ଓଡିଶା

odisha

ETV Bharat / state

ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ, କୁଶ ପୁତ୍ତଳିକା ଦାହ କଲେ ଗ୍ରାମବାସୀ - ଆମ ଓଡ଼ିଶା ନବୀନ ଓଡ଼ିଶା

Locals burn effigy of Jagatsinghpur MLA: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଲେନି ବିଧାୟକ ପ୍ରଶାନ୍ତ ମୁଦୁଲି । ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ କୁଶ ପୁତ୍ତଳିକା ଦାହ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Ama Odisha Nabin Odisha programme
ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

By ETV Bharat Odisha Team

Published : Feb 20, 2024, 7:55 AM IST

ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

ଜଗତସିଂହପୁର: 2024 ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ବିବାଦ ସେତିକି ତୀବ୍ର ହେବାରେ ଲାଗିଛି । କେଉଁଠି ଫଳକ ଭଙ୍ଗା ହେଉଛି ତ କେଉଁଠି ଲୋକେ ବିଧାୟକଙ୍କୁ ବିରୋଧ କରି କୁଶ ପୁତ୍ତଳିକା ଦାହ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜଙ୍କୋଟି ପଞ୍ଚାୟତରେ । ସୋମବାର ପଞ୍ଚାୟତରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇନଥିଲେ । ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ କୁଶ ପୁତ୍ତଳିକା ଦାହ କଲେ ଗ୍ରାମବାସୀ ।

ସୂଚନା ମୁତାବକ, ଗତକାଲି(ସୋମବାର) ଜଙ୍କୋଟି ପଞ୍ଚାୟତରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେବାର ଥିଲା । ଏଥିପାଇଁ ପଞ୍ଚାୟତରେ ପ୍ରସ୍ତୁତି ଶେଷ ହୋଇଥିଲା । ସଭାମଞ୍ଚ ପ୍ରସ୍ତୁତ ସହ ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମିତି ସଭ୍ୟ, ବିଡ଼ିଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ନିମନ୍ତ୍ରଣ ହୋଇଥିଲା । ହେଲେ ବିଧାୟକ ପ୍ରଶାନ୍ତ ମୁଦୁଲି ସେହି ପଞ୍ଚାୟତରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିନଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ବିଜେଡିରେ କୁହୁଳୁଛି ଗୋଷ୍ଠୀ କନ୍ଦଳ, ନବୀନ ଓଡିଶା କାର୍ଯ୍ୟକ୍ରମକୁ ଆସିଲେନି ବିଧାୟକ

କିଛି ଲୋକ ଏହି ଘଟଣାକୁ ବିରୋଧ କରି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏନେଇ ଏହି ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଛନ୍ତି, ''ମୁଁ କଂଗ୍ରେସ ସମର୍ଥିତ ସରପଞ୍ଚ ହୋଇଥିବାରୁ ବିଧାୟକ ଅଣଦେଖା କରିଚାଲିଛନ୍ତି । ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି କୌଣସି ସରକାରୀ ଅଧିକାରୀ ଶୁଣୁ ନାହାଁନ୍ତି ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚକୁ ଡକା ଯାଉନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଞ୍ଚାୟତରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବିଧାୟକ ସେହି ରାସ୍ତା ଦେଇ ଯାଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆସିଲେ ନାହିଁ । ଯାହା ଦୁର୍ଭାଗ୍ୟଜନକ ବୋଲି ଜଙ୍କୋଟି ସରପଞ୍ଚ କହିଛନ୍ତି । ଏ ସମ୍ପର୍କରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଜଗତସିଂହପୁରରେ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details