କେନ୍ଦ୍ରାପଡ଼ା: କୁନି ବୟସରେ ଲାଗିଛି ରେକର୍ଡର ନିଶା। ମାତ୍ର ଆଠ ବର୍ଷ ବୟସରେ ହାତେଇଛନ୍ତି ଅନ୍ତର୍ଜାତୀୟ ସ୍ତରରେ ସ୍ବର୍ଣ୍ଣ ପଦକ । କେନ୍ଦ୍ରାପଡା ପୌରପାଳିକାର ସୌକତ ଖାନଙ୍କର ପୁଅ ସାହାଦତ୍ତ ଖାନ । ସାହାଦତ୍ତଙ୍କ ବାପା ପେଶାରେ ଜଣେ ଆଥଲେଟିକ କୋଚ ହୋଇଥିବାରୁ, ମାତ୍ର ଚାରି ବର୍ଷ ବୟସରେ ତାଙ୍କ ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଥିଲା । ଯେଉଁ ବୟସରେ ପାଠ ପଢି ବିଭିନ୍ନ ଖେଳ ସାମଗ୍ରୀ ଦେଖି ତାହାକୁ ଅନୁସରଣ କରିବା କଥା ସେହି ବୟସରେ ହାସଲ କରିଛନ୍ତି ସ୍ବର୍ଣ୍ଣ ପଦକ।
ଛୋଟ ବୟସରୁ କଠିନ ପରିଶ୍ରମ
ପ୍ରତିଦିନ ସକାଳ 5ଟାରୁ ଅଭ୍ୟାସ ପାଇଁ ବାହାରି ଯାଆନ୍ତି ସାହାଦତ୍ତ । ବାପାଙ୍କ ପାଖରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ମିଶି ସେ ପ୍ରତିଦିନ ଦୌଡ଼ ଅଭ୍ୟାସ କରିଥାନ୍ତି । ଦିନକୁ ପାଞ୍ଚରୁ ଆଠ କିଲେମିଟର ଅତିକ୍ରମ କରି ଦୌଡ଼ ଆଭ୍ୟାସ କରିଥାନ୍ତି ସାହାଦତ୍ତ । ସେପଟେ ବାପାଙ୍କୁ ଗୁରୁ ରୂପରେ ପାଇଥିବାରୁ ଅତି କମ ବୟସରୁ ତାଲିମ ଆରମ୍ଭ ହେବ ସହ ତାଙ୍କୁ ସଫଳତା ମଧ୍ୟ ମିଳିପାରିଛି । ତାଙ୍କର ଏହି ପ୍ରଚେଷ୍ଟା ଏବଂ କଠିନ ପରିଶ୍ରମ ବଳରେ ସେ ଏତେ ଛୋଟ ବୟସରୁ ସଫଳତା ପାଇପାରିଛନ୍ତି । ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ ଦୌଡା ଇଭେଣ୍ଟରେ ଭାଗ ନେଇ ସାହାଦତ୍ତ ଛୋଟ ବୟସରୁ ବଡ଼ ସଫଳତା ପାଇ ପାରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ......ଅସ୍ମିତଙ୍କ ବହୁମୁଖୀ ପ୍ରତିଭା, ବଡ଼ ହୋଇ ଅଭିନେତା ହେବା ଲକ୍ଷ୍ୟ