ଓଡିଶା

odisha

By ETV Bharat Odisha Team

Published : May 28, 2024, 2:12 PM IST

ETV Bharat / state

'ରାସ୍ତା ନାହିଁ ତ ଭୋଟ ନାହିଁ', ସାମୂହିକ ଭୋଟ ବର୍ଜନ ଚେତାବନୀ - Vote boycott threat

No road no Vote: ରାସ୍ତା ନାହିଁ ତ ଭୋଟ ନାହିଁ । ଦୀର୍ଘ ଦିନ ଧରି ବିଭିନ୍ନ ମୌଳିକ ସମସ୍ୟା ଘେରରେ ରହିଆସୁଥିବା ନିମାପଡା ଅଞ୍ଚଳର ପିଙ୍ଗଳାକ୍ଷୀ କଲୋନୀ ବାସିନ୍ଦା ଚଳିତ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

No road no Vote
No road no Vote (ETV Bharat Odisha)

ପୁରୀ: 'ରାସ୍ତା ନାହିଁ ତ ଭୋଟ ନାହିଁ '। ଦୀର୍ଘ ବର୍ଷ ହେଲା ରାସ୍ତା ସମସ୍ୟା ଭୋଗି ଆସୁଥିବା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ତେରୁଣ୍ଡିଆ ଗ୍ରାମ ପଞ୍ଚାୟତର ପିଙ୍ଗଳାକ୍ଷୀ କଲୋନୀବାସୀ ଏଭଳି ନାରା ଦେଇ ଅସନ୍ତୋଷ ଜାହିର କରିବା ସହ ନିର୍ବାଚନରେ ସାମୂହିକ ଭୋଟ ବର୍ଜନ କରିଛନ୍ତି । ନେତାଙ୍କ ଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ନିଜ ଦାବି ଜଣାଇଆସୁଥିଲେ ମଧ୍ୟ କେହି ପଦକ୍ଷେପ ଗ୍ରହଣ ନ କରିବାକୁ ଶେଷରେ ଚରମ ନିଷ୍ପତ୍ତି ଶୁଣାଇଛନ୍ତି କଲୋନୀବାସୀ ।

No road no Vote (ETV Bharat Odisha)

ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମ ପଞ୍ଚାୟତର ପିଙ୍ଗଳାକ୍ଷୀ କଲୋନୀବାସୀ ଦୀର୍ଘଦିନ ଧରି ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । କଲୋନୀରେ ପ୍ରାୟ ୫୦ ପରିବାର ବାସ କରୁଥିବାବେଳେ କଲୋନୀବାସୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଯାତାୟାତ ପାଇଁ ପକ୍କା ସଡ଼କ ବ୍ୟବସ୍ଥା ନାହିଁ । ରାସ୍ତା ,ପାନୀୟ ଜଳ ଓ ବିଦ୍ୟୁତ୍ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି କଲୋନୀ ବାସୀ ।

ନିମାପଡ଼ା ବ୍ଳକ କାର୍ଯ୍ୟାଳୟ ଠାରୁ ମାତ୍ର ୨/୩ କି.ମି ବ୍ୟବଧାନରେ ରହିଛି ଏହି କଲୋନୀ । କଲୋନୀବାସିନ୍ଦା ନିଜ ମୌଳିକ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବ୍ଲକ ପ୍ରଶାସନଠାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହେଉ ନ ଥିବାରୁ ଆଗାମୀ ନିର୍ବାଚନରେ ସାମୂହିକ ଭାବେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ରାସ୍ତା ନାହିଁ ତ ଭୋଟ ନାହିଁ, ପାଣି ନାହିଁ ନ ଭୋଟ ନାହିଁ, ବିଜୁଳି ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇ କଲୋନୀବାସୀ ଧାରଣା ଦେବା ସହ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି, ବୁଝାଇବାରେ ବିଫଳ ହେଲା ପ୍ରଶାସନ - Villagers Boycott Election

ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ଏହି ନିମାପଡା ବିଧାନସଭା ମଣ୍ଡଳୀରେ ଯାଉଥିବା ଏହି କଲୋନୀରେ ଚଳିତ ନିର୍ବାଚନ ବେଳେ କୌଣସି ରାଜନୈତିକ ଦଳର ନେତା ବା ପ୍ରାର୍ଥୀଙ୍କ ପାଦ ପଡିନଥିବା କଲୋନୀବାସୀ ଅଭିଯୋଗ କରିଛନ୍ତି । ବାସ୍ତବରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିକାଶ ଅନେକ ହେଉଥିବା କଥା ପ୍ରଶାସନ କହୁଥିଲା ବେଳେ ଦୀପ ତଳ ଅନ୍ଧାର ପରି ନିମାପଡ଼ା ବ୍ଲକ୍ ଅଫିସ୍ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି କଲୋନୀବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି । ଶେଷରେ ବାଧ୍ୟ ହୋଇ ଚଳିତ ସାଧାରଣ ନିର୍ବାଚନରେ ସାମୂହିକ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details