ଓଡିଶା

odisha

କୃଷିରେ ମେକ ଇନ ଓଡ଼ିଶା ! ୨୬ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା - krishi mela

କୃଷି କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ପ୍ରୋତ୍ସାହନ । କୃଷି ଯନ୍ତ୍ରପାତି ଉତ୍ପାଦନକାରୀଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ । ୨୬ ଜିଲ୍ଲାରେ ଆୟୋଜିତ ହେବ କୃଷି ଯନ୍ତ୍ରପାତି ମେଳା ।

By ETV Bharat Odisha Team

Published : 5 hours ago

Published : 5 hours ago

Agricultural Machinery Sales Service
Agricultural Machinery Sales Service (ETV Bharat Odisha)

ଭୁବନେଶ୍ବର:କୃଷି ଯନ୍ତ୍ରପାତି ମେଳା ପୂର୍ବରୁ ହୋଇଛି ବୈଠକ । ରାଜ୍ୟସାରା ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳା ପାଇଁ କୃଷି ଭବନରେ ଉତ୍ପାଦକଙ୍କୁ ନେଇ ହୋଇଛି ବୈଠକ । ୨୬ଟି ଜିଲ୍ଲାରେ ହେବ କୃଷି ଯନ୍ତ୍ରପାତି ମେଳା । କୃଷି ଯନ୍ତ୍ରପାତି ଉତ୍ପାଦକମାନଙ୍କୁ ନେଇ ବୈଠକ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

କୃଷି ଯନ୍ତ୍ରପାତି ମେଳା:

ଗତକାଲି (ଗୁରୁବାର) ରାଜ୍ୟ କୃଷି ଭବନ ଅଡିଟୋରିୟମଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ମାନୁଫାକଚରର କମ୍ପାନୀ ଅଧିକାରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରେମଚାନ୍ଦ ଚୌଧୁରୀ ଓ କୃଷି ବିଭାଗର ସଚିବ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ । ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, " 26ଟି ଜିଲ୍ଲାରେ ହେବ କୃଷି ଯନ୍ତ୍ରପାତି ମେଳା । କେନ୍ଦୁଝର, ବଲାଙ୍ଗୀର, ଜୟପୁର ଓ ବ୍ରହ୍ମପୁରରେ ଆଞ୍ଚଳିକ ମେଳା ଆୟୋଜନ କରାଯିବ । ଚାଷରେ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କୃଷି କ୍ଷେତ୍ର ପାଇଁ ଶ୍ରମିକ ନମିଳିବା ଏକ ବଡ଼ ସମସ୍ୟା । ତେଣୁ ଚାଷୀ ମାନେ ଯନ୍ତ୍ରପାତି ବ୍ୟବହାର ପାଇଁ ଆଗ୍ରହୀ ହେଉଛନ୍ତି ।"

Agricultural Machinery Sales Service (ETV Bharat Odisha)

ଏହା ବି ପଢନ୍ତୁ...ସୋହେଲାରୁ ରବି-ଖରିଫ ଧାନ କିଣା, କ୍ବିଣ୍ଟାଲ ୩୧୦୦, MSP ଉପରେ ବୋନସ - Paddy Procurement

ଏହା ମଧ୍ୟ ପଢନ୍ତୁ-ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତେଜିଲା ଚାଷୀ ଆନ୍ଦୋଳନ, ୧୨ ଘଣ୍ଟିଆ ବନ୍ଦ ସଫଳ

ଏହା ମଧ୍ୟ ପଢନ୍ତୁ-ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL

ଏହା ମଧ୍ୟ ପଢନ୍ତୁ-ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

ମେକ ଇନ ଓଡ଼ିଶା ପ୍ରସ୍ତାବ:

Agricultural Machinery Sales Service (ETV Bharat Odisha)

କୃଷି ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥାମାନଙ୍କୁ ମେକ ଇନ୍ ଓଡ଼ିଶା କରିବା ପାଇଁ ଅନୁରୋଧ କଲେ କୃଷି ମନ୍ତ୍ରୀ । କାରଣ ଯେଉଁ ଯନ୍ତ୍ରପାତି ଚାଷୀଙ୍କୁ ଯୋଗାଇ ଦିଆଯାଏ, ତାହାର ପାର୍ଟସ ମିଳେନାହିଁ ଓ ମେସିନ ଅଚଳ ହୋଇ ପଡ଼ିରହେ । ଏହାସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲିଜରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଲେ କୃଷିମନ୍ତ୍ରୀ । ସେ କହିଛନ୍ତି 'କିପରି କୃଷକମାନଙ୍କୁ ଟ୍ରେନିଂ ଦିଆଯିବ । ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ ବିଜେପି ସରକାର । ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତିରେ ସରକାର କାମ କରୁଛନ୍ତି । ଦୁର୍ନୀତି କଲେ କାହାକୁ ଛଡ଼ା ଯିବ ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । '

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details