ଓଡିଶା

odisha

ETV Bharat / state

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ମନ୍ତ୍ରୀ କହିଲେ ନିୟନ୍ତ୍ରଣ ବ୍ୟବସ୍ଥା ହେଉଛି - CROWD CONTROL IN PURI

ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ । ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଆଇନମନ୍ତ୍ରୀଙ୍କ ସୂଚନା ।

Crowd Control In Jagannath Temple
Crowd Control In Jagannath Temple (ETV Bharat Odisha)

By ETV Bharat Odisha Team

Published : Nov 13, 2024, 6:37 PM IST

ଭୁବନେଶ୍ବର:ପଞ୍ଚୁକ ଉପଲକ୍ଷେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ପଞ୍ଚୁକରେ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁଁ ଭିଡ ନିୟନ୍ତ୍ରଣ ବାହାରକୁ ପଳାଉଛି । କିପରି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

'ଭିଡ଼ ନିୟନ୍ତ୍ରଣ ପାଇଁ ସଜାଗ ଅଛୁ'

Crowd Control In Jagannath Temple (ETV Bharat Odisha)

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଭିଡ଼କୁ କଣ୍ଟ୍ରୋଲରେ ରଖିବା ପାଇଁ ପୋଲିସକୁ କାମ କରିବାକୁ ପଡିବ । ଆସନ୍ତା 15 ତାରିଖ ଯାଏଁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପ୍ରଶାସନ ସଜାଗ ଅଛି । ନୀତିକାନ୍ତିଠୁ ଆରମ୍ଭ କରି ସବୁ କିଛି ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରୁଛୁ । ଧାଡି ଲମ୍ବା ହେଉଛି ସତ, କିନ୍ତୁ ଅଘଟଣ ଯେମିତି କିଛି ନ ହେଉ ସେଥିପାଇଁ ସଜାଗ ଅଛୁ ।"

ଏହା ବି ପଢନ୍ତୁ...ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, 'ବାଙ୍କଚୂଡ଼ ବେଶ'ରେ ଦର୍ଶନ ଦେଉଛନ୍ତି ମହାବାହୁ

ଏହା ବି ପଢନ୍ତୁ...ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା

ଏହା ବି ପଢନ୍ତୁ...କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି

15 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧ୍ୟାନ:

ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, "ପଞ୍ଚୁକରେ ସବୁବର୍ଷ ଶ୍ରୀମନ୍ଦିରରେ ଭିଡ଼ ହୁଏ । ଏଥିରେ ନୂଆ କଥା କିଛି ନାହିଁ । ସାଧାରଣ ଦିନ ଅପେକ୍ଷା ପଞ୍ଚୁକରେ ଭକ୍ତଙ୍କ ସଂଖ୍ୟା 7ରୁ 8 ଗୁଣା ବୃଦ୍ଧି ହୁଏ । ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଯଥା ସମ୍ଭବ ଚେଷ୍ଟା ହେଉଛି । କିନ୍ତୁ ସଂଖ୍ୟା ଦୃଷ୍ଟିରୁ ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ସଚେତନ ଅଛି । ସବୁ କିଛି ବ୍ୟବସ୍ଥିତ କରିବା ଲାଗି ଆମେ ଚେଷ୍ଟା କରୁଛୁ । ନୀତିକାନ୍ତି, ଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯେମିତି ନିୟନ୍ତ୍ରଣ ଲାଗି ବ୍ୟବସ୍ଥା କରାଯିବ । ଆସନ୍ତା ଦୁଇରୁ ତିନି ଦିନର କଥା । 15 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କୌଣସି ପ୍ରକାର ଅସୁବିଧା ନହେବ ବୋଲି ଆମର ଆଶା । ଧାଡି ନିଶ୍ଚୟ ଭାବେ ଲମ୍ବା ହେଉଛି । ଯେପରି ଅନ୍ୟାନ୍ୟ କୌଣସି ଅଘଟଣ ନଘଟିବ , ସେଥିପାଇଁ ଆମେ ସଜାଗ ଓ ସଚେତନ ରହିଛୁ । ଭିଡ଼ ନିୟନ୍ତ୍ରଣ ଲାଗି କାହାକୁ କଷ୍ଟ ନହେଲା ଭଳି ବ୍ୟବସ୍ଥା କରୁଛୁ ।"

ଏହା ବି ପଢନ୍ତୁ...ପଞ୍ଚୁକ ବ୍ରତ ପାଇଁ ଚଳଚଞ୍ଚଳ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details