ଓଡିଶା

odisha

ETV Bharat / state

ପୁଣି ଓଡି଼ଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ: 28ରେ ଶାହ ଓ 29ରେ ମୋଦି କରିବେ ପ୍ରଚାର - MODI AND SHAH TO VISIT ODISHA - MODI AND SHAH TO VISIT ODISHA

Modi And Shah To Visit Again: ପୁଣି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ପୁଣି ଥରେ ଆସୁଛନ୍ତି । ଜାଣନ୍ତୁ କେବେ ରହିଛି କାର୍ଯ୍ୟକ୍ରମ ।

Modi And Shah To Visit
Modi And Shah To Visit (ETV Bharat Odisha)

By ETV Bharat Odisha Team

Published : May 26, 2024, 6:20 PM IST

ଭୁବନେଶ୍ବର:ପୁଣି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା 28 ଶାହଙ୍କ ଗସ୍ତ ଥିବାବେଳେ 29ରେ ଆସୁଛନ୍ତି ମୋଦି । ସୂଚନା ଅନୁସାରେ, 29 ତାରିଖରେ ରାଜ୍ୟରେ 3ଟି ନିର୍ବାଚନୀ ସଭା କରିବେ ଶାହ । ପ୍ରଥମେ ଦିନ 10 ଟାରେ ଚାନ୍ଦବାଲି ପରେ କୋରେଇ ତା'ପରେ ନିମାପଡ଼ାରେ ସଭା କରିବେ । ସେହିପରି 29ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡି଼ଆରେ 12ଟା ବେଳେ ବିଶାଳ ଜନସଭାରେ ଉଦବୋଧନ ଦେବେ ମୋଦି । ପରେ ବାଲେଶ୍ବର ଏବଂ 3 ଟା 30ରେ କେନ୍ଦ୍ରାପଡ଼ାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ଏହାସହ 27ରେ ପୁଣି ଓଡି଼ଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

Modi And Shah To Visit (ETV Bharat Odisha)

27ରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କାକଟପୁର ଏବଂ 28ରେ ରାଇରଙ୍ଗପୁର, ମୋରଡା, ସୋର, ଜଗତସିଂହପୁରରେ ପ୍ରଚାର ସଭା କରିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରପଡ଼ାରେ 27 ରୁ 30 ଯାଏଁ ପ୍ରଚାର କରିବେ । 27 ଏବଂ 28ରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ରାପଡ଼ା ଏବଂ ଭଦ୍ରକରେ ପ୍ରଚାର କରିବେ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ଓଡି଼ଶାରେ ବିକାଶକୁ ଶିଖରରେ ପହଞ୍ଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ଓଡି଼ଶାବାସୀ ପରିବର୍ତ୍ତନ ମୁହାଁ । ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ଓ ବ୍ୟଭିଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ୟକ ।"

ଏହା ବି ପଢନ୍ତୁ...ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ, ‘ନନା’ଙ୍କ ପାଇଁ ମାଗିବେ ଭୋଟ - Modi To Visit Balasore

"ନୂତନ ଓଡି଼ଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆସିବ ଏବଂ ଓଡି଼ଶାରେ ବିଜେପିର ସରକାର ଗଠନ ହେବ । ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି" ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି । ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ବାକିଥିବାବେଳେ ପୁଣି ପ୍ରଚାର କରିବେ ମୋଦି । ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଜଗସିଂହପୁର ଏବଂ କେନ୍ଦ୍ରାପଡ଼ା ଏହି ସବୁ ବିଧାନସଭା ଆସନ ଶେଷ ପର୍ଯ୍ୟାୟରେ ଥିବାବେଳେ ମୋଦିଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details