ଓଡିଶା

odisha

ETV Bharat / state

EVM ତ୍ରୁଟି ଏକ ଗୁରୁତ୍ୱର ସମସ୍ୟା ନୁହେଁ: ସିଇଓ - CEO Press Conference

CEO Press Conference: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ । 6ଟି ସଂସଦୀୟ କ୍ଷେତ୍ରରେ ସୁରୁଖୁରୁରେ ଚାଲିଛି ମତଦାନ । EVM ତ୍ରୁଟି ଏକ ଗୁରୁତର ସମସ୍ୟା ନୁହେଁ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢ଼ନ୍ତୁ...

By ETV Bharat Odisha Team

Published : Jun 1, 2024, 3:48 PM IST

EVM ତ୍ରୁଟି ଏକ ଗୁରୁତର ସମସ୍ୟା ନୁହେଁ
EVM ତ୍ରୁଟି ଏକ ଗୁରୁତର ସମସ୍ୟା ନୁହେଁ (ETV Bharat Odisha)

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ନେତା ବାଛୁଛି ଓଡିଶା । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଉଛନ୍ତି ଓଡିଶାବାସୀ । ଆଜି ମଧ୍ୟାହ୍ନ ୧ଟାଏ ସୁଦ୍ଧା ପ୍ରାୟତଃ ୩୮ % ମତଦାନ ରେକର୍ଡ ହୋଇଛି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୪୦ ପ୍ରତିଶତ, ବାଲେଶ୍ବରରେ ୪୧.୪୪ ପ୍ରତିଶତ, ଭଦ୍ରକରେ ୩୫ ପ୍ରତିଶତ, କେନ୍ଦ୍ରାପଡାରେ ୩୯ ପ୍ରତିଶତ ଓ ଜଗତସିଂହପୁରରେ ୪୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସମସ୍ତ ସଂସଦୀୟ କ୍ଷେତ୍ରରେ ଉତ୍ସାହର ସହ ମତଦାନ ଚାଲିଛି ।

EVM ତ୍ରୁଟି ଏକ ଗୁରୁତ୍ୱର ସମସ୍ୟା ନୁହେଁ (ETV Bharat Odisha)

ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିଜ ଗାଁ ବିଞ୍ଝାରପୁର ବ୍ଲକ ଘଣ୍ଟିଆଳିରେ ଖୁବ ଭଲ ଭାବରେ ଭୋଟ ଗ୍ରହଣ ଚାଲିଛି ବୋଲି ସୂଚନା ଦେଇଛନ୍ତି । ମତଦାନ ବେଳେ EVM ତ୍ରୁଟି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ କଁଅ ଭାଁ ଜାଗାରେ ତ୍ରୁଟି ଦେଖାଦେଇଛି । ତେବେ EVM ତ୍ରୁଟି ଏକ ଗୁରୁତ୍ୱର ସମସ୍ୟା ନୁହେଁ । ମଧ୍ୟାହ୍ନ ଦେଢ଼ଟା ସୁଦ୍ଧା ୧୨୯ଟି bu, vvpat ୫୧୫କୁ ପରିବର୍ତ୍ତନ କରାଯାଇଛି। ୧୦,୮୮୨ ପୋଲିଂ ମେସିନରେ ଭୋଟ ଗ୍ରହଣ ଚାଲିଛି ।

କିଛି ସ୍ଥାନରେ ବୁଥ ବାହାରେ କିଛି ଛୋଟ ମୋଟ ଗଣ୍ଡଗୋଳ ହୋଇଛି । ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି । 10ଟି ଜିଲ୍ଲାରେ ଜିଲ୍ଲାପାଳ ସେମାନେ ନୂଆ କରି ତାଲିମ ପାଇଁ ନିର୍ବାଚନ ପରିଚାଳନା କରୁଛନ୍ତି । କାକଟପୁରରେ ପାନ ବରଜ ଚାଷ ଏକ ମୁଖ୍ୟ ରୋଜଗାର ପନ୍ଥା । ସେଥିପାଇଁ କାକଟପୁରରେ ପ୍ରତୀକାତ୍ମକ ଭାବେ ଏକ ବୁଥରେ ପାନ ବରଜ ବୁଥ କରାଯାଇଛି ଯାହା ଏକ ମଡେଲ ବୁଥ । ଚତୁର୍ଥ ପର୍ଯ୍ୟାୟରେ 6ଟି ସଂସଦୀୟ କ୍ଷେତ୍ରର 42 ଟି ବିଧାନସଭାରେ ମତଦାନ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ଦିନ 1ଟା ସୁଦ୍ଧା 37.64% ଭୋଟିଂ - Odisha Fourth Phase Election

ଏହା ମଧ୍ୟ ପଢ଼ନ୍ତୁ...ଲୋକସଭା ନିର୍ବାଚନ ଅନ୍ତିମ ପର୍ଯ୍ୟାୟ: ଦିନ 1ଟା ସୁଦ୍ଧା 40.09% ଭୋଟିଂ, ଆଗରେ ହିମାଚଳ ପ୍ରଦେଶ - LOK SABHA ELECTION SEVENTH PHASE

ତେବେ ଆଜି ବହୁ ହାଇ ପ୍ରୋଫାଇଲ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ବାଲେଶ୍ବରରେ ବିଜେପିର ପ୍ରତାପ ଷଡଙ୍ଗୀ, କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରେ ରାଜଶ୍ରୀ ମାଲ୍ଲିକ, ଚାନ୍ଦବାଲିରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଆଳି ବିଧାନସଭା ଆସନରେ ପ୍ରତାପ ଦେବ, ମହାକାଳପଡ଼ାରେ ଅତନୁ ସଭ୍ୟସାଚି ନାୟକ, ଭଣ୍ଡାରିପୋଖରୀରେ କଂଗ୍ରେସ ଭେଟେରାନ ନିରଞ୍ଜନ ପଟନାୟକ ଓ ଭଦ୍ରକରୁ ପ୍ରଫୁଲ୍ଲ ସାମଲଙ୍କ ଭଳି ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details