ବୌଦ୍ଧ:ଅନ୍ଧକାରରେ ବସ୍ତିବାସିନ୍ଦା । କାଳବୈଶାଖୀ ତାଣ୍ଡବ ରଚି ଗଲାପରେ ୩ ଦିନ ହେଲା ବୌଦ୍ଧ ସହରରେ ଅନେକ ବସ୍ତିରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଏହାକୁ ପ୍ରତିବାଦ କରି ଗୁରୁବାର ସନ୍ଧ୍ୟାରେ ଶତାଧିକ ପୁରୁଷ ଓ ମହିଳା ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଟାଟାପାଓ୍ବାରର ମନମୁଖି କାର୍ଯ୍ୟ ପାଇଁ ବିଦ୍ୟୁତ ଆସୁନଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା ।
ତିନି ଦିନ ହେଲା ଅନ୍ଧକାର ମଧ୍ୟରେ ବୁଡ଼ି ରହିଛି ବୌଦ୍ଧ ଜିଲ୍ଲା ସଦର ମହକୁମାର ବିଭିନ୍ନ ବସ୍ତି । ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର ବିଫଳ ହୋଇଥିବା ଅଭିଯୋଗ କରି ଗୁରୁବାର ସନ୍ଧ୍ୟାରେ ଶହ ଶହ ମହିଳା ପୁରୁଷ ୫୭ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ବୌଦ୍ଧ ଜିଲ୍ଲାରେ ଗତ ମଙ୍ଗଳବାର ସଂଧ୍ୟାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ହୋଇଥିଲା । ଯେଉଥିପାଇଁ ଜିଲ୍ଲା ସଦରମହକୁମା ସମେତ ଆଖପାଖ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ବ୍ୟାପକ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବା ବେଳେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ସ୍ଥିତିରେ ସୁଧାର ଆଣିବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ସହିତ ବିଦ୍ୟୁତ ବିଭାଗର କର୍ମଚାରୀମାନେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଟାଟା ପାଓ୍ବାର କମ୍ପାନୀର ମନମୁଖି କାର୍ଯ୍ୟ ତଥା ବିଭାଗୀୟ ଅଧିକାରୀ ଙ୍କ ଆପତ୍ତିଜନକ ବ୍ୟବହାରକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସ୍ଥାନୀୟ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ।