ଓଡିଶା

odisha

ETV Bharat / state

ଜଙ୍ଗଲ ରକ୍ଷା-ପରିବେଶ ସୁରକ୍ଷା: କୋରାପୁଟରେ ଜଙ୍ଗଲ ଜଗୁଛନ୍ତି ମହିଳା, ପାଳି କରି ପହରା - FOREST PROTECTION BY WOMEN GROUP

କୋରାପୁଟ ଜିଲ୍ଜା ପଟାଙ୍ଗୀରେ ମହିଳାଙ୍କ ହାତରେ ଜଙ୍ଗଲ ସୁରକ୍ଷା ଦାୟିତ୍ବ । ରାଜ୍ୟ ସରକାର ଏବଂ FES ପକ୍ଷରୁ ପ୍ରୋତ୍ସାହନ ସହ ପୁରସ୍କାର ପ୍ରଦାନ ।

Forest protection
Forest protection (ETV BHARAT ODISHA)

By ETV Bharat Odisha Team

Published : Nov 7, 2024, 2:30 PM IST

Updated : Nov 7, 2024, 2:42 PM IST

କୋରାପୁଟ:ଜଙ୍ଗଲ ସୁରକ୍ଷା ଜୈବ ବିବିଧତା ରକ୍ଷା । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଜଙ୍ଗଲ ରହିଲେ ପରିବେଶ ସୁରକ୍ଷିତ ରହିବା ସହ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶ ହେବ । ଏଥିପାଇଁ ତ ଜଙ୍ଗଲ ସୁରକ୍ଷାରେ ଅହରହ ଲାଗି ପଡିଛନ୍ତି ମହିଳା । କୋରାପୁଟ ପଟ୍ଟାଙ୍ଗୀ ଅଞ୍ଚଳରେ ଥିବା ପ୍ରାୟ ୪ଟି ଜଙ୍ଗଲକୁ ଗତ ୧୦ ବର୍ଷ ଧରି ସିପାଇପୁଟ ଏବଂ ଆଖପାଖର ଆଉ ତିନୋଟି ଗାଁର ମହିଳାମାନେ ଜଗି ରହିଛନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଏହି ଉଦ୍ୟମ ଯୋଗୁଁ ମହିଳାଙ୍କୁ ସମ୍ମାନିତ କରାଯାଇଛି ।

ଜଙ୍ଗଲ ସୁରକ୍ଷା ପାଇଁ ପ୍ରକୃତି ମିତ୍ର ସମ୍ମାନ

ସେରୁବନ୍ଧ, ମାଙ୍କଡଝୋଲା, ଫୁଲକଣ୍ଡା ଓ ବାୟାଡ଼ଙ୍ଗର ଜଙ୍ଗଲକୁ ସୁରକ୍ଷା ଦେଉଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ତିନୋଟି ଗାଁର ମହିଳାଙ୍କୁ ନେଇ ଗଠିତ ଜଙ୍ଗଲ ସୁରକ୍ଷା କମିଟିକୁ ରାଜ୍ୟ ସ୍ତରରେ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାମବାସୀଙ୍କୁ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନ ଓ ସହଯୋଗ କରିଥିବା ସଂସ୍ଥା ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି (ଏଫ୍ଇଏସ-FES) ର କର୍ମକର୍ତ୍ତା ଦିଲୀପ କୁମାର ଚମ୍ପି ଏନେଇ ସୂଚନା ଦେଇଛନ୍ତି ।

FOREST PROTECTION BY WOMEN GROUP (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ପରେ ମେଘନାଦ ପାଚେରି ମରାମତି, ଶ୍ରୀମନ୍ଦିର ପ୍ରଶାସନ-ASI ବୈଠକରେ ନିଷ୍ପତ୍ତି

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ, ଲୁହା ରଡରେ ପିଟିବା ସହ ନିର୍ଯାତନା

ଜଙ୍ଗଲଙ୍କୁ ସୁରକ୍ଷା ଦେଉଛନ୍ତି ମହିଳା :

Forest protection (ETV BHARAT ODISHA)

ପୂର୍ବ ପୁରୁଷରୁ ଚାଲି ଆସିଥିବା ପୋଡୁ ଚାଷ ଯୋଗୁଁ ଲଣ୍ଡା ହୋଇଯାଇଥିବା ପାହାଡ଼ରେ ଗଛ ଲଗାଇବା ଓ ତାକୁ ସଂରକ୍ଷଣ କରିବା କିଛି କମ୍ କଷ୍ଟକର କାମ ନଥିଲା । ଦିନ ରାତି ଅହରହ ଜଙ୍ଗଲକୁ ଜଗି ରହୁଥିଲେ ମହିଳା ମାନେ । ଜୈବ ବିବିଧତାରେ ପରିପୂର୍ଣ ଏହି ପର୍ବତ ଗୁଡିକରେ ପ୍ରାୟ ଏକ ହଜାର ହେକ୍ଟର ବ୍ୟାପୀ ପାହାଡ଼ିଆ ଜମିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିବା ସହ ଜଙ୍ଗଲକୁ ତା ନିଜ ପ୍ରକ୍ରିୟା ଚାଲୁ ରଖିବା ପାଇଁ ଛାଡି ଦେବା ଫଳରେ ଅନେକ ଔଷଧୀୟ ବୃକ୍ଷରେ ଏହି ଅଞ୍ଚଳ ଭରିପଡ଼ିଛି । ବର୍ତ୍ତମାନ ଏଫ୍ଇଏସର ନିର୍ଦ୍ଦେଶନା ଓ ସହଯୋଗିତା ଫଳରେ ଗତ କିଛି ବର୍ଷରେ ଏହି ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇପାରିଛି । ଜଙ୍ଗଲରୁ ଗଛ କାଟିବା ଉପରେ ନିଷେଧାଜ୍ଞା ଜାରି କରାଯାଇଥିବା ବେଳେ ଗ୍ରାମବାସୀ ନିଜ ଜାଳେଣି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ନିୟନ୍ତ୍ରିତ ଭାବେ ଶୁଖିଲା କାଠ ସଂଗ୍ରହ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିବା କହିଛନ୍ତି କମିଟିର ମହିଳା ସଦସ୍ୟ ମୋତି ଖରା ।

