ଓଡିଶା

odisha

ETV Bharat / state

ଜିତିବା ପରେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଛାଡ଼ିବେନି ବୋଲି ଶ୍ବେତପତ୍ର ଜାରି କରନ୍ତୁ: କୋଶଳ ସଂଗଠନ - Koshal Organization Demand - KOSHAL ORGANIZATION DEMAND

Koshal Organization Demand: ବଲାଙ୍ଗୀର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହେବାପରେ ଜୋର ଧରିଛି ରାଜନୀତି । ଆଜି ପୁଣି କୋଶଳ ସଂଗଠନ ଏଥିରେ ଆଗକୁ ଆସି କଣ୍ଟାବାଞ୍ଜିର ବିକାଶ ଓ ମୁଖ୍ୟମନ୍ତ୍ରୀ ଜିତିଲା ପରେ ଆସନ ଛାଡିବେନି ବୋଲି ଏକ ଶ୍ବେତପତ୍ର ଜାରି କରନ୍ତୁ ବୋଲି କରିଛି ଦାବି । ଅଧିକ ପଢ଼ନ୍ତୁ

Koshal Organization Demand
Koshal Organization Demand

By ETV Bharat Odisha Team

Published : Apr 19, 2024, 4:04 PM IST

Koshal Organization Demand

ବଲାଙ୍ଗୀର: ବଲାଙ୍ଗୀର କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଖୋଦ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ବଲାଙ୍ଗୀର ରାଜନୀତି ସରଗରମ ହୋଇଛି । ବିଭିନ୍ନ ଦଳ ଓ ନେତା ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଥିବା ବେଳେ କଣ୍ଟାବାଞ୍ଜିବାସୀ ବାହାର ଲୋକଙ୍କୁ ଗ୍ରହଣ କରିବେନି ବୋଲି ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଜି ଏହି ପ୍ରସଙ୍ଗରେ କୋଶଳ ସଂଗଠନ ମଧ୍ୟ କିଛି ଦାବି ଓ ପ୍ରଶ୍ନ ଉଠାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିବା ପରେ କଣ୍ଟାବାଞ୍ଜି ଆସନ ଛାଡିବେ ନାହିଁ ଓ କଣ୍ଟାବାଞ୍ଜିର ସବୁ ସମସ୍ୟା ଦୂର କରିବା ନେଇ ଏକ ଶ୍ବେତପତ୍ର ଜାରି କରନ୍ତୁ ବୋଲି କୋଶଳ ସଂଗଠନ ଦାବି ରଖିଛି ।

ବଲାଙ୍ଗୀର କଣ୍ଟାବାଞ୍ଜି ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ ଏଠି ରାଜନୀତି ସରଗରମ ହୋଇଛି । ଏଭଳି ସ୍ଥଳେ କୋଶଳ ସଂଗଠନ ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଅନେକ ଦାବି ଉପସ୍ଥାପନ କରିଛି । କୋଶଳ ସମନ୍ବୟ ସମିତି ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରର୍ଥିତ୍ବକୁ ସେ ସ୍ବାଗତ ଜଣାଇଛନ୍ତି । ସେ କହିଛନ୍ତି, "କଣ୍ଟାବାଞ୍ଜି ଓଡ଼ିଶାରେ ସବୁଠୁ ପଛୁଆ ଅଞ୍ଚଳ । ଆଜି ବି ଏଠାରୁ ଲକ୍ଷାଧିକ ଲୋକ ଦାଦନ ଖଟି ଯାଉଛନ୍ତି । ସେହିପରି ଆଜି ଯାଏଁ କଣ୍ଟାବାଞ୍ଜିରେ ଏକ ସରକାରୀ କଲେଜ ନାହିଁ । ଡାକ୍ତରଖାନା ଅଛି, ହେଲେ ଡାକ୍ତର ନାହାନ୍ତି । ସ୍କୁଲ ଅଛି, ଶିକ୍ଷକ ନାହାନ୍ତି । ନିଯୁକ୍ତି ନାହିଁ । ଜଳସେଚନ ସୁବିଧା ନାହିଁ, ଯାହା ଫଳରେ ଏଠାରେ ମରୁଡି ସବୁବେଳେ ନିଶ୍ଚିତ ଥାଏ ।" ଏଭଳିସ୍ଥଳେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇଗଲେ ଏହିସବୁ ସମସ୍ୟାର ସମାଧାନ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...‘ବାହାର ଲୋକଙ୍କୁ ଗ୍ରହଣ କରିବେନି କଣ୍ଟାବାଞ୍ଜିବାସୀ’: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ସାଲୁଜାଙ୍କ ଖୋଲା ଚ୍ୟାଲେଞ୍ଜ - Santosh Singh Saluja

ସେହିପରି ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ବିଜେପୁର ଓ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ବିଜେପୁର ଆସନ ଛାଡି ଦେଇଥିଲେ । ତେବେ ଏଥର ମଧ୍ୟ ସେ କଣ୍ଟାବାଞ୍ଜିରୁ ଜିତିବା ପରେ ଏହି ଆସନ ଛାଡିଦେବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ସେ ଶ୍ବେତପତ୍ର ଜାରି କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ପ୍ରାର୍ଥୀ ହେବା ପରେ କଣ ବିକାଶ ହୋଇଛି ତାହା ମଧ୍ୟ ସେ ଶ୍ବେତପତ୍ର ଜାରି କରି ତଥ୍ୟ ରଖନ୍ତୁ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି, "ଏଠିକାର ସମସ୍ୟା ସବୁବେଳେ ଥାଏ । ଦୀର୍ଘ 24 ବର୍ଷର ଶାସନ ପରେ ମଧ୍ୟ ତାହା ପ୍ରଶମିତ ହୋଇନାହିଁ । ଏବେ ବି ତାହା ପ୍ରଶମିତ ହେବ କି ନାହିଁ ଜଣାପଡିନାହିଁ ।" କଣ୍ଟାବାଞ୍ଜିରେ ବିଜେଡି ଦୁର୍ବଳ ଥିବା କିମ୍ବା ପୂର୍ବତନ ବିଧାୟକମାନେ ଭରସାଯୋଗ୍ୟ ନଥିବାରୁ ସେ ନିଜେ ଏଠି ପ୍ରାର୍ଥୀ ହୋଇଥିବାର ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details