ଓଡିଶା

odisha

ETV Bharat / state

ଲାଖ ଦେଇଛି ରୋଜଗାର, ମହିଳାଙ୍କ ହାତରେ ଜୀବନ୍ତ ହେଉଛି ଚୁଡ଼ି - LAKH BANGLES

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଲାଖ ଚୁଡି । ଓଡ଼ିଶା ବାହାରେ ବି ରହିଛି ବେଶ ଚାହିଦା ।

Lakh bangles
Lakh bangles (ETV Bharat Odisha)

By ETV Bharat Odisha Team

Published : Jan 15, 2025, 10:36 PM IST

ବାଲେଶ୍ୱର:ରଙ୍ଗ ବେରଙ୍ଗର ଭଳିକି ଭଳି ଲାଖ ଚୁ଼ଡି । ଯାହାକୁ ଦେଖିଲେ କିଣିବା ପାଇଁ ମନ ହେବ । ଏହି ପୁରାତନ କାଳର ଏହି ଚୁଡି ଏବେବି ସମସ୍ତଙ୍କ ବେଶ ପସନ୍ଦ । ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳର ଅନେକ ମହିଳାଙ୍କୁ ରୋଜଗାର ଯୋଗାଇଛି ଏହି ଲାଖ ଚୁଡି ।

  • ଲାଖ ଚୁଡିର ଚାହିଦା

ଆଜିର ଅତ୍ୟାଧୁନିକ ଯୁଗରେ ବି ଅନେକ କିଛି ଏମିତି ଜିନିଷର ଚାହିଦା ରହିଛି ଯାହା ରୋଜଗାର ଦେବା ସହ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପୁରାତନ କାଳରେ ବ୍ୟବହାର ହେଉଥିବା ଅନେକ ଜିନିଷ ଏବେ ହଜିହଜି ଆସୁଥିବା ବେଳେ କିଛି ମହିଳାଙ୍କ ପ୍ରଚେଷ୍ଠା ଯୋଗୁଁ ସେସବୁ ପୁରୁଣା ଜିନିଷ ପୁଣି ଆଦୃତ ଲାଭ କରିଛି । ସେମିତି ଏକ ଜିନିଷ ହେଉଛି ଲାଖରେ ତିଆରି ଚୁଡ଼ି ଓ ସାମଗ୍ରୀ । ଏହାକୁ ତିଆରି କରିବା ଯେତିକି କଷ୍ଟକର, ଏହା ସେତିକି ଲୋକାଦୃତ ମଧ୍ୟ । ଯେଉଁଥିପାଇଁ ଏହାକୁ ତିଆରି କରୁଥିବା କାରିଗରମାନେ ବେଶ୍ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ।

Lakh bangles (ETV Bharat Odisha)

ଜଣେ କି ଦୁଇଜଣ ନୁହେଁ ବରଂ ଏକାଧିକ ମହିଳା ଲାଖରେ ଚୁଡ଼ି ତିଆରି କରି ହୋଇ ପାରିଛନ୍ତି ରୋଜଗାରକ୍ଷମ । ବାଲେଶ୍ୱର ଜିଲ୍ଲା ନୀଳଗିରି ତରତରି ଅଞ୍ଚଳର ଅନେକ ମହିଳା ଏବେ ଲାଖରେ ତିଆରି ଚୁଡ଼ି ବାହାର ରାଜ୍ୟକୁ ପଠାଇବା ସହ ଅନଲାଇନ ଜରିଆରେ ମଧ୍ୟ ବ୍ୟବସାୟ କରି ଭଲ ପଇସା ରୋଜଗାର କରିପାରୁଛନ୍ତି । ଲାଖରେ ତିଆରି ଚୁଡ଼ି ସମେତ ଅନ୍ୟାନ୍ୟ ଜିନିଷର ସମ୍ଭାର ନେଇ ମହିଳାମାନେ ବାଲେଶ୍ୱର ପଲିଶ୍ରୀ ମେଳାରେ ପସରା ମେଲାଇଛନ୍ତି ।

Lakh bangles (ETV Bharat Odisha)
  • ରୋଜଗାର ଦେଇଛି ଲାଖ ଚୁଡି

ଲାଖ କାରିଗର ସୋହାଲି ମୁର୍ମୁ କହିଛନ୍ତି," ଲାଖ ଚାଷ କରାଯାଉଛି, ସେଥିରୁ ଆମେ ସଂଗ୍ରହ କରି ଲାଖ ଚୁଡ଼ି ତିଆରି କରୁଛୁ । ଆମର 30 ଜଣ ମହିଳା ଅଛନ୍ତି, ଆମେସବୁ ମିଶିକି ଲାଖ ଚୁଡ଼ି ତିଆରି କରୁଛୁ । ଏମିତି ମେଳାରେ ଯେଉଁଠି ଷ୍ଟଲ ପଡ଼େ ଆମେ ନେଇକି ଯାଉ । ଆମେ ଆଟିଡିଏରୁ ତାଲିମ ନେଇ ଲାଖ ଚୁଡ଼ି ତିଆରି କରିବା ଶିଖିଛୁ । ଆମେ 30 ଜଣ ଚୁଡ଼ି ତିଆରି କରୁଛୁ । ଲାଖ ଉପରେ ପଥର ଲଗାଯାଇ ଡିଜାଇନ କରାଯାଉଛି । ପାଖାପାଖି 20ରୁ 30 ପ୍ରକାର ଡିଜାଇନର ଚୁଡ଼ି ତିଆରି କରୁଛୁ । ଚୁଡି ବ୍ୟତୀତ ପେନଷ୍ଟାଣ୍ଡ, ପେପର ୱେଟ, ଗହଣା ସେଟ୍‌ ସବୁ ତିଆରି କରୁଛୁ । ଆମେ ଯେମିତି ଅର୍ଡର ପାଉଛୁ ସେମିତି ବି ତିଆରି କରିଦେଉଛୁ ।

Lakh bangles (ETV Bharat Odisha)
Lakh bangles (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ଆରମ୍ଭ ହେଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଝଲସୁଛି ମହିଳାଙ୍କ ହାତତିଆରି ସାମଗ୍ରୀ

ବଲାଙ୍ଗୀରରେ ପ୍ରସିଦ୍ଧ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ, ଲକ୍ଷ୍ୟ ଭେଦ କଲେ କନକ ବର୍ଦ୍ଧନ ସିଂହଦେଓ

ପୁରୁଣା ବାକ୍ସରୁ ଏବେ ବି ଶୁଭୁଛି ଲାଖଚୁଡିର ରୁଣୁଝୁଣୁ ଶବ୍ଦ

ଓଡ଼ିଶା ବାହାରେ ବି ରହିଛି ଲାଖ ଚୁଡିର ଚାହିଦା

ସେ ଆଉମଧ୍ୟ କହିଛନ୍ତି," ଓଡିଶା ବାହାରକୁ ବି ଆମେ ଚୁଡ଼ି ପଠାଉଛୁ । ଅନଲାଇନରେ ବି ଆମେ ଆମ ଜିନିଷ ବିକ୍ରି କରୁଛୁ । ଆମେ ମାସକୁ 5ରୁ 7 ହଜାର ଟଙ୍କା ରୋଜଗାର କରି ପାରୁଛୁ । ଘରେ ବସିକି ଆମେ କାମ କରି ପାରୁଛୁ, ସେଇଥିରେ ଆମେ ଘର ଚଳେଇ ପାରୁଛୁ, ପିଲା ପାଠ ବି ପଢୁଛନ୍ତି ।"

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details