ଓଡିଶା

odisha

ପାଣ୍ଡିଆନଙ୍କୁ ଅନୁଭବଙ୍କ କଟାକ୍ଷ, 'ଓଡିଶାକୁ ଲୁଟୁଛି କଳା ପାହାଡ଼' - ANUBHAV MOHANTY CAMPAIGN

By ETV Bharat Odisha Team

Published : May 30, 2024, 3:23 PM IST

Anubhav mohanty Election campaign: ଜଗତସିଂହପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି । ପାଣ୍ଡିଆନଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

Anubhav mohanty Election campaign
Anubhav mohanty Election campaign (ETV Bharat Odisha)

ଜଗତସିଂହପୁର: ପ୍ରଚାର ପାଇଁ ହାତରେ ମାତ୍ର ଆଉ କେଇ ଘଣ୍ଟା ରହିଥିବା ବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । ଗଡ ଦଖଲ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ଦଳୀୟ ନେତାଙ୍କ ସହିତ ପ୍ରାର୍ଥୀ । ଏହାରି ଭିତରେ ଗତକାଲି(ବୁଧବାର) ଦିନ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚିପୁର ଅଞ୍ଚଳରେ ପ୍ରଚାର କରିଥିଲେ କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି । ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀର ମରିଚିପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋଡ଼ ସୋ କରିବା ସହିତ ସାଧାରଣ ସଭାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାତି ହୋଇ ଯିବାରୁ ଅନୁଭବ ମହାନ୍ତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସଭା କରି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ।

Anubhav mohanty Election campaign (ETV Bharat Odisha)

ବିଜେପିର ବିଜୟ ସଂକଳ୍ପ ସମାବେଶରେ ଅନୁଭବ ମହାନ୍ତି ପରୋକ୍ଷ ଭାବେ 5ଟି ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିବା ସହିତ କଡା ସମାଲୋଚନା କରିଥିଲେ । ଅନୁଭବ କହିଥିଲେ,"ରାଜ୍ୟରେ ଏବେ କଳା ପାହାଡ଼ ଶାସନ ଚାଲୁଛି । ବିଜୁ ବାବୁଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲି । ସେ ସମୟରେ ବିଜୁ ଜନତା ଦଳ ନବୀନ ବାବୁଙ୍କ ଦ୍ଵାରା ପରିଚାଳିତ ହେଉଥିଲା । କିନ୍ତୁ ବର୍ତ୍ତମାନ ଜଣେ କଳା ପାହାଡ଼ ବିଜୁ ଜନତା ଦଳକୁ ପରିଚାଳିତ କରୁଛନ୍ତି । ସେ କଳା ପାହାଡ଼ କିଏ ଆପଣ ମାନେ ଜାଣନ୍ତି । ରାଜ୍ୟରେ ଏବେ ବାବୁ ରାଜ ଚାଲିଛି । କଳା ପାହାଡ଼ ଜଣଙ୍କ ଏବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଛାଡିଲେ ନାହିଁ । ରାଜ୍ୟରେ ବେକାରୀ ସମସ୍ୟା ସୃଷ୍ଟି ହୋଇଛି । ଓଡିଶାରେ ଓଡ଼ିଆ ଲୋକ କାମ ନ ପାଇ ତାମିଲନାଡୁର ଲୋକ କାମ ପାଉଛନ୍ତି । ଓଡିଶାରେ କାମ କରିବା ପାଇଁ ତାମିଲନାଡୁର କଣ୍ଟ୍ରାକ୍ଟରକୁ କାମ ଦିଆଯାଉଛି । ଓଡିଶାକୁ ଆଗକୁ ନୁହେଁ ବରଂ ପଛକୁ ଠେଲି ଦିଆ ଯାଉଛି । "

ଏହା ମଧ୍ୟ ପଢନ୍ତୁ:ଓଡ଼ିଶାରେ ଚାଲିଛି ରିମୋଟ କଣ୍ଟ୍ରୋଲ ସରକାର: ସ୍ମୃତି ଇରାନୀ - Smriti Irani Campaign in Kujanga

ଅନୁଭବ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ବାବୁ ଜଣଙ୍କ ବାରମ୍ବାର ଅପମାନିତ କରୁଛନ୍ତି । ଯାହା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ଏହି ବାବୁ ଜଣଙ୍କ ତାଙ୍କୁ ଗୋଡ଼ରେ ଆଘାତ କରୁଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ହାତକୁ ଭିଡି ଦେଉଥିବାର ଭିଡିଓ ଭାଇରାଲ ହେଉଛି । ଏହା ଓଡିଶା ପ୍ରତି ବଡ଼ ଅପମାନ । ଓଡ଼ିଆ ପୁଅର ଏବେ ଜାଗ୍ରତ ହେବାର ସମୟ ଆସିଛି । ଓଡିଶାକୁ ଲୁଣ୍ଠନ କରିବା ପାଇଁ ଇଏ ଯେଉଁ କଳା ପାହାଡ଼ କ୍ଷମତା କେନ୍ଦ୍ରକୁ କବଳିତ କରି ରଖିଛି ଏଥିରୁ ମୁକ୍ତି ପାଇଁ ଓଡ଼ିଆ ଜାଗ୍ରତ ହେବା ଆବଶ୍ୟକ । ଏହି କଳା ପାହାଡ଼କୁ ଉପଯୁକ୍ତ ଜବାବ ଦେବାକୁ ବିଜେପି ସପକ୍ଷରେ ଭୋଟ୍ ଦିଅନ୍ତୁ । "

ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ ଦେବ ଯୋଗ ଦେଇ ବିଜେପି ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ଲୋକଙ୍କ ସମ୍ମୁଖରେ ରଖିଥିଲେ । ସେ ମଧ୍ୟ ସିଧାସଳଖ ଫାଇଭ ଟି ଅଧ୍ୟକ୍ଷଙ୍କୁ ସମାଲୋଚନା କରିବା ସହ ରାଜ୍ୟରେ ଆଗକୁ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଥିଲେ । ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାରେ ଜଣେ ଓଡ଼ିଆ ପୁଅ ମୁଖ୍ୟମନ୍ତ୍ରୀ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details