ଭୁବନେଶ୍ବର:କଂଗ୍ରେସର କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ହାଇ ପ୍ରୋଫାଇଲ ନେତା ଓଡ଼ିଶାରେ ପ୍ରଚାର ମଙ୍ଗ ଧରି କଂଗ୍ରେସ ପାଇଁ ଭୋଟ ମାଗୁଛନ୍ତି । ଏହି କ୍ରମରେ ଓଡିଶା ଗସ୍ତରେ ଆସିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ । ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟଭାବେ ଓଡିଶା ବେଶ ଜଣାଶୁଣା ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି:ସେ କହିଛନ୍ତି, "ଓଡ଼ିଶା ଏକ୍ ମହତ୍ତ୍ୱପୂର୍ଣ୍ଣ ରାଜ୍ୟ । କିନ୍ତୁ 24 ବର୍ଷ ହେଲା ରାଜ୍ୟକୁ ଧୋକା ମିଳିଛି । ନବୀନ ପଟ୍ଟନାୟକ ଏତେ ଦିନ ଧରି ଯାହା ସହ ମିଶି ରହିଲେ ସେବି ଦେଶରେ ଦଶ ବର୍ଷ ହେଲା ସରକାରରେ କେନ୍ଦ୍ରରେ ରହିଛନ୍ତି । କିନ୍ତୁ ରାଜ୍ୟର ଉନ୍ନତି ହେଉନି କାହିଁକି ? ଉଭୟ ଦଳ ଓପନ ଝଗଡ଼ା ପାଇଁ ଓଡ଼ିଶାର କ୍ଷତି ହେଉଛି । ଭିତରେ ଭିତରେ ଉଭୟଙ୍କର ସମ୍ପର୍କ ରହିଛି । ଓଡ଼ିଶାରେ ଦାଦନ ଓ ମହଙ୍ଗାଇ ବଢ଼ିବାରେ ଲାଗିଛି । ଓଡ଼ିଶାରୁ ଏ ସବୁକୁ ଦୂର କରିବାକୁ ହେଲେ ଦୁଇ ଭ୍ରଷ୍ଟ ସରକାରକୁ ହଟାଇବାକୁ ହେବ । ଚିଟଫଣ୍ଡ କରି ହରିଲୁଟ କରିଛନ୍ତି ଦୁଇ ସରକାର । ବେରୋଜଗାରୀ ଓ ଦାଦନ ହଟାଇବାକୁ କିଛି ବି ପଦକ୍ଷେପ ନେଇନାହାନ୍ତି । ଓଡ଼ିଶାରେ ସବୁ କିଛି ଅଛି, ହେଲେ 24 ବର୍ଷ ଧରି ଜଣେ ସରକାରରେ ରହିବି ଲୋକଙ୍କ କଥା ଚିନ୍ତା କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି । ଖଣି ଖାଦାନ ଏଠୁ ଲୁଟ ହେଉଛି ।
ମୋଦି କିଭଳି କହୁଛନ୍ତି 400 ପାର୍:ନରେନ୍ଦ୍ର ମୋଦି ବାର୍ ବାର୍ 400 ପାର୍ କଥା କହୁଛନ୍ତି । ୪୦୦ ପାର କଥା ବିଜେପି କହୁଛି କିନ୍ତୁ ତୁମେ ଆଣିବ କେଉଁଠୁ ? ମୋଦି ଗ୍ୟାରେଣ୍ଟି କିଛି କାମ ଦେବନି । ଲୋକେ ମନ ପରିବର୍ତ୍ତନ କଲେଣି ବୁଝି ଗଲେଣି ଏବେ କଂଗ୍ରେସକୁ ସରକାରକୁ ଆଣିବେ । ଗଠବନ୍ଧନ ସରକାରକୁ ଆସିଲେ ଦେଇଥିବା ଇସ୍ତାହାର କାର୍ଯ୍ୟକାରୀ ହେବ । ଆମେ ସମସ୍ତ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବୁ । ବିଜେପି କେଉଠି ବି ବହୁମତ ପାଇବ ନାହିଁ । 200 ରୁ ଅଧିକ ସିଟ ବିଜେପି ପାଇବ ନାହିଁ । ଇଣ୍ଡିଆ ମେଣ୍ଟ ଭଲ ପଦର୍ଶନ କରି ଜିତିବ । ଓଡ଼ିଶାରେ ବିଜେଡି ବିଜେପି ମିଳିତ ଭାବେ ଶାସନ କରୁଥିଲେ ।