ବରଗଡ଼: ପଶ୍ଚିମ ଓଡ଼ିଶାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ଦୁଇ ଦିନିଆ ବରଗଡ ଜିଲ୍ଲାଗସ୍ତରେ ପାଣ୍ଡିଆନ । ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଗସ୍ତକରି ଦଳୀୟ ପ୍ରାର୍ଥୀଙ୍କର ପାଇଁ ପ୍ରଚାର କରିଛନ୍ତି ସେ । ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା ପରେ ବରଗଡ ସହରରେ ରୋଡ ଶୋ ଏବଂ ରାତ୍ରିଯାପନ କରିଛନ୍ତି । ଆସନ୍ତାକାଲି ସକାଳେ ସେ ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ବିଜେଡିର ଷ୍ଟାର କାମ୍ପେନର 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ପଦ୍ମପୁରରେ ପହଞ୍ଚି ଥିବାବେଳେ ରାଜ ବୋରାସମ୍ବର ମାଟିରେ ତାଙ୍କୁ ଭବ୍ୟ ସ୍ଵାଗତ କରଯାଇଥିଲା । ପୂଜାରୀପାଲି ବୁଡ଼ି ଅଞ୍ଚଳବାସୀ ପାଣ୍ଡିଆନଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ । ପରେ R.B ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷିଥିଲେ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପଦ୍ମପୁରରେ ଗୋଟିଏ ପରେ ଗୋଟିଏ ବିକାଶ ମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଜିଲ୍ଲା ଗଠନ ପାଇଁ ବିରୋଧୀ ବାଧା ସୃଷ୍ଟି କରିଥିବା କହିଛନ୍ତି ପାଣ୍ଡିଆନ । ସେ କହିଛନ୍ତି ଯେ, ବିରୋଧୀ ହାଇକୋର୍ଟ ଦ୍ବାରସ୍ଥ ହୋଇ ପଦ୍ମପୁରକୁ ଜିଲ୍ଳା ନ କରେଇ ଦେବା ପାଇଁ ରାଜନୈତିକ ଷଡ଼ଯନ୍ତ୍ର କରୁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି ଓ ସେ ପଦ୍ମପୁରବାସୀଙ୍କ ସାଙ୍ଗରେ ଅଛନ୍ତି ଓ ବିକାଶ ଧାରା ଅନବରତ ଜାରି ରହିବ ।
ଏହାପରେ ବିଜେପୁର ନିର୍ବାଚନ ମଣ୍ଡଳୀ ସ୍ଥିତ ଏମ ଗଣ୍ଡପାଲିରେ ପହଞ୍ଚିଥିଲେ । ବିଧାୟିକା ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନିର୍ବାଚନୀ ପ୍ରଚାର କରି ସେଠାକାର ଭୋଟରଙ୍କୁ ଏଥର ଡବଲ ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଥିଲେ । ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେପୁରରେ 'କୋର୍ଟ ନାହିଁ ତ ଭୋଟ ନାହିଁ' ବୋଲି ନାରା ଲଗାଇ କଳା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ ବିଜେପୁରବାସୀ । ପରେ ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଦେନ ବ୍ଲକକୁ ଯାଇ ବିଧୟିକା ପ୍ରାର୍ଥୀ ସ୍ନେହଙ୍ଗିନୀ ଛୁରିଆଙ୍କ ପ୍ରଚାର କରିଥିଲେ ଓ ଲୋକଙ୍କ ସହିତ ମିଶିଥିଲେ । ଭେଡେନରେ ମଧ୍ୟ ଭୋଟରମାନଙ୍କୁ ମତଦାନ ସମୟରେ ଡବଲ୍ ଶଙ୍ଖରେ ଭୋଟ ଦେବାକୁ ଭୁଲିବେ ନାହିଁ ବୋଲି କହିଥିଲେ ପାଣ୍ଡିଆନ ।