ଓଡିଶା

odisha

By ETV Bharat Odisha Team

Published : Jun 19, 2024, 7:41 AM IST

ETV Bharat / state

ପୂର୍ତ୍ତ ବିଭାଗରେ ଚାକିରି ସୁଯୋଗ ! ଖାଲି ପଡିଥିବା ପଦ ପୂରଣ ନେଇ ମନ୍ତ୍ରୀଙ୍କ ସମୀକ୍ଷା - WORKS MINISTER REVIEW MEETING

Works Minister Prithviraj Harichandan review meeting: ଖୁବଶୀଘ୍ର ପୂର୍ତ୍ତ ବିଭାଗରେ ବାହାରିବାକୁ ଯାଉଛି ଚାକିରି ନିଯୁକ୍ତି ! ଖାଲି ପଡିଥିବା ପଦଗୁଡିକର ପୂରଣ ପାଇଁ ସମୀକ୍ଷା ବୈଠକରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Prithviraj Harichandan review meeting
Prithviraj Harichandan review meeting (ETV Bharat Odisha)

ଭୁବନେଶ୍ୱର:ନବ ନିଯୁକ୍ତ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ତ୍ତ ବିଭାଗ ଏବଂ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡର କାର୍ଯ୍ୟ ସମୀକ୍ଷା କରିଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ । ବିଭାଗର କାର୍ଯ୍ୟ ଓ ବିଗତ ୫ ବର୍ଷରେ କାର୍ଯ୍ୟ ସଫଳତା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉପସ୍ଥାପନ କରିଛନ୍ତି । ମନ୍ତ୍ରୀ ବିଭାଗ ଦ୍ୱାରା ପ୍ରସ୍ତାବିତ ଆଗାମୀ ଦିନରେ କାର୍ଯ୍ୟ ଯୋଜନା, ନିର୍ମାଣାଧିନ ପ୍ରମୁଖ ରାସ୍ତା କାମ, ବିଭିନ୍ନ ସେତୁ ନିର୍ମାଣ କାର୍ଯ୍ୟ, କୋଠା ନିର୍ମାଣ କାର୍ଯ୍ୟ ଓ ପ୍ରକଳ୍ପ ଆଦିର ଅଗ୍ରଗତି ସଂପର୍କରେ ଅବଗତ ହୋଇଛନ୍ତି ।

Prithviraj Harichandan review meeting (ETV Bharat Odisha)

ଏହି ବୈଠକରେ ଅଧିକାରୀଙ୍କ ସହ ଆଲୋଟନା କରିବା ସହ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାରେ ଯେଉଁ ସବୁ ସମସ୍ୟା ରହୁଛି ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ମନ୍ତ୍ରୀ ବୁଝିଛନ୍ତି । ଏହା ସହିତ ସମସ୍ୟାର ସମାଧାନ କରି କିପରି କାର୍ଯ୍ୟ ଆଗକୁ ତ୍ୱରାନ୍ୱିତ ହୋଇପାରିବ ସେ ସଂପର୍କରେ ମନ୍ତ୍ରୀ ବିଭାଗୀୟ ପ୍ରମୁଖ ଶାସନ ସଚିବ, ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ମନ୍ତ୍ରୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଏବେ ଆଉ ବାହାର ଲୋକ ନୁହଁ ଲୋକାଲ ଲୋକଙ୍କୁ ମିଳିବ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ - Minister Rabi Narayan Naik

ଏନେଇ ମନ୍ତ୍ରୀ କହିଛନ୍ତି, "ଆଗାମୀ ଦିନରେ ବିକଶିତ ଓଡିଶା ଗଠନର ସ୍ୱପ୍ନ ରହିଛି । ତାହାକୁ ପୂରଣ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇ କାର୍ଯ୍ୟାନ୍ୱୟନ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ।"

Prithviraj Harichandan review meeting (ETV Bharat Odisha)

ବୈଠକରେ ବିଭାଗରେ ଖାଲିଥିବା ପଦବୀ ପୂରଣ ସଂପର୍କରେ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ବିଭାଗରେ କ୍ୱାଲିଟି କଣ୍ଟ୍ରୋଲ ଲ୍ୟାବ ସ୍ଥାପନ, ମାନବ ସଂବଳ କ୍ଷମତା ବୃଦ୍ଧି ପାଇଁ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ପ୍ରଶିକ୍ଷଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି, "ଅଧୂନା ବୈଷୟିକ ଜ୍ଞାନ କୌଶଳର ଦ୍ରୁତ ପରିବର୍ତ୍ତନ ଘଟୁଛି । ତାହାକୁ ଆପଣେଇବାକୁ ପଡିବ । ଆମେ ଆମର କାର୍ଯ୍ୟଧାରାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ମଧ୍ୟ ରହିଛି । ବିଭାଗର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ।" ବୈଠକରେ ଓବିସିସି ଦ୍ୱାରା ପ୍ରମୁଖ କାର୍ଯ୍ୟ, ସେତୁ, ଐତିହ୍ୟ ପ୍ରକଳ୍ପ, ବିଗତ ବର୍ଷ ସମେତ ଗତ ୩ ବର୍ଷରେ ପ୍ରମୁଖ ସଫଳତା ଆଦି ସଂପର୍କରେ ଆଲୋକପାତ କରାଯାଇଛି । ବୈଠକରେ ବିଭାଗୀୟ ଅତିରିକ୍ତ ସଚିବ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details