ଓଡିଶା

odisha

ETV Bharat / state

ଅନୁଗୋଳରେ ଅସୁରିକ୍ଷିତ ବାଘ ! କଲରାପତରିଆର ଗଳିତ ମୃତଦେହ ଉଦ୍ଧାର - ଫାଶରେ ପଡ଼ି କଲରାପତରିଆ ମୃତ

Leopard body Found: ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍‌ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ । ଅଧିକ ପଢନ୍ତୁ

Leopard dead body Found
Leopard dead body Found

By ETV Bharat Odisha Team

Published : Feb 4, 2024, 2:03 PM IST

Updated : Feb 4, 2024, 3:59 PM IST

ଫାଶରେ ପଡ଼ି କଲରାପତରିଆ ମୃତ

ଅନୁଗୋଳ:ବାଘର ଗଳିତ ମୃତଦେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଦଣ୍ଡାତୋପା ବନାଞ୍ଚଳର ମିଣ୍ଡୋଳ ଗ୍ରାମର କାଜୁ ବଗିଚାରୁ କଲରାପତିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ୍ ଫାଶରେ ପଡି ବାଘର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଶ୍ଚର୍ଯ୍ୟର ବିଷୟ ହେଲା ଏ ସମ୍ପର୍କରେ ଧଣ୍ଡାତୋପା ବନବିଭାଗ ନିକଟରେ କୌଣସି ସୂଚନା ନାହିଁ । ଅଞ୍ଚଳବାସୀ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ଯାଇନାହାନ୍ତି ।

ତେବେ ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି । କେତେଜଣ ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଛନ୍ତି । ସେମାନେ ବସାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଏହି କଲରାପତରିଆ ବାଘର ମୃତ୍ୟୁ ହୋଇଛି । ମିଳିଥିବା ମୃତଦେହ ସମ୍ପର୍କରେ କୌଣସି ବନ ବିଭାଗର କର୍ମଚାରୀଙ୍କ ନିକଟରେ ଖବର ନଥିବା ବେଳେ ଗତକାଲି କିଛି ଗାଈ ଚରାଳି ଦୁର୍ଗନ୍ଧ ଜାଣିବା ପରେ ଖୋଜାଖୋଜି କରିବା ପରେ ମୃତଦେହ ପାଇଥିଲା । ଏନେଇ ସେମାନେ ବନ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ଜଣା ପଡିଥିଲା ।

ଏହା ମଧ୍ୟ ପଢନ୍ତୁ - ଭଟଲି ଜଙ୍ଗଲରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ଘରୁ ପଦାକୁ ବାହାରୁ ନାହାନ୍ତି ଲୋକେ

ଏହା ମଧ୍ୟ ପଢନ୍ତୁ - କାଜିରଙ୍ଗାରେ ବୁଲୁଛି ସୁନା ବାଘ, ଭିଡିଓ ସେୟାର କଲେ ମୁଖ୍ୟମନ୍ତ୍ରୀ

ପ୍ରକାଶ ଥାଉକି, କିଶୋରନଗର ବ୍ଲକ ବାମୁର ରେଞ୍ଜ ଅନ୍ତର୍ଗତ ଫୁଲଝର ଜଙ୍ଗଲରୁ ୨୦୨୨ ଅକ୍ଟୋବର ୬ରେ ଏକ କଲରାପତରିଆ ବାଘକୁ ଶିକାରୀମାନେ ମାରି ଚମଡ଼ା ଚାଲାଣ କରୁଥିଲେ । ସେହି ସମୟରେ ବନବିଭାଗ ଚମଡା ଜବତ କରି ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୨୧ ଡିସେମ୍ବର ୧୮ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମହିଳାର ଏକ ବିଲରେ ଫାଶରେ ପଡି ଏକ କଲରାପରତିଆ ବାଘର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ବନ ବିଭାଗ କାହାକୁ ଗିରଫ କରିପାରି ନ ଥିଲା । ତେବେ ଆଠମଲ୍ଲିକ ଉପଖଣ୍ଡରେ ଏଭଳି ବାରମ୍ବାର ଶିକାରୀ ହାତରେ କଲରାପତରିଆର ମୃତ୍ୟୁ ହେଉଥିବାରୁ ପରିବେଶବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି । କେତେକ ଅସାଧୁ ବନ କର୍ମଚାରୀ ଶିକାରୀଙ୍କ ସହ ମିଶି ଏଭଳି ବାଘ ଶିକାରରେ ମାତିଥିବା ସାଧାରଣରେ ଅଭିଯୋଗ ହେଉଛି। ବାଘର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 4, 2024, 3:59 PM IST

ABOUT THE AUTHOR

...view details