତ୍ୟାଚାର କରିବାକୁ ଚାହୁଁଥିବା ଗୋଷ୍ଠୀଙ୍କୁ ମୋଦି ସରକାର ଶକ୍ତ ଜବାବ ଦେଉଛନ୍ତି ।

ସେହିପରି ସାଂସଦ ଷଡଙ୍ଗୀ କହିଛନ୍ତି ରାବଣର ବଦ୍ଧ ପାଇଁ ଭଗବାନ ରାମଙ୍କ ଜନ୍ମ ଆବଶ୍ୟକତା ପଡିଲା । କାରଣ ଅତ୍ୟାଚାରୀ ରାବଣକୁ ବଦ୍ଧ ପାଇଁ ସେତେବେଳେ ଅନେକ ରଥୀ ମହାରଥୀ ଥିଲେ । ବାଲି, ସହସ୍ରାର୍ଜୁନ, ଭଗବାନ ପର୍ଶୁରାମ, ଅଙ୍ଗଦଙ୍କ ଭଳି ଅନେକ ଯୋଦ୍ଧା ଥିଲେ । ଯାହାଙ୍କ ଆଗରେ ରାବଣର ଶକ୍ତି କିଛିନଥିଲା । କିନ୍ତୁ ସଂସାର ପୁନଃନିର୍ମାଣ ପାଇଁ ସ୍ବଂୟ ଭଗବାନଙ୍କୁ ରାମ ରୂପେ ଜନ୍ମନେବାକୁ ପଡିଲା । ଠିକ ସେହିପରି ବର୍ତ୍ତମାନର ସମୟରେ ମଧ୍ୟ ଦେଶରେ ଯେଉଁ ସ୍ଥିତି ଉତ୍ପନ୍ନ ହେଉଥିଲା, କିମ୍ବା ହେଉଛି ତାହାର ସଠିକ ମୁକାବିଲା ପାଇଁ ରାମଙ୍କ ନୀତି ଆଦର୍ଶ ବିଚାରକୁ ନେଇ ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆବିର୍ଭାବ ହୋଇଛି ।

ସେହିଭଳି ସାଂସଦ ପ୍ରତାପ ଷଡଙ୍ଗୀ କରସେବା ଠାରୁ ଆରମ୍ଭ କରି ରାମଜନ୍ମଭୂମି ଆନ୍ଦୋଳନ, ପୁଣି କଂଗ୍ରେସ ସରକାରର ବ୍ୟଭିଚାର ଉଲ୍ଲେଖ କରି କଂଗ୍ରେସକୁ ଆକ୍ରମଣ କରିଥିଲେ । ଏହାସହ ଗତ 5ବର୍ଷରେ ସରକାର ନେଇଥିବା ଐତିହାସିକ ପଦକ୍ଷେପର ଉଲ୍ଲେଖ କରିଥିଲେ । ରାମ ଜନ୍ମଭୂମିରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ସବୁଠାରୁ ବଡ ଉପଲବ୍ଧି କହିଛନ୍ତି ସାଂସଦ ଷଡଙ୍ଗୀ ।

ABOUT THE AUTHOR

...view details