ଓଡିଶା

odisha

ETV Bharat / state

ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା

Labour Protest:ବଣାଇ ତୁମକେଲା ଭାସ୍କର ସ୍ପଞ୍ଜ କାରଖାନାରେ ଦେଖାଦେଇଛି ଶ୍ରମିକ ଆନ୍ଦୋଳନ । ଶ୍ରମିକଙ୍କୁ ବେଆଇନ ଛଟେଇ କରାଯାଇଥିବା ଅଭିଯୋଗ । ପୁନଃନିଯୁକ୍ତି ଦାବିରେ ଶ୍ରମିକଙ୍କ ପ୍ରତିବାଦ । ଅଧିକ ପଢନ୍ତୁ

ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା
ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା

By ETV Bharat Odisha Team

Published : Feb 19, 2024, 6:11 PM IST

ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ, ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ଧାରଣା

ରାଉରକେଲା: ଆନ୍ଦୋଳନକୁ ଓହ୍ଲାଇଲେ ଠିକା ଶ୍ରମିକ । ବିନା କାରଣରେ ଶ୍ରମିକଙ୍କୁ ପ୍ଲାଣ୍ଟରୁ ଛଟେଇ ଅଭିଯୋଗ । ପ୍ଲାଣ୍ଟ ଗେଟ୍ ଆଗରେ ଶହ ଶହ ଶ୍ରମିକଙ୍କ ଧାରଣା । ପୁନଃ ନିଯୁକ୍ତି ପ୍ରଦାନ ନ କଲା ଯାଏଁ ପ୍ରତିବାଦ ଜାରି ରହି ବୋଲି ଦେଲେ ଚେତାବନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବଣାଇର ଅଞ୍ଚଳର ଏକ ଘରୋଇ ସ୍ପଞ୍ଜ କାରଖାନାରେ ।

ବଣାଇ ଉପଖଣ୍ଡ ତୁମକେଲା ନିକଟରେ ଥିବା ଭାସ୍କର ସ୍ପଞ୍ଜ କାରଖାନାରେ ଶ୍ରମିକ ଆନ୍ଦୋଳନ ଦେଖାଦେଇଛି । ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କୁ ବେଆଇନ ଭାବରେ ଛଟେଇ କରାଯାଇଥିବା ଯୋଗୁଁ ଶ୍ରମିକଙ୍କ ପ୍ରତିବାଦ ଦେଖିବାରୁ ମିଳିଛି । ଏହାକୁ ବିରୋଧ କରି ଭାସ୍କର ସ୍ପଞ୍ଜ କାରଖାନାରେ ଆଗରେ ଶ୍ରମିକଙ୍କ ହୋହାଲ୍ଲା । ସେହପରି ଆନ୍ଦୋଳନକାରୀମାନେ ଏହି କାରଖାନାରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ହେଲେ ହଠାତ୍ ପ୍ଲାଣ୍ଟ କର୍ତ୍ତୃପକ୍ଷ କିଛି ଶ୍ରକିକ ସହ କର୍ମଚାରୀଙ୍କୁ ବିନା ନୋଟିସରେ ବେଆଇନ ଭାବରେ ଛଟେଇ କରିଦେଇଛି । ଏହି ଛଟେଇ ସମ୍ପର୍କରେ ଶ୍ରମିକମାନେ ଜାଣିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ....ରାଜରାସ୍ତାରେ ରାଜସ୍ବ ନିରୀକ୍ଷକ, ଅବହେଳା ଅଭିଯୋଗ ଆଣି ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ

ଶ୍ରମିକଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ଧରି ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଗତକାଲି ହଠାତ ଶ୍ରମିକମାନେ ପ୍ଲାଣ୍ଟରେ ପହଞ୍ଚିବା ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ କିଛି କର୍ମଚାରୀଙ୍କୁ ଛଟେଇ କରିଥିବା ସୂଚନା ଦେଇଥିଲେ । ହେଲେ କାହିଁକି କୌଣସି ସୂଚନା ନଦେଇ ପ୍ଲାଣ୍ଟ କର୍ତ୍ତୃପକ୍ଷ ହଠାତ ଛଟେଇ କରିଲେ ବୋଲି ପ୍ରଶ୍ନ କରିଛନ୍ତି ଥିଲେ । ଏହାସହ ଠିକ ସମୟରେ ତାଙ୍କର ପାରିଶ୍ରମିକ ମଧ୍ୟ ପାଉ ନଥିବା ଏବଂ ସରକାରଙ୍କ ନିୟମ ଅନୁସାରେ ୩୫୨ ଟଙ୍କା ବଦଳରେ ୩୨୬ ଟଙ୍କା ଶ୍ରମିକମାନଙ୍କୁ ପ୍ରଦାନ କରାଯିବା ସହ କାରଖାନା କର୍ତ୍ତୃପକ୍ଷ ପିଏଏଫ କାଟୁଥିଲେ ମଧ୍ୟ କୌଣସି ରସିଦ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ରାତି ପାହିଲେ ମାଟ୍ରିକ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କିଭଳି ହେବ ପରୀକ୍ଷା ପରିଚାଳନା ?

ସେପଟ ଛଟେଇ ହୋଇଥିବା ଶ୍ରମିକମାନେ ଏକଜୁଟ ହୋଇ କରାଖନା ଗେଟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଯଥା ସମ୍ଭବ ସମସ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉ, ନଚେତ ଆଗାମୀ ଦିନରେ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଠପ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details