ଓଡିଶା

odisha

ETV Bharat / state

ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ପାରମ୍ପରିକ ବାଜାରେ କମ୍ପୁଛି ଢେଙ୍କାନାଳ

ଢେଙ୍କାନାଳରେ ଆଜି ମା' ଲକ୍ଷ୍ମୀଙ୍କ ଭସାଣ ଉତ୍ସବ । ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା'ଙ୍କୁ ବିଦାୟ ଦିଆଯିବ ।

LAXMI PUJA
LAXMI PUJA (ETV BHARAT ODISHA)

By ETV Bharat Odisha Team

Published : 5 hours ago

Updated : 3 hours ago

ଢେଙ୍କାନାଳ:ଢେଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 11 ଦିନ ଧରି ଜାକଜକମରେ ପୂଜା ଚାଲିବା ପରେ ଆଜି ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ସହରରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଭସାଣ ଉତ୍ସବ । ମିଳିତ ଲକ୍ଷ୍ମୀପୂଜା ଭସାଣରେ ସାମିଲ ହେଉଛି ବିଭିନ୍ନ ମଣ୍ଡପର ମେଢ । ଗତ ରାତ୍ରିରେ ପୂଜା ମଣ୍ଡପ ମାନଙ୍କରେ ମା' ଙ୍କର ଅନ୍ତିମ ପୂଜା ଅର୍ଥାତ ବିସର୍ଜନ ପୂଜା ସରିଥିଲା । ମା' ଙ୍କୁ ବିଦାୟ ପାଇଁ ପୂଜା ପ୍ରତିଷ୍ଠାନ ମାନେ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ।

ବିନା ଡିଜେରେ ଭସାଣ:

ଲକ୍ଷ୍ମୀପୂଜା ଭସାଣରେ ଡିଜେକୁ ବାରଣ କରାଯାଇଛି । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରରେ ମା'ଙ୍କୁ ବିଦାୟ ଦିଆଯିବ । ଏନେଇ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଥିଲା । ଭସାଣରେ ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଚଳିତ ବର୍ଷ ମୋଟ 38 ମଣ୍ଡପରେ ମା'ଙ୍କୁ ଆବାହନ କରାଇଯାଇଥିଲା । ମିଳିତ ଭସାଣ ଶୋଭାଯାତ୍ରାରେ 20ଟି ମେଢ଼ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଏମିତି ହେବ ଭସାଣ ଉତ୍ସବ:

LAXMI PUJA (ETV BHARAT ODISHA)

ପରମ୍ପରା ମୁତାବକ ପ୍ରଥମ ପୂଜା ପ୍ରତିଷ୍ଠାନ ମିନା ବଜାର ପୂଜା ମଣ୍ଡପ ଠାରେ ଭସାଣ ଉତ୍ସବର ଉଦଘାଟନ ପରେ ସମସ୍ତ ମେଢ ନିଜ ନିଜ ଆସ୍ଥାନ ଛାଡି ରାଜା ନଅର ଠାରେ ମେଳଣକୁ ଯିବେ । ପରେ ନିଜ ନିଜର କ୍ରମିକ ନମ୍ବର ମୁତାବକ କୋର୍ଟ ଛକ, ବସଷ୍ଟାଣ୍ଡ ଓ ପିଡ଼ବ୍ଲ୍ୟୁଡି ଅଫିସ ଦେଇ ପୁଣି ସହରର ମୁଖ୍ୟ ରାସ୍ତାରେ ମିଳିତ ଭସାଣ ଶୋଭାଯାତ୍ରାରେ ୨୦ଟି ମେଢ଼ ସାମିଲ ହୋଇ କାଠ ଶଙ୍ଖ ଅଭିମୁଖେ ଯିବେ । ଅନ୍ୟମେଢ଼ ଗୁଡିକ ନିଜ ନିଜ ରୁଟ ଦେଇ ପୂର୍ବ ନିର୍ଦ୍ଧାରିତ କୁଞ୍ଜକାନ୍ତ, ଜେଲ ପୋଖରୀ, ନୂଆ ପୋଖରୀ ଓ ବାଉଁଶ ପୋଖରୀରେ ମା'ଙ୍କୁ ବିସର୍ଜନ ଦେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ରାତି ୧୦ଟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ସମୟ ନିର୍ଘଣ୍ଟ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଧରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ, ବିନା ଡିଜେରେ ହେବ ଭସାଣ ଉତ୍ସବ

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା କ୍ରେଜ ବଢ଼ାଉଛି ଚାନ୍ଦି ମେଢ଼; କ୍ୱିଣ୍ଟାଲ କ୍ୱିଣ୍ଟାଲ ରୂପା ଅଳଙ୍କାରରେ ଝଲସୁଛନ୍ତି ମା'

ସୁରକ୍ଷା ବ୍ୟବସ୍ଥା କଡାକଡି:

LAXMI PUJA (ETV BHARAT ODISHA)

ମିଳିତ ଭସାଣ ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ 23ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମେଢ଼ ଗୁଡିକ କିପରି ସମୟ ନିର୍ଘଣ୍ଟ ମୁତାବକ ନିଜ ନିଜ ନିଜ ଆସ୍ଥାନ ଛାଡିବେ ସେଥିପାଇଁ ପ୍ରଶାସନ ଓ ପୋଲିସ ଅଧିକାରୀ ମାନେ ତଦାରଖ କରୁଛନ୍ତି । ଚଳିତ ବର୍ଷ ଶୋଭାଯାତ୍ରାରେ ଡିଜେ ବାଜା ଉପରେ କଟକଣା ଜାରି କରିଛି ପ୍ରଶାସନ ।

LAXMI PUJA (ETV BHARAT ODISHA)

ପାରମ୍ପିରକ ବାଜାରେ କମ୍ପିବ ଢେଙ୍କାନାଳ :

LAXMI PUJA (ETV BHARAT ODISHA)

ତେବେ ଚଳିତ ବର୍ଷ ବାତ୍ୟା ଦାନା ଆଗମନ ନେଇ ଲୋକ ମାନଙ୍କ ଆନନ୍ଦ ଉଲ୍ଲାସର ଫିକା ପଡିଯାଇଥିଲା । ଫଳରେ ମା'ଙ୍କ ଏହି ଭସାଣ ଉତ୍ସବକୁ ବେଶ ଧୁମ ଧାମରେ ପାଳିବା ପାଇଁ ପୂଜା ପ୍ରତିଷ୍ଠାନ ମାନେ ବିଭିନ୍ନ ପାରମ୍ପରିକ ଆକର୍ଷଣୀୟ ବାଜା,ବ୍ୟାଣ୍ଡ ପାର୍ଟି ଆଦି ସାମିଲ କରିଥିବା ଜଣାପଡ଼ିଛି । ବିଭିନ୍ନ ପାରମ୍ପରିକ ଓ ଅତ୍ୟାଧୁନିକ ବାଜା, ବାଜଣା ସାଙ୍ଗକୁ ନାଚ ଗୀତରେ ମିଳିତ ଭସାଣ ଶୋଭାଯାତ୍ରାରେ ମା' ଙ୍କୁ ବିଦ୍ୟାୟ ଦେବେ ଢେଙ୍କାନାଳ ବାସୀ ।

LAXMI PUJA (ETV BHARAT ODISHA)

ଇଟିଭି ଭାରତ, ଢେଙ୍କାନାଳ

Last Updated : 3 hours ago

ABOUT THE AUTHOR

...view details