ଓଡିଶା

odisha

ETV Bharat / state

ବଙ୍ଗୁରିଗାଁ ସ୍ଵାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା ସିଲିଂ, ନିମ୍ନମାନର ନିର୍ମାଣ କର୍ଯ୍ୟ ଅଭିଯୋଗ - Bangurigaon Community Health Centre

Bangurigaon Community Health Centre: ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସାମାନ୍ୟ ମେଘ ପବନରେ ଵଃହି ବିଭାଗ ଛାତରୁ ସିଲିଂ ଖସିପଡ଼ିଛି । ଏହାର ତଦନ୍ତ କରି ପୁଣିଥରେ ଉନ୍ନତମାନର କାର୍ୟ୍ୟ କରିବା ପାଇଁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 23, 2024, 5:19 PM IST

ବଙ୍ଗୁରିଗାଁ ସ୍ଵାସ୍ଥ୍ୟକେନ୍ଦ୍ର
ବଙ୍ଗୁରିଗାଁ ସ୍ଵାସ୍ଥ୍ୟକେନ୍ଦ୍ର

ବଙ୍ଗୁରିଗାଁ ସ୍ଵାସ୍ଥ୍ୟକେନ୍ଦ୍ର

ନିମାପଡ଼ା: ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତ । ସରକାର ରାଜ୍ୟବାସୀଙ୍କ ସୁସ୍ଥ ଜୀବନଜାପନ ପାଇଁ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ କୋଟି କୋଟି ଟଙ୍କା ବ୍ୟୟ କରି ଭିତ୍ତିଭୂମିର ବିକାଶ କରିବା ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି । କିନ୍ତୁ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାମ ହେଉଥିବାରୁ ଭିତ୍ତିଭୂମିର ବିକାଶ କାର୍ଯ୍ୟରେ ଅନିୟମିତତା ହେଉଛି । ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ । ଯେଉଁଠି ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନର ଦିନ କେଇଟା ନପୁରୁଣୁ ସାମାନ୍ୟ ମେଘ ପବନରେ ଵଃହି ବିଭାଗ ଛାତରୁ ସିଲିଂ ଖସିପଡ଼ିଥିବା ଦେଖିବାକୁ ମିଳିଛି । ଏହାର ତଦନ୍ତ କରି ପୁଣିଥରେ ଉନ୍ନତମାନର କାର୍ୟ୍ୟ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ରାଜ୍ୟରେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଥିବା ବେଳେ ରାଜ୍ୟ ସରକାର 5T ମାଧ୍ୟମରେ କାକଟପୁର ବ୍ଲକ ବାଙ୍ଗୁରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ପାଇଁ ଲକ୍ଷାଧିକ ଟଙ୍କାର ପୁଞ୍ଜିନିବେଶ କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ଆଧୁନିକରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭ ଉଦ୍‌ଘାଟନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ଗତ କାଳବୈଶାଖୀରେ ସାମାନ୍ୟ ମେଘ ପବନରେ ଵଃହି ବିଭାଗ ଛାତରୁ ସିଲିଂ ଖସିପଡ଼ିଛି, ଯାହା ସମ୍ପୂର୍ଣ୍ଣ ଦୁର୍ଭାଗ୍ୟଜନକ ଘଟଣା । ଯେଉଁ କାରଣ ପାଇଁ ସ୍ଥାନୀୟ ଲୋକ ନିମ୍ନମାନର କର୍ଯ୍ୟ କରାଯାଇଥିବା ଅଭିଯୋଗ ଆଣି ପ୍ରଶାସନକୁ ଦାୟୀ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାସ୍ତା କାମକୁ ପୂରିନି ଦୁଇ ଦିନ, ଚକଡା ଚକଡା ହୋଇ ଉଠି ଯାଉଛି ପିଚୁ

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯଦି ସରକାର ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଏତେ ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି ତାହେଲେ ଏ ଟଙ୍କା ଯାଉଛି କୁଆଡେ ? ଯଦି ସଠିକ୍ ତଦାରଖରେ କାର୍ଯ୍ୟ କରାଯାଇଥାନ୍ତା ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ସେପଟେ ଛାତ ନିର୍ମାଣ କରିଥିବା ମିସ୍ତ୍ରୀ କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟରେ ବ୍ୟବହାର ହୋଇଥିବା ରଡ୍‌, ସିମେଣ୍ଟ ଓ ଗୋଡ଼ି ପ୍ରଭୃତି ନକଲି ଜିନିଷ ଲାଗିଛି । ତେବେ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୁନର୍ବାର ଭଲ କାମ କରିବାକୁ ଦାବି କରିଛନ୍ତି ସାଧାରଣ ଲୋକ । ଏହାସହ ଏଭଳି ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିବା ସହ ଏହି ଘଟଣା ଉପରେ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ କିପରି ବିନିଯୋଗ ହୋଇଛି ତାହାକୁ ତଦନ୍ତ କରି ସର୍ବସାଧାରଣଙ୍କ ସାମ୍ନାକୁ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଜୋର ଧରିଛି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details