ଓଡିଶା

odisha

ETV Bharat / state

ଅଧାରୁ ରାସ୍ତା ନିର୍ମାଣ ଛାଡି ବିଭାଗ ଛୁ, ଆନ୍ଦୋଳନ ବେଳେ ଉତ୍ତେଜନା - PROTEST IN NIALI - PROTEST IN NIALI

Protest At Niali: ରାସ୍ତା ମରାମତି ଦାବିରେ ରାସ୍ତାରୋକ ହୋଇଥିଲା । ସେହି ସମୟରେ ଉପୁଜିଛି ଉତ୍ତେଜନା । ଅଧିକ ପଢନ୍ତୁ

Protest At Niali
Protest At Niali (ETV Bharat Odisha)

By ETV Bharat Odisha Team

Published : Jun 17, 2024, 7:22 AM IST

ନିଆଳି: ରାସ୍ତା ମରାମତି ଦାବିରେ ରାସ୍ତାରୋକ ହୋଇଥିଲା । ନିଆଳି ଥାନା ଜଲ୍ଲାରପୁର ପହଙ୍ଗା ରାସ୍ତାର କୁଳ ଜଲ୍ଲାରପୁରଠାରେ ଏପରି ଘଟଣା ଦେଖିବାକୁ ମିଳିଛି । ନିଆଳି ପୋଲିସ ଉଦ୍ୟମରେ ପରିସ୍ଥିତିରେ ସୁଧାର ଆସିଛି । ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ଜଲ୍ଲାରପୁର ଓ ପହଙ୍ଗା ରାସ୍ତା ଭାରିଜାନ ଚଳାଚଳ ହୋଇ ଶୋଚନୀୟ ହୋଇପଡିଛି । ଯାହାଦ୍ବାରା ଯାତାୟାତ ଅତ୍ୟନ୍ତ କଷ୍ଟକର ହେଉଛି। ସେହି ରାସ୍ତା ମରାମତି ପାଇଁ କୁଳ ଜଲ୍ଲାରପୁରବାସୀ ରାସ୍ତାରୋକ କରିଥିବାବେଳେ 3 ଟି ହାଇୱା ଆନ୍ଦୋଳନକୁ ଅତିକ୍ରମ କରିବାକୁ ଉଦ୍ୟମ କରିବାରୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Protest At Niali (ETV Bharat Odisha)
ସୂଚନା ଅନୁସାରେ, ରାସ୍ତା ମରାମତି ଓ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହେଲା ‌। ହେଲେ ରାସ୍ତା କାମ ଅଧାରେ ଛାଡି ବିଭାଗୀୟ ଅଧିକାରୀ ଛୁ ମାରିଲେ । ସେପଟେ ରାସ୍ତା ଉପରେ ନିର୍ଭରଶୀଳ କରୁଥିବା ୪ଟି ଜିଲ୍ଲାର ଲୋକେ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି । ରାସ୍ତା ମରାମତି ଦାବିରେ ଆନ୍ଦୋଳନ କରୁଥିବା ସମୟରେ ଗାଡି ମାଲିକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଉଭୟ ପଟୁ ଥାନାରେ ଦ୍ବାରସ୍ଥ ହୋଇଥିବା ନେଇ ସୂଚନା ମିଳିଛି ।

ଏହା ବି ପଢନ୍ତୁ...ସୁବର୍ଣ୍ଣପୁରରେ ବକେୟା ଦରମା ଦାବିରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

କଟକ ଜିଲ୍ଲା ନିଆଳି ବ୍ଳକ ଜଲ୍ଲାରପୁରଠାରୁ ପହଙ୍ଗା ପର୍ଯ୍ୟନ୍ତ ରାସ୍ତାର ପୁନଃରୁଦ୍ଧାର ପାଇଁ ୧୬କୋଟି ୬୬ଲକ୍ଷ ଟଙ୍କା ମଞ୍ଜୁର କରିଥିବା ନେଇ ସୂଚନା ଫଳକରୁ ଜଣାପଡ଼ିଛି । ହେଲେ ରାସ୍ତାକାମ ଅଧା ବାଟରେ ବିଭାଗ ଛାଡି ପଳାଇଛି । ଫଳରେ ପହଙ୍ଗା, ଜଲ୍ଲାରପୁର ଅଞ୍ଚଳ ବାସୀଙ୍କ ସହିତ ପୁରୀ, ଖୋର୍ଦ୍ଧା, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମଟର ଚଳାଚଳ କରୁଛି କିନ୍ତୁ ରାସ୍ତା ମରାମତି ହେଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣଉ ରାସ୍ତାର ପ୍ରଶସ୍ତିକରଣ ଓ ମରାମତି ଦାବିରେ ସ୍ଥାନୀୟବାସିନ୍ଦା ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦ ସମୟରେ ସେହି ଅଞ୍ଚଳ ଦେଇ ଗାଡି ଫେରୁଥିବା ସମୟରେ ଗାଡି ଚାଳକ ଏବଂ ଆନ୍ଦୋଳନକାରୀଙ୍କ ଗଣ୍ତଗୋଳ ହେଇଛି । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details