ଓଡିଶା

odisha

ETV Bharat / state

ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଆସିବ: ତେଜସ୍ୱୀ ସୂର୍ଯ୍ୟା - Tejasvi Surya targets bjd - TEJASVI SURYA TARGETS BJD

TEJASVI SURYA TARGETS BJD: ସମ୍ବଲପୁରରେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା । ବିଶାଳ ବାଇକ ରାଲି କରିବା ସହ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । କହିଲେ ଓଡିଶାରେ ଡବଲ ଇଞ୍ଜିନର ସରକାର ହେବ । ଅଧିକ ପଢନ୍ତୁ

ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଆସିବ: ତେଜସ୍ୱୀ ସୂର୍ଯ୍ୟା
ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଆସିବ: ତେଜସ୍ୱୀ ସୂର୍ଯ୍ୟା (ETV Bharat Odisha)

By ETV Bharat Odisha Team

Published : May 19, 2024, 10:12 PM IST

ଓଡ଼ିଶା ଓ ଦିଲ୍ଲୀରେ ବିଜେପି ସରକାର ଆସିବ: ତେଜସ୍ୱୀ ସୂର୍ଯ୍ୟା (ETV Bharat Odisha)

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟା । ଆଜି ସେ ସମ୍ବଲପୁର ଆସି ଦିନ ପ୍ରାୟ 11ଟା ସମୟରେ ସମ୍ବଲପୁର ଅଇଁଠାପାଲି PHD ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଧନୁପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହା ପରେ ସେ ସମ୍ବଲପୁର ଭିଏସଏସ ମାର୍ଗରେ ଥିବା ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଏହି ଅବସରରେ ତେଜସ୍ୱୀ ସୂର୍ଯ୍ୟା କହିଥିଲେ ଯେ, ଏଥର ଓଡିଶାରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହା ପଛରେ ଓଡିଶାର ଯୁବ ଶକ୍ତିର ଶକ୍ତି ଓ ସଂକଳ୍ପ ରହିଛି । ଆସନ୍ତା ଜୁନ 4 ତାରିଖରେ ଉଭୟ ଭୁବନେଶ୍ୱର ଓ ଦିଲ୍ଲୀରେ ବିଜେପି ସରକାର ଆସିବ ଆଉ 10 ତାରିଖରେ ଜଣେ ଓଡ଼ିଆ ବିଜେପି କାର୍ଯ୍ୟକର୍ତ୍ତା ଓଡିଶାର ମୁଖ୍ୟମନ୍ତ୍ରୀ ହେବ । ବର୍ତ୍ତମାନ ଦେଶ ସମୃଦ୍ଧ ଓ ସୁରକ୍ଷିତ ହେବା ସହ ଆର୍ଥିକ ସ୍ତରରେ ଦୃଢ଼ ହୋଇଛି । ଦେଶର ଯୁବ ସମାଜ ଆଜି ଆତ୍ମନିର୍ଭର ହେବା ସହ ମହତ୍ୱକାଂକ୍ଷୀ ହୋଇଛି ।

ତେବେ ଓଡିଶା ପରିପ୍ରେକ୍ଷୀରେ ସେ କହିଥିଲେ ଯେ,ଓଡିଶାରେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ଥିବା ସହ ପ୍ରବଳ ସମ୍ଭାବନା ଥିଲେ ମଧ୍ୟ ବର୍ତ୍ତମାନର ସରକାରଙ୍କ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଭୂଲ ରାଜନୈତିକ ନେତୃତ୍ବ ଯୋଗୁଁ ଆଜି ଓଡିଶା ପଛରେ ପଡିଯାଇଛି ।ଏଠିକାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ଏହି ସବୁ ପରିସ୍ଥିତିରେ ଆମେ ପରିବର୍ତ୍ତନ ଆଣିବୁ ଓ ଓଡିଶାରେ ଡବଲ ଇଞ୍ଜିନର ସରକାର ହେବ । ଏହାସହ ଓଡିଶାରେ ନୂଆଁ ରାଜନୈତିକ ଇତିହାସ ରଚନା କରାଯିବ ।

ଏହା ମଧ୍ୟ ପଢନ୍ତୁ.....ପ୍ରଧାନମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ DIG - Modi To Visit Angul


ସେ ଆହୁରି ମଧ୍ୟ କହିଥିଲେ ଯେ, ଆଗରୁ ଦେଶରେ ଦୁର୍ନୀତି, ଆତଙ୍କବାଦ ଓ ନକ୍ସଲବାଦର ସମସ୍ୟା ଥିଲା । ହେଲେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ଏହି ସବୁ ସମସ୍ୟା ଦୂର ହୋଇ ପାରିଛି । ପୂର୍ବରୁ ଆମ ଦେଶ ବିଶ୍ୱର 5 ଦୁର୍ବଳ ଅର୍ଥନୀତି ଭାବରେ ପରିଗଣିତ ହେଉଥିଲା, ତେବେ ବର୍ତ୍ତମାନ ଆମ ଦେଶ ବିଶ୍ୱର 5ମ ଆର୍ଥିକ ମହାଶକ୍ତି ହୋଇ ପାରିଛି । ଆଗକୁ ଆମ ଦେଶ 3ୟ ମହାଶକ୍ତି ହେବାକୁ ଯାଉଛି । ମୋଦି ସରକାର ଅମଳରେ କେନ୍ଦ୍ର ସରକାର 10 ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେଇଛନ୍ତି ଓ ଷ୍ଟାର୍ଟ ଅଫ ଜରିଆରେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ 40 ଲକ୍ଷ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଗୁରୁ ପ୍ରକାଶ ପାଶ୍ବାନ ମଧ୍ୟ ଆଜି ଏକ ସାମ୍ବାଦିକ କରି କହିଛନ୍ତି ଯେ, ଏଥର ଭୁବନେଶ୍ୱରରେ ଓ ଦିଲ୍ଲୀରେ ବିଜେପି ସରକାର ଗଠନ ହେବ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details