ଓଡିଶା

odisha

ETV Bharat / state

ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ, ଭଦ୍ରକରେ ପ୍ରସ୍ତୁତି - Mallikarjun Kharge Odisha Visit - MALLIKARJUN KHARGE ODISHA VISIT

Mallikarjun Kharge Odisha Visit: ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାରକୁ ସରଗରମ କରିବାକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଆସୁଛନ୍ତି । ଅଧିକ ପଢନ୍ତୁ

Mallikarjun Kharge Odisha Visit
Mallikarjun Kharge Odisha Visit (ETV Bharat Odisha)

By ETV Bharat Odisha Team

Published : May 29, 2024, 1:23 PM IST

ଭଦ୍ରକ: ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସର ପ୍ରଚାରକୁ ସରଗରମ କରିବାକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ଖଡ୍‌ଗେ ଭଦ୍ରକ ଓ ବାଲେଶ୍ବରରେ ବିଶାଳ ଶୋଭାଯାତ୍ରା କରିବେ । ଏହାପରେ ଆସନ୍ତାକାଲି ରାହୁଲ ଗାନ୍ଧୀ ଓଡ଼ିଶା ଆସି ଭଦ୍ରକରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Mallikarjun Kharge Odisha Visit (ETV Bharat Odisha)

ଖଡଗେଙ୍କ ଗସ୍ତକୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତା ମାନେ ଉପସ୍ଥିତ ଥିଲେ । ତେବେ ଭଦ୍ରକ ଜିଲ୍ଲାକୁ ସର୍ବ ଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ । ଏଥିସହ ଏହି କେନ୍ଦ୍ରୀୟ ନେତା ମାନଙ୍କ ଗସ୍ତ ନିଶ୍ଚୟ ଭାବରେ ଭୋଟରମାନଙ୍କୁ ପ୍ରଭାବିତ କରିବ ଏବଂ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ସେ ଆଉମଧ୍ୟ କହିଛନ୍ତି, " ଏକଦା କଂଗ୍ରେସର ଅଭେଦ୍ୟ ଗଡ ଥିବା ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚଳିତ ଥର କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବା ସହିତ ସମସ୍ତ ସାତଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳ ବିଜୟ କରିବ । ଏଥିସହ ଉଭୟ ବିଜେଡି ଏବଂ ବିଜେପିକୁ ମଧ୍ୟ ସେ ଟାର୍ଗେଟ କରିଥିଲେ ଶରତ ପଟ୍ଟନାୟକ । ଉଭୟ ଦଳ ସଲାସୁତୁରା ହୋଇ ଭଦ୍ରକ ଜିଲ୍ଲା ତଥା ଓଡିଶାକୁ ବିନାଶ କରି ସାରିଛନ୍ତି । ଯାହାର ଜବାବ ଚଳିତ ନିର୍ବାଚନରେ ଭୋଟର ମାନେ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶରତ ।

ଏହାମଧ୍ୟ ପଢନ୍ତୁ.. ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ, 'ମୁଖ୍ୟମନ୍ତ୍ରୀ ଓ ବିଜେପି ମିଶି ଓଡ଼ିଶାକୁ ବର୍ବାଦ କରିଛନ୍ତି' - Kharge Criticizes BJP BJD

ଅନ୍ୟ ପକ୍ଷରେ ଭଦ୍ରକ ତଥା ରାଜ୍ଯରେ ଯାହାବି ବିକାଶ ହୋଇଛି, ତାହା କଂଗ୍ରେସ ସରକାର ସମୟରେ ହୋଇଥିଲା ବୋଲି ସେ କହିଥିଲେ । ହେଲେ ବିଗତ 24 ବର୍ଷ ମଧ୍ୟରେ ବିକାଶ ବଦଳରେ ରାଜ୍ଯରେ କେବଳ ବିନାଶ ହୋଇଛି । କଂଗ୍ରେସ ନେତୃତ୍ଵାଧୀନ ମେଣ୍ଟ କେନ୍ଦ୍ରରେ ଏବଂ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି ସେ କହିଥିଲେ । ବିଜେଡି ସରକାର ଅମଳରେ ହୋଇଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥଙ୍କୁ ନେଇ ବିଜେପି ପ୍ରାର୍ଥୀଙ୍କ ବିବାଦୀୟ ମନ୍ତବ୍ଯକୁ ଆଧାର କରି ଉଭୟ ବିଜେଡି ଏବଂ ବିଜେପି ଉପରେ ବର୍ଷିଥିଲେ ଶରତ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details