Forest protection (ETV BHARAT ODISHA)

ଗାଁକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନେଇ ଆବେଦନ :

ଜଙ୍ଗଲର ସୁରକ୍ଷାର ଦାୟିତ୍ବକୁ ବୃଦ୍ଧି କରିବା ପାଇଁ ଗାଁକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ନେଇ ଗ୍ରାମବାସୀ ଆବେଦନ କରିଛନ୍ତି । ଗୋଷ୍ଠୀଗତ ଜଙ୍ଗଲ ଜମିପଟ୍ଟା ପାଇବା ଦିଗରେ ଏଫଇଏସ ସହଯୋଗର ହାତ ବଢ଼ାଇଛି । କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ 10 ହଜାର ମହିଳାଙ୍କୁ ନେଇ ଏଫଇଏସ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମ୍ମାନ ଓ ସହଯୋଗ ଏହି ମହିଳାଙ୍କ ମଧ୍ୟରେ ପ୍ରକୃତିର ସୁରକ୍ଷା କରିବା ଦିଗରେ ନୂତନ ଆଗ୍ରହ ସୃଷ୍ଟି କରାଇଛି ବୋଲି ସଂସ୍ଥାର ଜିଲ୍ଲା ପରିଚାଳକ ପ୍ରଦୀପ କୁମାର ମିଶ୍ର ଜଣାଇଛନ୍ତି ।

ପଶୁଙ୍କ ସୁରକ୍ଷା ବଳୟ ଜଙ୍ଗଲ:

Forest protection (ETV BHARAT ODISHA)

ସିପାଇପୁଟ ଗ୍ରାମର ଆରାବତୀ ଗଲବ କହିଛନ୍ତି, ''ମହିଳାମାନେ ବୃକ୍ଷର ସୁରକ୍ଷା କରିବା ସହିତ ଜଙ୍ଗଲ ମଧ୍ୟରେ ରହୁଥିବା କୁଟ୍ରା, ମୟୁର, ବାରାହା, ଠେକୁଆ ଭଳି ଛୋଟ ବଡ ଜଙ୍ଗଲୀ ପଶୁ ଏବଂ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ପାଇଁ ମଧ୍ୟ ଏକ ସୁରକ୍ଷାର ବଳୟ ସୃଷ୍ଟି କରିପାରିଛି। '' କୋରାପୁଟ ଡିଏଫଓ ଭାସ୍କର ରାଓକହିଛନ୍ତି, ''ଏତେବଡ ଜଙ୍ଗଲକୁ ଜଗିବା କିଛି କମ କଷ୍ଟକର କାର୍ଯ୍ୟ ନଥିଲା। ଏହି ସମସ୍ୟାରେ ସମାଧାନ କରିବା ପାଇଁ ମହିଳା ମାନେ ପ୍ରତିଦିନ ପାଳି କରି ଜଗୁଥିବା ବେଳେ ପ୍ରତି ମାସ ୯ ତାରିଖରେ ମହିଳା ସଂଗଠନର ସମସ୍ତ ସଦସ୍ୟ ଜଙ୍ଗଲ ମଧ୍ୟରେ ବୁଲି ଆସୁଛନ୍ତି । ଜାଳେଣି ଭାବେ ବ୍ୟବହାର କରିବା ପାଇଁ ଜଙ୍ଗଲରେ ପଡିଥିବା ଶୁଖିଲା କାଠ ଆଣିବା ପାଇଁ ଅନୁମତି ଥିବା ବେଳେ ଗଛ କାଟିଲେ ଜୋରିମାନା ର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଅଧିକ ସଂଖ୍ୟକ ଗାଈ ଗୋରୁଙ୍କ ଗୋବରରୁ ଘଷିକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଯୋଗୁଁ ଜାଲେଣି କାଠ ପାଇଁ ଜଙ୍ଗଲକୁ ନଷ୍ଟ କରିବା କମିଯାଇଛି । ମହିଳାଙ୍କ ସହଯୋଗରେ ଜିଲ୍ଲାରେ ଜଙ୍ଗଲ ତଥା ପଶୁ ସଂରକ୍ଷଣ ସମ୍ଭବ ହୋଇପାରିଛି । ''

ଇଟିଭି ଭାରତ, କୋରାପୁଟ

Last Updated : Nov 7, 2024, 2:42 PM IST

ABOUT THE AUTHOR

...view details